Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଜୀବିକା ପାଇଁ ବାଜି ଲଗିଛି ଜୀବନ

Odisha

ଜୀବିକା ପାଇଁ ବାଜି ଲଗିଛି ଜୀବନ

Rashmita Mishra
Browse all articles by Rashmita Mishra
·1 year ago·2 min read
ଜୀବିକା ପାଇଁ ବାଜି ଲଗିଛି ଜୀବନ

ଅର୍ଗସ ବ୍ୟୁରୋ: କୋରାପୁଟ କୁନ୍ଦୁରା ବ୍ଲକ କେରମିଟି ପଞ୍ଚାୟତର କନ୍ଦାଯୋଡି ଗାଁ ନିକଟରେ ଥିବା କସରାଖଡ଼କ ନଦୀର। ପ୍ରତିଦିନ ନଦୀ ପାର ହେବା ପାଇଁ ଏହି କାଠ ଡଙ୍ଗା ସାହା ଭରସା। ନଦୀରେ ବ୍ରିଜ ନ ଥିବା ଯୋଗୁଁ କାଠ ଡ଼ଙ୍ଗା ସାହାଯ୍ୟରେ ପ୍ରତି ଦିନ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହୁଅନ୍ତି ଅଞ୍ଚଳବାସୀ । ଖାଲି ଲୋକ ନୁହନ୍ତି ଏହି ଡଙ୍ଗା ରେ ଲୋକେ ଦୁଇଚକିଆ ଗାଡି ମଧ୍ୟ ନେଇ ନଇ ପାର ହେଉଛନ୍ତି। ବର୍ତମାନ ସେହି କାଠ ଡ଼ଙ୍ଗାର ଅବସ୍ଥା ବି ଅତିଶୋଚନୀୟ।  ନଦୀ ପାର ହେବା ସମୟରେ ଡଙ୍ଗାରେ ପାଣି ପୂର୍ଣ୍ଣ ହୋଇଯାଇଥାଏ ଫଳରେ ନଦୀ ମଧ୍ୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । 

 ଖାଲି ବ୍ରିଜ କାହିଁକି ନଦୀକୁ ଯିବା ପୂର୍ବରୁ ଜବାପଦର ଠାରୁ କସରାକଡ଼କ ଗାଁ ପର୍ଯ୍ୟନ୍ତ ପ୍ରାୟ 2 କିଲୋମିଟର ରାସ୍ତାର ଅବସ୍ଥା ମଧ୍ୟ ଅତିଶୋଚନୀୟ।  ଦୀର୍ଘ ବର୍ଷ ଧରି ଅଞ୍ଚଳବାସୀ ଏହି ନଦୀରେ ବ୍ରିଜ ଏବଂ ପକ୍କା ରାସ୍ତା ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ପୂର୍ବତନ ବିଜେଡି ସରକାର କି ପ୍ରଶାସନ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି।  ନଦୀ ନିକଟରେରେ କୁନ୍ଦୁରା ବ୍ଲକର ଉପାନ୍ତ ଗାଁ କସରାଖଡ଼କ ଓ କନ୍ଦାଯୋଡି ଗ୍ରାମ ରହିଛି, ଗାଁରେ ପ୍ରାୟ ୧୦୦ ପରିବାର ବସବାସ କରନ୍ତି। ମାତ୍ର ନିଜ ପଞ୍ଚାୟତ କେରମେଟି ଓ ବ୍ଲକ ହେଡ଼କ୍ଵାଟର କୁନ୍ଦୁରା ଯିବାକୁ ନଦୀରେ ଥିବା ଡ଼ଙ୍ଗା ହିଁ ଏକ ମାତ୍ର ସାହା ଭରସା। ଏହି ବ୍ରିଜ ନିର୍ମାଣ ହେଲେ କୁନ୍ଦୁରା ଓ କୋଟପାଡ଼ ବ୍ଲକକୁ ଯାତାୟାତ ସହଜ ହେବା ସହ ଛତିଶଗଡ଼ ରାଜ୍ୟକୁ ଯିବାକୁ ମଧ୍ୟ ସହଜ ହୋଇଯିବ l ମାତ୍ର ପ୍ରଶାସନର  ଉଦାସିନତାରୁ ବ୍ରିଜ ହେଉନି।

ବର୍ଷ ପରେ ବର୍ଷ ବିତୁଛି ମାତ୍ର କସରାଖଡ଼କ ନଦୀ ଉପରେ ବ୍ରିଜ ହୋଇ ପାରୁନି। ଭଙ୍ଗା ଡଙ୍ଗା ସହାୟତାରେ ନଦୀ ପାର ହେଉଛନ୍ତି ଅଞ୍ଚଳବାସୀ। ମାତ୍ର ଦୁଃଖର ବିସୟ ଏ ସଵୁ ବିସୟରେ ପ୍ରଶାସନ ଜାଣି ମଧ୍ୟ ନିରବ। ତେବେ ପୂର୍ବ ସରକାର ରେ ନିରାସ ହୋଇଥିବା କନ୍ଦାଯୋଡିବାସୀ ଏବେ ନୁଆ ସରକାର ଉପରେ ଆଶା ବାନ୍ଧିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Life is a bet for a living | Argus News