Videos
|
Odisha

Lightning / ଲିଙ୍ଗରାଜ ମନ୍ଦିରରେ ବଜ୍ରପାତ; ଭକ୍ତ ଓ ସେବାୟତ ପ୍ରଭାବିତ

Smruti Parija
Browse all articles by Smruti Parija
·11 months ago·2 min read
ଲିଙ୍ଗରାଜ ମନ୍ଦିରରେ ବଜ୍ରପାତ; ଭକ୍ତ ଓ ସେବାୟତ ପ୍ରଭାବିତ

Key Points

ଲିଙ୍ଗରାଜ ମନ୍ଦିରରେ ବଜ୍ରପାତ

ପ୍ରଭାବିତ ହେଲା ନିତିକାନ୍ତି

ବଜ୍ରପାତରେ ଭକ୍ତ ଓ ସେବାୟତ ମନ୍ଦିର ମଧ୍ୟରେ ହୋଇଛନ୍ତି ପ୍ରଭାବିତ

ଲିଙ୍ଗରାଜ ମନ୍ଦିରରେ ବଜ୍ରପାତ । ପ୍ରଭାବିତ ହେଲା ନିତିକାନ୍ତି । ଗତକାଲି ବଜ୍ରପାତରେ ଭକ୍ତ ଓ ସେବାୟତ ମନ୍ଦିର ମଧ୍ୟରେ ହୋଇଛନ୍ତି ପ୍ରଭାବିତ । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଲିଙ୍ଗରାଜ ମନ୍ଦିର ସେବାୟତ । ଗତକାଲି ଶ୍ରୀ ଲିଙ୍ଗରାଜ ମନ୍ଦିରରେ ବଜ୍ରପାତ ହୋଇଛି । ଯାହାଫଳରେ ଏକାଧିକ ଭକ୍ତ ଓ ସେବାୟତ ଙ୍କୁ ହାଲୁକା ଝଟକା ଅନୁଭୂତ ହୋଇଛି । ଏଥିରୁ ସ୍ପଷ୍ଟ ହୋଇଛି ଯେ ମନ୍ଦିର ପରିସର ମଧ୍ୟରେ ଠିକ୍ ଭାବେ ଆର୍ଥିଙ୍ଗ ହୋଇନାହିଁ । ପୂର୍ବରୁ କାର୍ଯ୍ୟ କରୁଥିବା ଅର୍ଥିଙ୍ଗ ସିଷ୍ଟମ ଭଲ କାମ କରୁଥିଲା । ଏବେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରି ବିଭାଗ ଲକ୍ଷରୁ ନୂଆ ଅର୍ଥିଙ୍ଗ ସଂଯୋଗ ହୋଇଛି, ଯାହାକି ଠିକ୍ ରେ କାର୍ଯ୍ୟ ମଧ୍ୟ କରୁନାହିଁ ।


କେବଳ ଭକ୍ତ ଓ ସେବାୟତ ନୁହଁନ୍ତି ବରଂ ପ୍ରଭୁ ଲିଙ୍ଗରାଜଙ୍କ ସେବା ମଧ୍ୟ ବ୍ୟାହତ ହୋଇଛି । ମନ୍ଦିରକୁ ବିଜୁଳି ମାରିବା ଯୋଗୁଁ ଗର୍ଭଗୃହର ଲାଇଟ୍ ଭାଙ୍ଗି ଲିଙ୍ଗରାଜଙ୍କ ଉପରେ ପଡ଼ିଛି । ଏହିଭଳି ଭାବେ ଗତକାଲି ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ଏଥିପାଇଁ କେବଳ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଦାୟୀ କରିଛନ୍ତି ଲିଙ୍ଗରାଜ ମନ୍ଦିର ସେବାୟତ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯଦି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପାରୁନି ତେବେ ଆମକୁ ଦାୟିତ୍ଵ ଦିଅନ୍ତୁ, ଆମେ ନିଜ ପାଣ୍ଠିରୁ ଖର୍ଚ୍ଚ କରି ମନ୍ଦିରର ସୁରକ୍ଷା ପାଇଁ କାର୍ଯ୍ୟ କରିବୁ ବୋଲି କହିଛନ୍ତି ସେବାୟତ । ଏହି ସମସ୍ୟାର ସମାଧାନ ପାଇଁ ଏହି ଧାରଣ ଦିଆଯାଇଛି । ଯଦି ଏହାର ସମାଧାନ ନହେବ ତେବେ ଏହି ଧାରଣା ବ୍ୟାପକ ହେବ ବୋଲି କହିଛନ୍ତି ଲିଙ୍ଗରାଜ ମନ୍ଦିର ସେବାୟତ ।


ତେବେ ଗତକାଲି ମଧ୍ୟାହ୍ନ ପରଠୁ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ଭୁବନେଶ୍ୱରରେ ୨ ଘଣ୍ଟାରେ ସହିଦ ନଗରରେ ସର୍ବାଧିକ ୧ ଘଣ୍ଟା ମଧ୍ୟରେ ୬୦.୪ ମିମି ବର୍ଷା ରେକର୍ଡ ହୋଇଥିଲା । ଆଗାମୀ 3 ରୁ 4 ଦିନ ପର୍ଯ୍ୟନ୍ତ ଜାରି ରହିବ ଏହିପରି ପ୍ରଭାବ।


ଏଥିସହ ୧୦ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ବିଶେଷ ଘନୀଭୂତ ହେବାର ସମ୍ଭାବନା ନାହିଁ । ସାଧାରଣତଃ ଓଡ଼ିଶାରୁ ମୌସୁମୀ ବିଦାୟ ନେବାର ସମୟ ୧୫ ତାରିଖ ହୋଇଥିବାବେଳେ ଆଗାମୀ ୫ ଦିନରେ ମୌସୁମୀ ବିଦାୟ ନେବା ପାଇଁ ପାଗ ଅନୁକୂଳ ନଥିବା ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଥିବାବେଳେ ପାଣିପାଗ ବିଶେଷଜ୍ଞଙ୍କ ଆକଳନ 17 ଅକ୍ଟୋବର ପରେ ରାଜ୍ୟରୁ ଧୀରେ ଧୀରେ ବାୟୁ ଚଳାଚଳର ଦିଗ ବଦଳିବା ସହିତ ପଶ୍ଚିମ ଓଡ଼ିଶାର କିଛି ସ୍ଥାନରୁ ମୌସୁମୀ ବାୟୁ ବିଦାୟ ନେବା ପାଇଁ ପାଗ ଅନୁକୂଳ ହେବ ।


Related Topics

Explore more stories