Videos
|
Odisha

ଆଲୁଅ ଦେଖିବ ବନୁଗୁଡା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଲୁଅ ଦେଖିବ ବନୁଗୁଡା

Key Points

ଆଉ ଅନ୍ଧାର କରିବନି କିଲିବିଲି
ଆଲୁଅ ଦେଖିବ ବନୁଗୁଡା
ସରିଲା ବର୍ଷ ବର୍ଷର ଅପେକ୍ଷା

ବଣ ଜଙ୍ଗଲ ଘେରା ବନୁଗୁଡାବାସୀଙ୍କ ମନରେ ଖୁସି। ଆଉ କିଲିବିଲି କରିବନି ଅନ୍ଧାର ରାତି । ଚୁଲି ନିଆଁରେ ରାତି କାଟିବାକୁ ପଡିବନି କି ଟର୍ଚ୍ଚ ଆଲୁଅରେ ରୋଷେଇ କରିବାକୁ ପଡିବନି। କାରଣ ଗାଁ ରେ ବିଜୁଳି ସଂଯୋଗ ପାଇଁ କାମ ଶେଷ ପର୍ଯ୍ୟାୟରେ। ବନୁଗୁଡାକୁ ନା ଅଛି ରାସ୍ତା ନା ସଂଯୋଗ ହୋଇଛି କରେଣ୍ଟ । ଗାଁରେ କେମିତି କଟୁଛି ରାତି ଏହା ଦେଖିବା ପାଇଁ ଗାଁରେ ପହଞ୍ଚିଥିଲା ଆମ ଟିମ୍। ଦୁର୍ଗମରେ ରାତିଟିଏ ମାଧ୍ୟମରେ ଲୋକଙ୍କ ସମସ୍ୟା ନୂଆଁ ସରକାରଙ୍କ ଦୃଷ୍ଟିକୁ ଅଣାଯାଇଥିଲା। ଏହା ପରେ ସମସ୍ୟାକୁ ଗୁରୁତର ସହ ନେଇଥିଲେ ପ୍ରଶାସନ ।


ଗାଁକୁ ପୋଲ ପୋତାଯିବା ସହିତ ବିଦ୍ୟୁତ ତାର ମଧ୍ୟ ଟଣା ସରିଛି । ତେବେ ଏବେବି ରାସ୍ତା ସମସ୍ୟା ପାଇଁ ଗାଁର ବିକାଶ କାମ ତ୍ବରାନିତ ହୋଇ ପାରୁ ନଥିବା ଅଭିଯୋଗ ହୋଇଛି।ସମୟ ଥିଲା ସଞ୍ଜ ହେବା ପରେ ଅନ୍ଧାରରେ ବୁଡିଯାଉଥିଲା ବନୁଗୁଡା । ଚୁଲିନିଆଁ ଏବଂ ଟର୍ଚ୍ଚ ଆଲୁଅରେ ଗାଁ ଲୋକ କାଟୁଥିଲେ ରାତି। ଦୀର୍ଘ ବର୍ଷ ଧରି ବିଜୁଳି ପାଇଁ ଦାବି କରି ଆସୁଥିଲେ କିନ୍ତୁ କେହି ଦାବି ଶୁଣୁ ନଥିଲେ। ମାତ୍ର ଏବେ ସମୟ ବଦଳିଛି ଡବଲ ଇଞ୍ଜିନ ସରକାର ଆସିବା ପରେ ଗାଁର ବିଦ୍ୟୁତ ଦୁର୍ଦଶା ଦୁର ହେବାକୁ ଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
lights-in-banuguda | Argus News