କାମ ପାଇଁ ବାଜିରେ ଲାଗୁଛି ଜୀବନ

Key Points
ନଦୀ ପାର ପାଇଁ ମାନବ ଶୃଙ୍ଖଳ
ପାଠ ପାଇଁ ଜୀବନ ବାଜି
କାମ ପାଇଁ ବାଜିରେ ଲାଗୁଛି ଜୀବନ
ନଦୀ ଡେଇଁ ପାରୁନି ବିକାଶ
ରାତି ପାହିଲେ ନଦୀ ପାର ଚିନ୍ତା । ହାତ ଧରାଧରି ହୋଇ ମାନବ ଶୃଙ୍ଖଳ ତିଆରି କରି ନଦୀ ପାର କରୁଛନ୍ତି ଅଞ୍ଚଳବାସୀ। ସେ ପିଲା ହୁଅନ୍ତୁ କି ବୁଢା ନଦୀ ପାର ପାଇଁ ନାହିଁ ସେତୁ। କେତେବେଳ ଦେଶୀଡଙ୍ଗା ତ କେତେବେଳେ ମାନବ ଶୃଙ୍ଖଳ, ବିପଦ ସଙ୍କୁଳ ଅବସ୍ଥାରେ ବର୍ଷ ତମାମ ନଦୀ ପାର କରୁଛନ୍ତି ୧୨ ଗ୍ରାମବାସୀ।କୋରାପୁଟ ନନ୍ଦପୁର ବ୍ଲକର ସୀମାନ୍ତ ୪ ପଞ୍ଚାୟତର ବିକାଶରେ ବାଧକ ସାଜିଛି ଗାଁର ପ୍ରବେଶ ପଥରେ ଥିବା ନଦୀ। ୧୨ ଗାଁ ମଧ୍ୟରୁ ୪ ଗାଁ ସାବୁନ, ଉପର ସାବୁନ, ଲାମାଡୁର ଓ ଗୁଟୁର ଜୋଲାପୁଟ ରିଜର୍ଭରର ଜଳଘେରିରେ ରହିଛି।
୪ ଗାଁକୁ ପୋଲ ନିର୍ମାଣ ଅସମ୍ଭବ ବୋଲି ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଦେଶୀ ଡଙ୍ଗାରେ ପାର ହେଉଛନ୍ତି। ବାକି ୮ ଗାଁ ଭିତରକୁ ପ୍ରବେଶ ପାଇଁ ନଦୀ ଗୁଡ଼ିକ ଉପରେ ପୋଲ ନିର୍ମାଣ କରିବାରେ ବ୍ଲକ ଓ ଜିଲ୍ଲା ପ୍ରଶାସନ ବିଫଳ ହୋଇଥିବାରୁ ବିକାଶ ଅପହଞ୍ଚ ରହିଛି। ସାଧାରଣ ଶିକ୍ଷା, ସ୍ବାସ୍ଥ୍ୟ, ବଜାରଘାଟ, ବ୍ୟାଙ୍କ, ପୋଲିସ ସେବା ସହ ଅନ୍ୟ ସରକାରୀ ସୁବିଧା ପାଇଁ ନଦୀ ପାର କରିବାକୁ ପଡ଼ୁଛି। ଗ୍ରାମବାସୀ ନଦୀସୁଅରୁ ନିଜକୁ ରକ୍ଷା କରିବାକୁ ନିଜ ନିଜ ହାତ ଧରି ମାନବ ଶୃଙ୍ଖଳ ତିଆରି କରି ନଦୀ ପାର କରୁଛନ୍ତି।
ଦୁର୍ଗମରେ ଅପହଞ୍ଚ ବିଜୁସେତୁ। ବ୍ରିଜ ନଥିବାରୁ ସମସ୍ୟାରେ ଛନ୍ଦି ହୋଇ ପଡିଛନ୍ତି ୧୨ ଖଣ୍ଡ ଗ୍ରାମବାସୀ। ପାଠ ସହ ଜୀବିକା ପାଇଁ ବାଜିରେ ଲାଗିଛି ଜୀବନ।