Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାମରେ ଆସୁନି ଲିଫ୍ଟ, ଅସୁବିଧା ଭୋଗୁଛନ୍ତି ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ

Odisha

କାମରେ ଆସୁନି ଲିଫ୍ଟ, ଅସୁବିଧା ଭୋଗୁଛନ୍ତି ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ

Banajyotshna Ray
Browse all articles by Banajyotshna Ray
·9 months ago·1 min read
କାମରେ ଆସୁନି ଲିଫ୍ଟ, ଅସୁବିଧା ଭୋଗୁଛନ୍ତି ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ

Key Points

କାମରେ ଆସୁନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟ
ଅସୁବିଧା ଭୋଗୁଛନ୍ତି ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ
ସିଡିରେ ଉପର ମହଲାକୁ ଯିବା ଆସିବା କରୁଥିବା ଅଭିଯୋଗ 

କାମରେ ଆସୁନି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲିଫ୍ଟ । ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ରୋଗୀଙ୍କ ସମ୍ପର୍କୀୟ ମାନେ ସିଡିରେ ଉପର ମହଲାକୁ ଯିବା ଆସିବା କରୁଥିବା ଅଭିଯୋଗ କରିଛନ୍ତି । ନୂଆପଡା ଜିଲ୍ଲାରେ ସାତ ମହଲା ନିର୍ମିତ ଚିକିତ୍ସାଳୟ। ଏଠାରେ ଆଠଟି ଲିଫ୍ଟ ଥିବା ବେଳେ ବର୍ତ୍ତମାନ ଚାରିଟି ଲିଫ୍ଟ ଖରାପ ହୋଇ ପଡ଼ି ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମା ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗର ଲିଫ୍ଟ ମଧ୍ୟ କାମରେ ଆସୁନାହିଁ l ଗୋଟିଏ ଲିଫ୍ଟ କାଁ ଭାଁ କାମ କରୁଥିବା ବେଳେ ଅନେକ ସମୟରେ ଯାନ୍ତ୍ରିକ ତ୍ରୁଟି ରହୁଛି । 


ଯେଉଁ କମ୍ପାନୀ ରକ୍ଷଣ ବେକ୍ଷଣ ଦାୟିତ୍ଵ ନେଇଥିଲା, ସେ ଠିକ୍ ସମୟରେ ମରାମତି କରୁନଥିବା ଅଭିଯୋଗ ହେଉଛି । ଅନ୍ୟପଟେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିପିଏମ୍ ଙ୍କୁ ପଚାରିବାରୁ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ପ୍ରାୟ ସମୟ କାମ କରୁନଥିବା ସେ କହିଛନ୍ତି। ଜିଲ୍ଲାର କୋମନା , ବୋଡ଼େନ,ସିନାପାଲି,ଖଡିଆଳ ଏବଂ ପଡୋଶୀ ଛତିଶଗଡ଼ , ବଲାଙ୍ଗୀର , କଳାହାଣ୍ଡି , ବରଗଡ଼ ଜିଲ୍ଲାର ଲୋକେ ଏହି ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। ଲିଫ୍ଟ କାମ କରୁନଥିବାରୁ ରୋଗୀଙ୍କ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାହା ସେମାମନେ ବାରମ୍ୱାର ଅଭିଯୋଗ କରୁଛନ୍ତି। ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ହୋଇଗଲେ ସମସ୍ତେ ଏହାର ଲାଭ ଉଠାଇପାରନ୍ତେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lift-not-working-patients-and-relatives-are-facing-difficulties | Argus News