Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜ୍ୟରେ ଆଗାମୀ ୫ ଦିନ ବିଜୁଳି, ଘଡ଼ଘଡ଼ି ବର୍ଷା ସମ୍ଭାବନା

Odisha

ରାଜ୍ୟରେ ଆଗାମୀ ୫ ଦିନ ବିଜୁଳି, ଘଡ଼ଘଡ଼ି ବର୍ଷା ସମ୍ଭାବନା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ରାଜ୍ୟରେ ଆଗାମୀ ୫ ଦିନ ବିଜୁଳି, ଘଡ଼ଘଡ଼ି ବର୍ଷା ସମ୍ଭାବନା

Key Points

ଅସହ୍ୟ ତାତି ଓ ଗୁଳଗୁଳିରୁ ମିଳିବ ତ୍ରାହି
ରାଜ୍ୟରେ ଆଗାମୀ ୫ ଦିନ ବିଜୁଳି, ଘଡ଼ଘଡ଼ି ବର୍ଷା ସମ୍ଭାବନା
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ
ଅତି ଭୀଷଣ ବର୍ଷା ଲାଗି ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ସେପଟେ ମେ’ ୨୭ରେ ମୌସୁମୀ କେରଳ ଛୁଇଁବା ସମ୍ଭାବନା

ପ୍ରବଳ ଖରାରେ ସିଝୁଛି ଓଡ଼ିଶା । ଅସହ୍ୟ ଗରମ ସହ ଗୁଳଗୁଳି ଅନୁଭୂତି ହେଉଥିବାବେଳେ ଆଶ୍ବସ୍ତି ଆଣିବ କାଳବୈଶାଖୀ । ଆସନ୍ତା ୧୮ ତାରିଖ ଯାଏଁ ରାଜ୍ୟରେ ବିଜୁଳି, ଝଟକା ପବନ ସହ ବଜ୍ରପାତ ବର୍ଷା ସମ୍ଭାବନା ରହିଛି । ଅତି ପ୍ରବଳ ବର୍ଷା ଲାଗି ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ । ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୬ ତାରିଖରେ ପ୍ରବଳ ବର୍ଷା ଲାଗି ମାଲକାନଗିରି, କୋରାପୁଟ, ରାୟଗଡ଼ାକୁ ଆଲର୍ଟ କରିଛି ପାଣିପାଗ କେନ୍ଦ୍ର । ଏଥିସହ ୧୭ ତାରିଖ ପାଇଁ ୧୮ ଜିଲ୍ଲା ଓ ୧୮ ତାରିଖରେ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଉପକୂଳ ଓଡ଼ିଶାର କିଛି ଜିଲ୍ଲା, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବାଧିକ ତାପମାତ୍ରା ପ୍ରାୟ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ପାଇଛି । ଆଗାମୀ ୬ରୁ ୭ ଦିନ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦୀପ ସହ ଉତ୍ତର ଆଣ୍ଡାମାନ ସାଗର ମୁହାଁ ଅଗ୍ରସର ହେଉଛି ମୌସୁମୀ । ଆସନ୍ତା ମେ ୨୭ ତାରିଖକୁ ମୌସୁମୀ କେରଳ ଛୁଇଁବା ନେଇ ପୂର୍ବାନୁମାନ କରାଯାଇଛି । ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ ଓଡ଼ିଶା ଛୁଇଁପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
lightning-thundershowers-likely-in-the-state-for-the-next-five-days | Argus News