ସବୁ ବର୍ଷ ପରି ଏବର୍ଷ ମଧ୍ୟ ସମୁଦ୍ରକୁ ବହିଯିବ ହୀରାକୁଦର ୫୨% ଜଳ

Key Points
ଦିନ ୧୦ଟାରେ ସ୍ୱତନ୍ତ୍ର ପୁଜାର୍ଚ୍ଚନା ପରେ ପ୍ରଥମେ ଖୋଲିବ ୭ ନମ୍ବର ଗେଟ ।
ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଥିବା ବେଳେ ବତ୍ତମାନ ଜଳସ୍ତର ୬୦୯ ଫୁଟ ରହିଛି ।
ରବିବାର ଖୋଲିବ ହୀରାକୁଦ ଗେଟ୍ । ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ । କଲମା ଗେଟ୍ ଖୋଲିବା ପରେ ବଢୁଛି ହୀରାକୁଦର ଜଳସ୍ତର । ଛତିଶଗଡ଼ରେ ଡ୍ୟାମ୍ ଓ ବ୍ୟାରେଜଗୁଡ଼ିକରେ ପାଣି ଭର୍ତ୍ତି ହେବା ପରେ ଖୋଲାଯାଇଛି କଲମା ଡ୍ୟାମ୍ । ଏଥିଯୋଗୁଁ ବଢୁଛି ହୀରାକୂଦର ଜଳସ୍ତର ।
ଦିନ ୧୦ଟାରେ ସ୍ବତନ୍ତ୍ର ପୁଜାର୍ଚ୍ଚନା ପରେ ପ୍ରଥମେ ଖୋଲିବ ୭ ନମ୍ବର ଗେଟ । ପରେ ପର୍ଯ୍ୟାୟ କ୍ରମେ ଖୋଲାଯିବ ୬ଟି ଗେଟ୍ । ତଳମୁଣ୍ତ ଅଂଚଳରେ ଥିବା ୧୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି କରି ମହାନଦୀ ଓ ଶାଖା ନଦୀ କୂଳିଆ ଲୋକଙ୍କୁ ସତର୍କ କରାଯାଇଛି । ଡାକବାଜି ଯନ୍ତ୍ର ଦ୍ଵାରା ଡ୍ୟାମ୍ ପକ୍ଷରୁ ସଚେତନ କରାଯାଇଛି । ଗେଟ ଖୋଲିବା ସମୟରେ ନଦୀ ଭିତରକୁ ବାରଣ କରାଯାଇଛି । ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଥିବା ବେଳେ ବତ୍ତମାନ ଜଳସ୍ତର ୬୦୯. ଫୁଟ ରହିଛି ।
ସବୁ ବର୍ଷ ପରି ଏବର୍ଷ ମଧ୍ୟ ହୀରାକୁଦ ଦେଇ ଆସୁଥିବା ପାଣି ବୋହି ଚାଲିଯିବ ସମୁଦ୍ରକୁ। ଆଉ ବର୍ଷା ଦିନ ପରେ ଛତିଶଗଡ଼ ଗେଟ୍ ବନ୍ଦ କରିଦେଲେ ପୁଣି ଶୁଖିଲା ପଡ଼ିବ ମହାନଦୀ ଶଯ୍ୟା। ନଈକୂଳିଆ ଲୋକେ ଚାଷତ ଦୂରରେ କଥା ପାଇବାକୁ ବି ପାଣି ପାଇବେନି। ପ୍ରତିବର୍ଷ ଏହିପରି ମହାନଦୀର ୫୨ ପ୍ରତିଶତ ଜଳ ବୋହି ଯାଉଛି ସମୁଦ୍ରକୁ। ୨୪ ବର୍ଷ ଶାସନରେ ଥାଇ ମଧ୍ୟ ମହାନଦୀ ତଳମୁଣ୍ତରେ ଗୋଟିଏ ହେଲେ ମଧ୍ୟ ବନ୍ଧ ନିର୍ମାଣ କଲେନାହିଁ ବିଜେଡି ସରକାର। ବରଂ ମହାନଦୀକୁ ମା' କହି ଖୁବ୍ କରିଥିଲେ ରାଜନୀତି।
୨୦୧୮ରେ ହୀରାକୂଦ ତଳମୁଣ୍ଡରେ ୭ଟି ବ୍ୟାରେଜ ନିର୍ମାଣ ଲାଗି ଘୋଷଣା କରିଥିଲେ ନବୀନ ସରକାର। ମହାନଦୀର ଗୋଧନେଶ୍ବର, ଦେଓଙ୍ଗା, କପାସିରା, ଖଇରମାଳ, ସୁବଳୟା, ମଣିଭଦ୍ରା, ମୁଣ୍ଡଳୀ ଆଦି ୭ଟି ସ୍ଥାନରେ ବ୍ୟାରେଜ ନିର୍ମାଣ କରିବାକୁ ବିଜେଡି ସରକାରରର ଘୋଷଣା କେବେଳ ଥିଲା ଧୁଆଁବାଣ।
ରବିବାର ହୀରାକୂଦର ୬ଟି ଗେଟ୍ ଖୋଲିବାକୁ ଥିବା ବେଳ ଆଗକୁ ଜଳସ୍ତର ଅଧିକ ବଢିଲେ ପରିସ୍ଥିତି ଦେଖି ଅଧିକ ଗେଟ୍ ଖୋଲାଯିବ ବୋଲି କହିଛନ୍ତି ଜଳସମ୍ପଦ୍ ମୁଖ୍ୟ ଯନ୍ତ୍ରୀ। ସେହିପରି ଲଗାଣ ବର୍ଷା ହେଲେ ଵି କୌଣସି ନଦୀର ଜଳସ୍ତର ବିପଦ ସଂକେତ ଉପରେ ନ ଥିବାରୁ ବନ୍ୟା ସ୍ଥିତି ନାହିଁ ବୋଲି ସେ ଆଶ୍ବସ୍ତି କରିଛନ୍ତି। IMD ଆକଳନ ଅନୁସାରେ ଆଗାମୀ ସପ୍ତାହ ଯାଏ ବର୍ଷା ସମ୍ବାବନା ନାହିଁ। ସେପଟରେ ବ୍ରାହ୍ମଣୀ ନଦୀରେ ରେଙ୍ଗାଳିର ସ୍ଥିତି ଅନୁଧ୍ୟାନ କରାଯାଉଛି। ଦକ୍ଷିଣ ଓଡ଼ିଶାରେ ଓ ବଂଶଧରାର ଜଳସ୍ତର ମଧ୍ୟ କମ ଅଛି।