Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସବୁ ନିୟମକୁ ଫୁ କରି ସମସ୍ତ ଆବେଦନ ଗ୍ରହଣକୁ ନେଇ ଉଠିଲା ପ୍ରଶ୍ନ

Odisha

ସବୁ ନିୟମକୁ ଫୁ କରି ସମସ୍ତ ଆବେଦନ ଗ୍ରହଣକୁ ନେଇ ଉଠିଲା ପ୍ରଶ୍ନ

Manini Pattanayak
Browse all articles by Manini Pattanayak
·2 years ago·2 min read
ସବୁ ନିୟମକୁ ଫୁ କରି ସମସ୍ତ ଆବେଦନ ଗ୍ରହଣକୁ ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର:  ପୁଣି ରାସ୍ତାରେ ଆଶାୟୀ କନିଷ୍ଠ ଶିକ୍ଷକ। ସବୁ ନିୟମକୁ ଫୁ କରି ସମସ୍ତ ଆବେଦନ ଗ୍ରହଣକୁ ନେଇ ଉଠିଲା ପ୍ରଶ୍ନ।   ମାହାଲା ମାଣ୍ଡା ପରି ଶହ ଶହ ନକଲି ଆବେଦନକାରୀଙ୍କ ପଛରେ କିଏ ?। ଅଧିକ ମାର୍କ ରଖି ଅଯୋଗ୍ୟ ହେଲେ କମ ମାର୍କ ରଖି କୃତକାର୍ଯ୍ୟ।. ପଶ୍ଚିମବଙ୍ଗ ପରି ଓଡ଼ିଶାରେ ଶିକ୍ଷକ ନିଯୁକ୍ତରେ ବଡ଼ ଘୋଟାଲା ନେଇ ଉଠିଲା ଅଭିଯୋଗ।  
ବରହମପୁରର ସନ୍ତୋଷ, ବଙ୍ଗମୁଣ୍ଡାର ନରେଶ। ବାଲେଶ୍ବରର ସାୟଂ ସୁନ୍ଦର ବଡଚଣାର ଚନ୍ଦ୍ରଭାନୁ।.କାହାର 171 ତ କାହାର 158। ହେଲେ ଏମାନଙ୍କ ନାଁ ନାହିଁ କନିଷ୍ଠ ଶିକ୍ଷକ ପରୀକ୍ଷାର ମେରିଟ ଲିଷ୍ଟରେ।. ଏମାନଙ୍କ  ଅଭିଯୋଗ କମ ନମ୍ବର ରଖିଥିବା ପିଲାଙ୍କ ନାଁ କେମିତି ଆସିଲା ମେରିଟ ଲିଷ୍ଟକୁ.।

ସମସ୍ତ 20 ହଜାର ପଦ ପୁରଣ  ଲେଖା ଥିବା ଟି ସାର୍ଟ ପିନ୍ଧି ପିଏମଜିରେ ପୁଣି ଧାରଣାରେ ବସିଲେ କନିଷ୍ଠ ଶିକ୍ଷକ ଆଶାୟୀ। 2016  ପରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ  ଅଣ୍ଟାଭିଡିଥିଲେ ସରକାର। 20 ହଜାର କନିଷ୍ଠ ଶିକ୍ଷକ ପଦ ପୁରଣ ହେବ ବୋଲି କହିଥିଲେ। ଆବେଦନ କଲେ 93 ହଜାର ଆଶାୟୀ..ପରୀକ୍ଷା ହେଲା ନଭେମ୍ବର 3ରେ। ଜାନୁଆରୀ 15ରେ  ଆସିଲା ମେରିଟ ଲିଷ୍ଟ.. 18759 ଜଣଙ୍କ ମେରିଟି ଲିଷ୍ଟରେ ନାଁ ଆସିବା ପରେ ତାଲିକାରୁ ବାଦ ପଡିଥିବା ଆଶାୟୀ ଆସିଲେ ରାସ୍ତାକୁ.. ଏମାନଙ୍କ ଅଭିଯୋଗ ମେରିଟି ଲିଷ୍ଟ ପ୍ରକାଶରେ ନାହିଁ ସ୍ବଚ୍ଛତା କି ନାହିଁ କଟ- ଅଫ ମାର୍କ.. କେଉଁ ଆଧାରରେ ମେରିଟ ଲିଷ୍ଟ ପ୍ରକାଶ କରାଗଲା ତାକୁ ନେଇ ପ୍ରଶ୍ନ କରିଛନ୍ତି ଆଶାୟୀ।  କମ ନମ୍ବର ରଖିଥିବା ଆଶୀୟୀ ନାଁ ତାଲିକାରେ ଥିବା ବେଳେ ବାଦ ପଡିଛନ୍ତି ଅଧିକ ନମ୍ବର ରଖିଥିବା ଆଶାୟୀ 

ନିୟମ କହୁଛି କିନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ସିଇଟି କିମ୍ବା ବିଇଡି ସହ ଆବେଦନ କାରୀ ଓଟିଇଟି ବା ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଠ..  ଓଟିଇଟି ସହ ସିଇଟି ଓ ବିଇଡି ପାସ କରି ବେକାର ଥିବା ପିଲାଙ୍କ ସଂଖ୍ୟା ରାଜ୍ୟରେ 70 ହଜାରୁ ଅଧିକ। ଏମାନେ ଶିକ୍ଷକ ପଦ ପାଇଁ ଆବେଦନ କରିବା କଥା.. କିନ୍ତୁ ସରକାର ବାହାର କରିଥିବା 20 ହଜାର ଜୁନିୟମର ଟିଚର ପଦ ପାଇଁ କୌଣସି ମାପଦଣ୍ଡ ନ ଥିବା ଆବେଦନ ସଂଖ୍ୟା 93 ହଜାରରେ ପହଁଞ୍ଚିଥିଲା। ଏଥିରେ ଥିଲେ ମାହାଲାମାଣ୍ଡାଙ୍କ ପରି ଅନେକ ଜାଲି ଆବେଦନ କାରୀ।
ଏବେ ମାମଲା ହାଇକୋର୍ଟରେ ପହଁଞ୍ଚିବା ପରେ ପୁରା ନିଯୁକ୍ତି ପ୍ରକିୟାରେ ଅଙ୍କୁଶ ଲଗାଇଛନ୍ତି କୋର୍ଟ। 30 ତାରିଖରେ ପରବର୍ତ୍ତୀ ଶୁଣାଣୀ ଅଛି। ତେବେ ପ୍ରଶ୍ନ କାହା ସ୍ବାର୍ଥରେ ମାହାଲା ମାଣ୍ଡା ପରି ଜାଲି ଆବେଦନକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିଲେ ସରକାର। ଓଡିଶା ଷ୍ଟାପ ସିଲେକସନ କମିଶନ ପରୀକ୍ଷାରେ କେଳେଙ୍କାରୀ ପରି ଶିକ୍ଷକ ନିଯୁକ୍ତି ପରୀକ୍ଷା ଆରମ୍ଭରୁ ଗଡବଡ  କରି ପିଲାଙ୍କ ଭବିଷ୍ୟତ ସହ ଖେଳୁନାହାଁନ୍ତି କି ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Like West Bengal, there are allegations of a big scam in the recruitment of teachers in Odisha | Argus News