Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

Smruti Parija
Browse all articles by Smruti Parija
·1 year ago·1 min read
ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

Key Points

ରଜରେ ନାହିଁ ରଜ ପାଗ

ଆଜିଠୁ ଚାରି ଦିନ ଧରି ବର୍ଷା

ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା

ରଜରେ ନାହିଁ ରଜ ପାଗ । ପହିଲି ରଜ ଓ ରଜ ସଂକ୍ରାନ୍ତି ସରିଥିବାବେଲେ ଦୁଇ ଦିନ ଯାକ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଥିବାବେଳେ ଆଜିଠୁ ଚାରି ଦିନ ଧରି ବର୍ଷା ହେବ ବୋଲି ଅନୁମାନ କରାଯାଉଛି । ଉତ୍ତର ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ବର୍ଷା ବୃଦ୍ଧି ପାଇବ ବୋଲି କୁହାଯାଉଛି । ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।


୧୬ ରୁ ୧୯ ତାରିଖ ଯାଏଁ ବର୍ଷାରେ ଭିଜିବ ଓଡ଼ିଶା । ରାଜ୍ୟରେ ସକ୍ରିୟ ହେବ ମୌସୁମୀ ବାୟୁ । 17 ଦିନ ଧରି ବିରାମ ପରେ ପୁଣି ସକ୍ରିୟ ହେଉଛି ମୌସୁମୀ । ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାବେଳେ, ଆଜି ରାଜ୍ୟର ଆହୁରି କିଛି ଅଞ୍ଚଳକୁ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ରଜରେ ମା ଭଉଣୀ ମାନେ ବୁଲାବୁଲି କରିବାକୁ ପସନ୍ଦ କରୁଥିବାବେଳେ ବାଧା ସାଜିଥିଲା ଗରମ । ଦିନରେ ଏତେ ଗରମ ଅନୁଭୂତ ହେଉଛି ଯେ ଛୁଆଙ୍କୁ ନେଇ ଘର ବାହାରିବା ମୁସ୍କିଲ ହୋଇପଡିଛି । ଫଳରେ ଲୋକେ ସନ୍ଧ୍ୟାରେ ଘରୁ ବାହାରିବାକୁ ଉଚିତ ମନେ କରୁଛନ୍ତି । ଗତ ଦୁଇଦିନ ସେମିତି କଟିଥିବାବେଳେ ଆଜି ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇଛି । ସକାଳୁ ମେଘୁଆ ପାଗ କରିଛି । ଫଳରେ ଶେଷ ରଜରେ ଆହୁରି ଅଧିକା ମଉଜ ହେବ ବୋଲି କୁହାଯାଉଛି ।

Sponsored
light-to-moderate-rain-likely-in-coastal-and-adjoining-districts | Argus News