Videos
|
Odisha

ଆଜି ରାଜ୍ୟରେ ଅନେକ ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ସମ୍ଭାବନା

Ritu Das
Browse all articles by Ritu Das
·1 year ago·1 min read
ଆଜି ରାଜ୍ୟରେ ଅନେକ ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଆଜି ବି ତୁହାକୁ ତୁହା ବର୍ଷା । ଦକ୍ଷିଣ ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ପ୍ରଭାବରେ 2 ଦିନ ଧରି ଜାରି ରହିଛି ବର୍ଷା । ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟରେ ଅନେକ ସ୍ଥାନରେ ହାଲୁକାର ମଧ୍ୟମ ଧରଣର ବର୍ଷା ଲାଗି ରହିବ। ଗୋଟିଏ ୨ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୬,୨୭ରେ ସାରା ରାଜ୍ୟରେ କୋହଲା ପାଗ ଅନୁଭୂତ ହେବା ସହ ଆସନ୍ତା ୨୮ରେ ପୁଣି ବର୍ଷା ସମ୍ଭାବନା ରହିଛି । ଅଦିନିଆ ବର୍ଷା ଯୋଗୁ ବଢୁଛି ଚାଷୀଙ୍କ ଚିନ୍ତା । ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡା, ବରଗଡ଼, ଦେଓଗଡ଼ ରେ ବର୍ଷା ସହ କୁଆପଥର ସହ ବର୍ଷା ହୋଇପାରେ । ସେହିପରି କେନ୍ଦୁଝର ଓ ଯାଜପୁରକୁ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଆଖି ସାମନାରେ ପାଣିରେ ଭାସୁଛି ବର୍ଷକର ପରିଶ୍ରମ। ହଜାର ହଜାର ହେକ୍ଟର ଚାଷ ଜମିରେ ଭିଜୁଛି ପାଚିଲା ଧାନ। ଚାଷୀଙ୍କ ଅଣ୍ଟାକୁ ମାଡ଼ କରିଛି ବର୍ଷା। ଧାର କରଜ କରି ସୁନାର ଫସଲ କରିଥିଲେ। କିନ୍ତୁ ରସବୁ ପରିଶ୍ରମ ବୃଥା ଗଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Light to moderate rain is likely at many places in the state today | Argus News