Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚାଲନ୍ତୁ ନଜର ପକାଇବା ୧୦ ବଡ଼ ଖବର ଉପରେ

Odisha

ଚାଲନ୍ତୁ ନଜର ପକାଇବା ୧୦ ବଡ଼ ଖବର ଉପରେ

Ritu Das
Browse all articles by Ritu Das
·1 year ago·2 min read
ଚାଲନ୍ତୁ ନଜର ପକାଇବା ୧୦ ବଡ଼ ଖବର ଉପରେ

୧- ବିଶ୍ୱ ଶ୍ରମିକ ଦିବସ ...ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ...ଆମେରିକାରେ ଶ୍ରମିକ ଆନ୍ଦୋଳନ ପରେ ୮ ଘଣ୍ଟା କାର୍ଯ୍ୟ ସମୟ ଦାବିରୁ ଜନ୍ମ ନେଇଥିଲା ଆଜିର ଦିନ…
୨- ଘୋଷଯାତ୍ରା ପ୍ରସ୍ତୁତି ... ଆଜି ବସିବ ରଥଯାତ୍ରାର ପ୍ରଥମ ସମନ୍ବୟ ବୈଠକ ... ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ପ୍ରସ୍ତୁତି ... ସେପଟେ ଗତକାଲି ତିନି ଠାକୁରଙ୍କ ବାଡରୁ ଆଜ୍ଞାମାଳ ଆସିବା ପରେ ଆରମ୍ଭ ହୋଇଛି ରଥ ନିର୍ମାଣ କାମ ...
୩- ବନ୍ୟଜନ୍ତୁ ସଂରକ୍ଷଣ ଆଇନର ଉଡିଲା ଧଜ୍ଜିଆ … ଧାମରାରେ ନିୟମର ଖୋଲାଖୋଲି ଉଲ୍ଲଘଂନ … ନାଗକୁ ମୁଣ୍ଡରେ ଧରି ନାଚିଲେ ବରଯାତ୍ରୀ … ସେପଟେ ଗଜପତି ଜିଲ୍ଲା ଏସ୍ଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ଉଦ୍ଧାର ହେଲା ୨୦ ଫୁଟର ଅହିରାଜ ...
୪- ଭାରତ ସହ କଥା ହେଲେ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ …. ପହଲଗାମ୍ ଆତଙ୍କୀ ହମଲା ନେଇ କଲେ ଗଭୀର ଶୋକ ପ୍ରକାଶ … ଜୟଶଙ୍କରଙ୍କ ସହ କଥା ହୋଇ ପୀଡିତ ପରିବାରୁଙ୍କୁ ଜଣାଇଲେ ସମବେଦନା ….
୫- ପାକିସ୍ତାନକୁ କଡ଼ା ଜବାବ...ପାକିସ୍ତାନ ପାଇଁ ଏୟାର ସ୍ପେସ୍‌ ବନ୍ଦ କଲା ଭାରତ...ଭାରତ ଆକାଶ ଦେଇ ଯିବନି ପାକିସ୍ତାନ ବିମାନ…ସେପଟେ ସିନ୍ଧୁ ଜଳ ସନ୍ଧି ବାତିଲକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ …
୬- ଅମାନିଆ ପାକିସ୍ତାନ ... ୭ ଦିନ ହେଲାଣି ଅଶାନ୍ତ LOC ... ବାରମ୍ବାର ଅସ୍ତ୍ରବିରତି ନିୟମ ଉଲ୍ଲଙ୍ଘନ କରୁଛି ପାକିସ୍ତାନ ... କୁପୱାରା, ଉରୀ, ଅଖନୁରରେ ଗୁଳି ବିନିମୟ ଜାରି ... ଭାରତର ପ୍ରସ୍ତୁତି ଦେଖି ଛାନିଆ ପାକିସ୍ତାନ ... ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ କରୁଛି ପାକ୍ ସେନା ...
୭- ଅନ୍ୟ ବ୍ୟାଙ୍କ ଏଟିଏମରୁ ମାତ୍ରାଧିକ ଟଙ୍କା ଉଠାଣ ପଡ଼ିବ ମହଙ୍ଗା...ଆଜିଠୁ ଲାଗୁ ହେଉଛି ନୂଆ ନିୟମ...ଲିମିଟ୍ ପରେ ଅର୍ଥ ଉଠାଇଲେ ୧୭ ଟଙ୍କା ବଦଳରେ ୧୯ ଟଙ୍କା ଗଣିବେ ଗ୍ରାହକ...ବାଲାନ୍ସ ଚେକ୍ ଚାର୍ଜ ୭ ଟଙ୍କାରୁ ୯ ଟଙ୍କାକୁ ବୃଦ୍ଧି...
୮- ପ୍ରତିଥର ଭଳି ମେ’ ମାସ ୧ ତାରିଖରେ ବହୁ ନିୟମରେ ପରିବର୍ତ୍ତନ କରାଯାଇଛି । ଆଜି ଶ୍ରମିକ ଦିବସ ଅବସରରେ କମ୍ପାନୀମାନେ ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି.......୧୯ କିଲୋଗ୍ରାମ କମର୍ସିଆଲ ଗ୍ୟାସ ଦର ୧୫.୫ ଟଙ୍କା କମାଇ ଦିଆଯାଇଛି.....ଯାହାଫଳରେ ଏଣିକି ଗ୍ରାହକ କମର୍ସିଆଲ ଗ୍ୟାସକୁ ୧୭୪୭.୫୦ ଟଙ୍କାରେ କିଣିବେ ।
୯- ଚେନ୍ନାଇ ସୁପର କିଙ୍ଗସକୁ ୪ ୱିକେଟରେ ହରାଇଛି ପଞ୍ଜାବ କିଙ୍ଗସ... ୧୯୧ ଟାର୍ଗେଟ୍ ଜବାବରେ ପଞ୍ଜାବ ୧୯.୪ ଓଭରରେ ୬ ୱିକେଟ୍ ହରାଇ ୧୯୪ ରନ୍ କରିଥିଲା...ସେପଟେ ଅଷ୍ଟମ ପରାଜୟ ସହ ପ୍ଲେ-ଅଫରୁ ବାଦ ପଡ଼ିଛି CSK...
୧୦- ପାକ୍ ଡିଜାଇନର ଫରାଜ ମନ୍ନାଙ୍କ ସହ ଡିନର କରି ଫସିଲେ କରୀନା, ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lets-take-a-look-at-the-top-10-news-stories | Argus News