Videos
|
Odisha

ନାଭିଗୟାର ରହସ୍ୟ କଣ ?

Manini Pattanayak
Browse all articles by Manini Pattanayak
·1 year ago·3 min read
ନାଭିଗୟାର ରହସ୍ୟ କଣ ?

ଯାଜପୁର:  ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜା । ପରମ ବୈଷ୍ଣବୀ, ସ୍ଵୟମ୍‌ ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ମାଆଙ୍କ ଆବିର୍ଭାବ ହୋଇଥିଲା । କାହିଁ କେତେ କାଳରୁ ମାଆଙ୍କ ପାଖରେ ବିଶେଷ ପୂଜାର୍ଚ୍ଚନା କରାଯାଉଛି । ଜାଣି ଆଶ୍ଚର୍ଯ୍ୟ ହେବେ କି ଆଷାଢ ଶୁଳ୍କପକ୍ଷ ଦ୍ଵିତୀୟାରେ ସମଗ୍ର ବିଶ୍ଵରେ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କେବଳ ଯାଜପୁରରେ ଆଶ୍ଵୀନ ମାସ ଶୁଳ୍କ ପକ୍ଷ ପ୍ରତିପଦାଠୁ ୯ ଦିନ ଧରି ମାଆଙ୍କ ପାଖରେ ରଥଯାତ୍ରା ହୁଏ । ଏହି ସମୟରେ ମାଆ ମନ୍ଦିରର ଚତୁପାର୍ଶ୍ଵରେ ପରିକ୍ରମା କରିବା ସହିତ ନବମୀ ରାତିରେ ଲାଖବିନ୍ଧା ପାଇଁ ଲାଖବିନ୍ଧା ପଡ଼ିଆ ଯାତ୍ରା କରନ୍ତି, ଫେରିବା ପରେ ମଇଁଷି ବଳି ଦିଆଯାଏ । ତେବେ ଆସନ୍ତୁ ଜାଣିବା ଅନ୍ୟ ପୀଠ ଅପେକ୍ଷା ମାଆଙ୍କ ମନ୍ଦିରରେ ଚାଲିଥିବା ପୂଜା କେମିତି ଭିନ୍ନ ?

 ବିନ୍ଧ୍ୟ ନିବାସିନୀ ମାଆ ବିରଜା । ସିଏ ପୁଣି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ । ପୁରା ବିଶ୍ଵରେ ଗୋଟିଏ ବିଧିରେ ପୂଜା କରାଯାଉଥିବା ବେଳେ ମାଆଙ୍କ ପାଖରେ ପୂଜା କିନ୍ତୁ ଭିନ୍ନଶୈଳୀରେ ହୁଏ । କାରଣ ପୂଜା ବେଳେ ପୂଣ୍ୟତୋୟା ବୈତରଣୀ ଯଥା ଗଙ୍ଗେ ରୂପେଣୀରୁ ଜଳ ଆସିବା ପରେ ମାଆଙ୍କ ମହାସ୍ନାନ ହୁଏ । ପରେ ପରେ ଆରମ୍ଭ ହୁଏ ପାଦ ଦର୍ଶନ । ମହାଳୟାରେ ଲକ୍ଷଲକ୍ଷ ଲୋକ ନାଭିଗୟାରେ ପିଣ୍ଡଦାନ କରନ୍ତି । କୁହାଯାଏ, ସବୁଠି ପିଣ୍ଡ ଦେବା ପରେ ସର୍ବଶେଷରେ ଯାଜପୁରରେ ପିଣ୍ଡଦାନ, ଶ୍ରୀକ୍ଷେତ୍ରେ ଜଗା ଦର୍ଶନ ନକଲେ କୌଣସି ପୁଣ୍ୟ ନାହିଁ । ସେଇଥି ଲାଗି ତ ମାଆଙ୍କ ପାଖରେ ପିଣ୍ଡଦାନ କରିବାକୁ ଭକ୍ତଙ୍କ ସୁଅ ଛୁଟେ । ଜାଣି ଆଶ୍ଚର୍ଯ୍ୟ ହେବେ କି, ନାଭିଗୟାରୁ କେବେ ପିଣ୍ଡ ସାମଗ୍ରୀ କଢାଯାଏ ନାହିଁ । ବିଶ୍ଵାସ ଅଛି ତାହା ସିଧା ଯାଇ ଗଙ୍ଗାରେ ପଡ଼େ ।

କୁହାଯାଏ ମାଆ ବିରଜା ଯାଜପୁରକୁ ଘଂଟ ଘଉଡାଇ ରଖିଛନ୍ତି । ଖାଲି ଏତିକି ନୁହେଁ ନିଜ ସିଂହାସନରେ ଭୈରବୀଙ୍କୁ ଚାପି ରଖିଛନ୍ତି । ଛତିଆ ମଠରେ ଏନେଇ ସ୍ପଷ୍ଟ ଉଲ୍ଲେଖ ରହିଛି । ମନ୍ଦିରର ପଶ୍ଚିମ ଦ୍ଵାର ଏଯାଏଁ ଖୋଲିନାହିଁ । କୁହାଯାଏ ଯେବେ ସେହି ଦ୍ଵାର ଖୋଲିବ କଳିଯୁଗ ଶେଷ ହେବ । ମନ୍ଦିରର ତିଆରି ଯେତିକି ରହସ୍ୟ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ।  ମହାଭାରତ ଗ୍ରନ୍ଥରେ ବିରଜାଙ୍କ ସମ୍ବନ୍ଧରେ ଉଲ୍ଲେଖ ଅଛି ଯେ ଆଜକୁ ସାଢେ ତିନି ହଜାର ବର୍ଷ ତଳୁ ଯାଜପୁରରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ଅନୁମାନ କରାଯାଏ। କୁହାଯାଏ ଏଠାରେ ମାଆ ସତୀଙ୍କ ନାଭି ଖଣ୍ଡ ପଡ଼ିଥିବା ବୋଲି ପୌରାଣିକ କିମ୍ବଦନ୍ତୀ ଥିବା ବେଳେ ଗୟାସୁରର ନାଭି ଏହି ଉତ୍କଳ ଦେଶର ମାଆ ବିରଜାଙ୍କ ପୀଠରେ ରହିଛି ବୋଲି ପୁରାଣ ବର୍ଣ୍ଣିତ ।   

ଆସନ୍ତୁ ଜାଣିବା  ନାଭିଗୟାର ରହସ୍ୟ କଣ  ଆଉ କଣ ରହିଛି  ପୌରାଣିକ କଥା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିର ପ୍ରାଙ୍ଗଣରେ ରହିଛି  ପିଣ୍ଡଦାନ ପାଇଁ ନାଭିଗୟା କୂପ। ନାଭିଗାୟରେ ପିଣ୍ଡଦାନ କଲେ ପିତୃ ପୁରୁଷ  ମୋକ୍ଷ ପ୍ରାପ୍ତି ହୋଇଥାନ୍ତି ।  ବିଶେଷ କରି ପିତୃପକ୍ଷ ସମୟରେ ରାଜ୍ୟ ଆଉ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ନାଭିଗୟାରେ ପିଣ୍ଡ ପ୍ରଦାନ ନିମନ୍ତେ ଆସିଥାନ୍ତି।   ସମ୍ପୂର୍ଣ୍ଣ  ଭାରତ ବର୍ଷରେ ରହିଛି ତିନୋଟି ଗୟା  ଯାହା  ଆନ୍ଧ୍ରନ୍ଦ୍ରପ୍ରଦେଶର ପିଠାପୁରମରେ ପାଦଗୟା ଯେଉଁଠି ଗାୟାସୁରର ପାଦ ରହିଛି ।  

ସେହିପରି ବିହାରରେ ଶିରୋଗୟା ରହିଛି ଯେଉଁଠି ଗୟାସୁରର ମସ୍ତକ ରହିଛି ଏବଂ ଯାଜପୁରରେ ମାଆ ବିରଜାଙ୍କ ମନ୍ଦିର ପ୍ରାଙ୍ଗଣରେ ରହିଛି ନାଭିଗୟା, ଯେଉଁଠି ଗାୟାସୁରର ନାଭି ରହିଛି। ଏହି ନାଭିଗୟାରେ ପୌରାଣିକ ଯୁଗରୁ ଶ୍ରଦ୍ଧାଳୁଆମେ ପିତୃ ପୁରୁଷଙ୍କୁ ପିଣ୍ଡଦାନ କରିଆସୁଛନ୍ତି। ସବୁଠୁ ବଡ଼ କଥା ହେଲା, ରଥ କେବେ ପଛକୁ ଗତି କରେ ନାହିଁ । ହେଲେ ବିରଜାଙ୍କ ସିଂହଧ୍ଵଜ ରଥ ଆଗକୁ ଯେତିକି ଥର ଯାଏ, ପଛକୁ ବି ସେଥିକି ଥର ଯାଏ । କୁହାଯାଏ, ମାଆ ଅଶୁରଙ୍କ ସହ ରଥରେ ବସି ୯ ଦିନ ଯୁଦ୍ଧ କରନ୍ତି । ସେଇଥି ଲାଗି  ରଥ ଆଗକୁ ଓ ପଛକୁ ଯାଏ । ଏହି ସମୟରେ ରଥ ଉପରେ ବୋଲି ବି ଦିଆଯାଏ । କିନ୍ତୁ ରଥ କେମିତି ପଛକୁ ଯାଏ ତାହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୁରା ସତ । ଖାଲି ଏତିକି ନୁହେଁ ବରଂ ମାଆଙ୍କ ପାଖରେ ବଳି ଉତ୍ସର୍ଗ ହେଉଥିବା ବେଳେ ମନ୍ଦିରର ଗର୍ଭଗୃହ ବନ୍ଦ ରହେ । କେବଳ ଯୋଗିନୀଙ୍କ ଉଦ୍ଦେଶ୍ୟରେ ବଳି ପଡ଼େ ।
ଅଧିକ ଦେଖନ୍ତୁ :