Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିତ୍ରକୂଟ ପାହାଡ଼ରେ ଗିରିଗୋବର୍ଦ୍ଧନ ପୂଜା ବେଳେ ବଜ୍ରପାତ

Ritu Das
Browse all articles by Ritu Das
·10 months ago
ଚିତ୍ରକୂଟ ପାହାଡ଼ରେ ଗିରିଗୋବର୍ଦ୍ଧନ ପୂଜା ବେଳେ ବଜ୍ରପାତ

Key Points

ଛେଣ୍ଡିପଦା ସୀମାରେ ଥିବା ଦେବଗଡ଼ ଜିଲ୍ଲା କୁଣ୍ଢେଗୋଳା ଥାନା ଜରାଛାଟ ଗାଁର ଚିତ୍ରକୂଟ ପାହାଡ଼ରେ ଗିରିଗୋବର୍ଦ୍ଧନ ପୂଜା ବେଳେ ବଜ୍ରପାତ। ବଜ୍ରପାତରେ ୫୨ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି।

ଛେଣ୍ଡିପଦା ସୀମାରେ ଥିବା ଦେବଗଡ଼ ଜିଲ୍ଲା କୁଣ୍ଢେଗୋଳା ଥାନା ଜରାଛାଟ ଗାଁର ଚିତ୍ରକୂଟ ପାହାଡ଼ରେ ଗିରିଗୋବର୍ଦ୍ଧନ ପୂଜା ବେଳେ ବଜ୍ରପାତ। ବଜ୍ରପାତରେ ୫୨ରୁ ଉର୍ଦ୍ଧ ଗୁରୁତର ଆହତ ହୋଇଛନ୍ତି। ୩୫ ଜଣ ଗୁରୁତର ଆହତ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୧୩ ଜଣ ଉର୍ଦ୍ଧ କଣିହାଁରେ ଡାକ୍ତରଖାନା ଓ କୋଶଳା ମେଡିକାଲ ରେ ୪ ଜଣ ଆହତ ହୋଇ ଭର୍ତ୍ତି ହୋଇଛନ୍ତି।


ଗୁରୁତର ଆହତ ମାନେ ଦେବଗଡ଼ ଜିଲ୍ଲା କୁଣ୍ଢେଗୋଳା ଜରାଛାଟ ଗାଁର ହୋଇଥିବା ଜଣାପଡ଼ିଛି। ୭୦ରୁ ଅଧିକ ଲୋକ ପାହାଡ଼ ରେ ପୂଜାରେ ସାମିଲ ଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ଅନୁଗୋଳ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lightning Strikes During Govardhan Puja at Chitrakoot Hills | Argus News | Argus News