Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶସ୍ତାରେ ମିଳୁଛି ଚୁନା ମାଛ

Rashmita Mishra
Browse all articles by Rashmita Mishra
·1 year ago·1 min read
ଶସ୍ତାରେ ମିଳୁଛି ଚୁନା ମାଛ

ଅର୍ଗସ ବ୍ୟୁରୋ: ବର୍ଷା ଦିନରେ ସବୁଆଡେ ଜଳମଗ୍ନ । ଗତ କିଛି ଦିନ ତଳେ ମହାନଦୀ ର ବନ୍ୟାଜଳ ଶାଖା ନଦୀ ରେ ପ୍ରବେଶ କରିବା ଦ୍ଵାରା ପାଣି ରେ ବୁଡି ରହିଥିଲା ଜମି। ଏବେ ମହାନଦୀ ରୁ ପାଣି କମିବାରେ ଲାଗିଛି ଫଳରେ ବାଙ୍କୀ ଠାରେ ଶାଖା ନଦୀ ରୁ ପାଣି ଛାଡିବାରୁ ଛୋଟ ଛୋଟ ମାଛ କୁ ମତ୍ସ୍ୟଜୀବୀ ମାନେ ଜାଲ ରେ ଧରି ବଜାର ରେ ଖୁବ୍ କମ୍ ଦର ରେ ବିକ୍ରି କରୁଛନ୍ତି। ଶାଖା ନଦୀ ଚନ୍ଦ୍ରପାରୁ ପାଣି ଛାଡ଼ିବା ଦ୍ଵାରା ସେତୁ ନିକଟରେ ମତ୍ସ୍ୟଜିବୀ ମାନେ ଧରି ବାଙ୍କୀ ତାରିଣୀ ଛକ ଠାରେ କିଲୋ ୨୦ ଟଙ୍କାରେ କିଲୋ ୩୦ଟଙ୍କାରେ ବିକ୍ରି କରିଦେଉଛନ୍ତି। ମାଛର ଦାମ ଖୁବ୍ ଶସ୍ତା ହୋଇଥିବାରୁ ଲୋକେ କିଣି ବାକୁ ଭିଡ ଜମାଇଥିଲେ। ଗତ କାଲି ସୋମବାର ଥିବାରୁ ମାଛ ବିକ୍ରି ରେ ମାନ୍ଦା ଯୋଗୁଁ ଆଜି ମାଛ ବିକ୍ରି କରିଦେଉଛନ୍ତି ବେପାରୀ ଓ ମତ୍ସ୍ୟଜିବୀ। ଏହି ଛୋଟ ମାଛ ର ଚାହିଦା ଥିବାରୁ ଲୋକ ମାନେ କିଣି ବାକୁ ଆଗ୍ରହ ପ୍ରକାଶ କରିଥିଲେ ।


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lime fish is available cheaply | Argus News