Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Power Awareness / ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏ ସମସ୍ତ ଅନାବଶ୍ୟକ ଲାଇଟ୍ ବନ୍ଦ ରହିବ

Ritu Das
Browse all articles by Ritu Das
·3 months ago·2 min read
ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏ ସମସ୍ତ ଅନାବଶ୍ୟକ ଲାଇଟ୍ ବନ୍ଦ ରହିବ
India

Key Points

ଆସନ୍ତାକାଲି ଘଣ୍ଟାକ ପାଇଁ ଅନ୍ଧାର ହେବ ସମଗ୍ର ବିଶ୍ୱ। ରାତି 8 ଟା 30 ରୁ 9 ଟା 30 ଯାଏଁ ସମସ୍ତ ଅନାବଶ୍ୟକ ଲାଇଟ୍ ବନ୍ଦ ରହିବ ।ବିଶ୍ୱ ଅର୍ଥ ଆୱାରର ପାଳନ ହେବ 20 ବର୍ଷ ପୂର୍ତ୍ତି।
ଆଜି ଘଣ୍ଟାକ ପାଇଁ ଅନ୍ଧାର ହେବ ସମଗ୍ର ବିଶ୍ୱ। ରାତି 8 ଟା 30 ରୁ 9 ଟା 30 ଯାଏଁ ସମସ୍ତ ଅନାବଶ୍ୟକ ଲାଇଟ୍ ବନ୍ଦ ରହିବ ।ବିଶ୍ୱ ଅର୍ଥ ଆୱାରର ପାଳନ ହେବ 20 ବର୍ଷ ପୂର୍ତ୍ତି। ପ୍ରତ୍ୟେକ ବର୍ଷ ସମଗ୍ର ବିଶ୍ୱରେ ଏଭଳି ଏକ ସୁନ୍ଦର ବାର୍ତ୍ତା ପହଞ୍ଚାଇ ଆର୍ଥ ଆୱାର୍ ପାଳନ କରି ଆସୁଛି WWF.

ଶନିବାର ବିଶ୍ୱ ଆର୍ଥ ଆୱାର୍ ର 20 ବର୍ଷ ପୂର୍ତ୍ତି ପୂରଣ କରିବ WORLD wide fund for Nature. ଏହି ଅବସରରେ ବାଲୁକା କଳା ରେ ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ । ଚଳିତ ଥର ୬ ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ଙ୍କ ମଧ୍ୟରେ ଓଡ଼ିଆ ପୁଅ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ଥାନ ଦେଇଛି WWF. ବାଲୁକା କଳାରେ ରହିଛି ଚଳିତ ବର୍ଷର ଥିମ୍ ଗିଭ୍ ଆନ ଆୱାର୍ ଫର୍ ଆର୍ଥ ର ବାର୍ତ୍ତା ।
ପ୍ରାୟ 8 ଫୁଟ ଲମ୍ବ ଓ 5 ଫୁଟ ଓସାରର ଏହି ବାଲୁକା କଳାରେ ରହିଛି ଘଣ୍ଟାକ ପାଇଁ ସମସ୍ତ ଅନାବଶ୍ୟକ ଲାଇଟ୍ ବନ୍ଦ ରଖିବାର ବାର୍ତ୍ତା।

ଚଳିତ ବର୍ଷ ୬ ଭାରତୀୟ ବ୍ରାଣ୍ଡ ଆମ୍ବାସାଡରଙ୍କ ମଧ୍ୟରେ ରହିଛନ୍ତି ଚେସ ଚାମ୍ପିଅନ ବିଶ୍ୱନାଥନ ଆନନ୍ଦ , ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ,ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜା,ସଙ୍ଗୀତଜ୍ଞ ତଥା ପରିବେଶବିତ୍ ରିକି କେଜ୍,ପ୍ରସିଦ୍ଧ ଚିତ୍ରକର ସଙ୍ଗୀତଜ୍ଞ ତଥା ପରିବେଶବିତ୍ ଶାନ୍ତନୁ ମୋଇତ୍ରା,ବ୍ୟାଡମିଣ୍ଟନ ଖେଳାଳୀ ପି ଭି ସିନ୍ଧୁ। 

ଆର୍ଥ ଆୱାର୍ କ’ଣ?
ଆର୍ଥ ଆୱାର୍ (Earth Hour) ହେଉଛି ପରିବେଶ ସୁରକ୍ଷା ପାଇଁ ଏକ ବିଶ୍ୱବ୍ୟାପୀ ଅଭିଯାନ। ଏହାକୁ World Wide Fund for Nature (WWF) ପ୍ରତିବର୍ଷ ପାଳନ କରେ।
ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଦିନ ରାତି 8:30ରୁ 9:30 ପର୍ଯ୍ୟନ୍ତ ସମସ୍ତ ଅନାବଶ୍ୟକ ଲାଇଟ୍ ବନ୍ଦ କରାଯାଏ।
ଏହାର ଉଦ୍ଦେଶ୍ୟ ହେଲା
ଜଳବାୟୁ ପରିବର୍ତ୍ତନ ପ୍ରତି ସଚେତନତା ବଢ଼ାଇବା
ବିଦ୍ୟୁତ ସଞ୍ଚୟ କରିବା
ପୃଥିବୀକୁ ସୁରକ୍ଷିତ ରଖିବାର ସଙ୍କଳ୍ପ ନେବା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lights Off Tonight from 8:30 PM to 9:30 PM: Public Urged to Switch Off Non-Essential Lights | Argus News