Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖାଦ୍ୟର ଗୁଣବତ୍ତା ନେଇ ବିଭିନ୍ନ ଦୋକାନରେ ଚଢ଼ାଉ

Rashmita Mishra
Browse all articles by Rashmita Mishra
·1 year ago·2 min read
ଖାଦ୍ୟର ଗୁଣବତ୍ତା ନେଇ ବିଭିନ୍ନ ଦୋକାନରେ ଚଢ଼ାଉ

Key Points

ରାଜଧାନୀରେ ଖାଦ୍ୟ ସୁରକ୍ଷା ଯାଞ୍ଚ
ସମ୍‌ ହସ୍ପିଟାଲ୍‌ ନିକଟରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ
ବିଏମ୍‌ସି ଓ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ମିଳିତ ଚଢ଼ାଉ
ଖାଦ୍ୟର ଗୁଣବତ୍ତା ନେଇ ବିଭିନ୍ନ ଦୋକାନରେ ଚଢ଼ାଉ
ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ବିଏମ୍‌ସି ପକ୍ଷରୁ ତନାଘନା

ରାଜଧାନୀକୁ ହଇଜା ଭୟ । ହୋଟେଲରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚ । ସମ ହସ୍ପିଟାଲ ଛକ ନିକଟରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଯାଞ୍ଚ । ବିଏମସି ପକ୍ଷରୁ ଏହି ଯାଞ୍ଚ କରାଯାଇଛି । ହୋଟେଲରେ ଚଢ଼ାଉ କରି ଫ୍ରିଜରୁ ମାଛ ଆଉ ଖାଦ୍ୟରେ ମିଶୁଥିବା ରଙ୍ଗ ଜବତ କରିଛନ୍ତି ଅଧିକାରୀ

ରାଜଧାନୀରେ ହଇଜା ବ୍ୟାପିବା ପରେ ଆକ୍ସନ ମୋଡରେ ବିଏମସି । ବିଭିନ୍ନ ହୋଟେଲରେ ବିଏମସି ପକ୍ଷରୁ ଯାଞ୍ଚ କରାଯାଉଛି । ଖାଦ୍ୟର ମାନ ଓ ଗୁଣବତ୍ତା ଯାଞ୍ଚ କରିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ । ନିୟମ ଉଲ୍ଲଂଘନ କରୁଥିବା ହୋଟେଲ ଉପରେ ମୋଟା ଜରିମାନା ଆଦାୟ କରାଯାଉଛି ।

ତେବେ ସୂଚନା ଥାଉକି, କଲେରା ବ୍ୟାପିବାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ ନିର୍ଦ୍ଦେଶ ଜାରି କରିଛନ୍ତି । ଯାଜପୁର ଓ କେନ୍ଦୁଝରରେ ଝାଡ଼ାବାନ୍ତି ବ୍ୟାପିବା ପ୍ରସଙ୍ଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଵାସ୍ଥ୍ୟ ବିଭାଗ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତଙ୍କୁ ସ୍ଵାସ୍ଥ୍ୟସେବା ଯୋଗାଇ ଦେବାକୁ ଗୁରୁତ୍ୱ ଦେଇଛନ୍ତି ମୋହନ ମାଝୀ । ସ୍ଵାସ୍ଥ୍ୟକେନ୍ଦ୍ରକୁ ହାଇ ଆଲର୍ଟ ମୋଡରେ ରଖିବା ସହ ପାନୀୟ ଜଳ ଉତ୍ସକୁ ଯଥାଶୀଘ୍ର ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଯେପର୍ଯ୍ୟନ୍ତ ନିର୍ଦ୍ଦେଶ ନମିଳିଛି ସେପର୍ଯ୍ୟନ୍ତ ରାସ୍ତାକଡ଼ ଖାଦ୍ୟ ଉପରେ କଟକଣା ଜାରି ରହିବ । ଖାଦ୍ୟ ସୁରକ୍ଷା ଯାଞ୍ଚକୁ କଡ଼ାକଡ଼ି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପଡ଼ୋଶୀ ଜିଲ୍ଲାକୁ ନ ବ୍ୟାପିବା ଉପରେ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଝାଡାବାନ୍ତି ରୋଗକୁ ନିୟନ୍ତ୍ରଣରେ ଆଣିବା ପାଇଁ ଯଥେଷ୍ଟ ଔଷଧ ଏବଂ ଅନ୍ୟାନ୍ୟ ସାମଗ୍ରୀ, ଡାକ୍ତରୀ ଦଳକୁ ନିୟୋଜିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ଥିତି ଉପରେ SCB ଡାକ୍ତରୀ ଟିମ ନଜର ରଖିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lets-compare-the-quality-of-food-in-different-shops | Argus News