Videos
|
Odisha

ଧକ୍କା ଖାଇଲେ ଅଟୋ ଗଡୁଛି, ବିଲ୍‌ କିନ୍ତୁ ୪ ଲକ୍ଷ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଧକ୍କା ଖାଇଲେ ଅଟୋ ଗଡୁଛି, ବିଲ୍‌ କିନ୍ତୁ ୪ ଲକ୍ଷ !

Key Points

 

  • କାଦୁଅ ପଚପଚ ରାସ୍ତା ପାଇଁ ପ୍ରାୟ ୪ ଲକ୍ଷ ବିଲ୍‌
  • ମୋରମ ବଦଳରେ ପଡିଛି ନାଲି ମାଟି 
  • ଦୁର୍ଗମରେ ରାସ୍ତା କାମ ନାଁରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ୍

ଅର୍ଗସ ବ୍ୟୁରୋ: ରାସ୍ତା ସାରା ଖାଲଖମା । ସେହି ଖାଲରେ ଜମି ରହୁଛି ବର୍ଷା ପାଣି । ଅସରାଏ ବର୍ଷା ପରେ ରାସ୍ତା ସାରା କାଦୁଅ ପଚପଚ । କାଦୁଅ ପଚପଚ ରାସ୍ତାରେ ଅଞ୍ଚଳବାସୀ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ରାସ୍ତାର ଅବସ୍ଥା ଦେଖିଲେ ଆପଣ ବି ଜାଣିପାରିବେ କେତେ ଅସୁବିଧାରେ ଲୋକେ ରାସ୍ତାରେ ଚଳପ୍ରଚଳ କରୁଛନ୍ତି । ସ୍ଥିତି ଏମିତି ହେଲାଣି ଯେ ଯାଉ ଯାଉ ପାଦ କାଦୁଅ ଭିତରେ ପଶି ଯାଉଛି ଗାଡି ଚକ । ଗାଡି କଣ ସେ ରାସ୍ତାରେ ଚାଲିକି ଯିବା ବି ମୁସ୍କିଲ। ଟିକିଏ ଅସାବଧାନତା ହେଲେ ତଳେ ପଡି ଯିବାର ଭୟ ରହୁଛି । 

ରାସ୍ତା ବିପର୍ଯ୍ୟସ୍ତର ଏପରି ବିକଳ ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୋଳ ସଇଡା ପଞ୍ଚାୟତ ଅନ୍ତର୍ଗତ ମହନପୁର ଗାଁରେ। ସାମାନ୍ୟ ବର୍ଷାରେ ବେହାଲ ହୋଇ ପଡିଛି ଗାଁ ରାସ୍ତା । ଚାରି ଆଡ଼େ କାଦୁଅ ପଚ ପଚ, ଫଳରେ ଗାଡି ମଟର ଯିବା ଆସିବା ମାସେ ହେବ ଠପ ହୋଇ ପଡିଛି । ଏପଟେ ଗାଁ ରେ ସ୍କୁଲ କି ଅଙ୍ଗନବାଡି ନଥିବାରୁ ପାଖ ଗାଁ କୁ ଏହି ରାସ୍ତା ଦେଇ ନିତିଦିନ ଛାତ୍ର ଛାତ୍ରୀ ସ୍କୁଲ କୁ ଯିବା ଆସିବା କରନ୍ତି । ମାତ୍ର ବର୍ଷାରେ ରାସ୍ତା କାଦୁଅ ହୋଇ ଥିବାରୁ ଏବେ ସ୍କୁଲ କୁ ଯାଉ ନାହାନ୍ତି ଛାତ୍ରଛାତ୍ରୀ । କିଛି ମାସ ତଳେ ସଇଡା ପଞ୍ଚାୟତ ପକ୍ଷରୁ ମନରେଗା ଯୋଜନାରେ ୩ ଲକ୍ଷ ୭୫ ହଜାର ଟଙ୍କା ବ୍ୟୟରେ ଏହି ରାସ୍ତା ମରାମତି କରାଯାଇଥିଲା । କିନ୍ତୁ ଠିକ ସେ କାମ ନକରି ମୋରମ ବଦଳରେ ମାଟି ରାସ୍ତା ଉପରେ ଢାଳି ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି I 

ମହନପୁରରେ ୩୦ ପରିବାର ରହୁଥିବା ବେଳେ ରାସ୍ତା ନଥିବାରୁ ଯାତାୟାତ ପାଇଁ ଏହା କେବଳ ଗୋଟିଏ ରାସ୍ତା। ବର୍ଷ ତମାମ ଏହି ରାସ୍ତା ଖରାପ ରହିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। 

(ପାଲଲହଡାରୁ ହରିସଚନ୍ଦ୍ର ଦାସ)

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Road Problem | Argus News