Lingaraj Temple / ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ

Key Points
ପୁଣି ଲିଙ୍ଗରାଜଙ୍କ ନୀତି ବିଭ୍ରାଟ
ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ
ସେବାୟତଙ୍କ ଭିତରେ ଗଣ୍ଡଗୋଳ ଯୋଗୁଁ ନୀତି ବନ୍ଦ ସୂଚନା
ଗତକାଲି ସନ୍ଧ୍ୟାରେ ହୋଇଥିଲା ସେବାୟତଙ୍କ ଭିତରେ ଗଣ୍ଡଗୋଳ
ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ପୁଣି ବିଭ୍ରାଟ । ଗତକାଲି ସନ୍ଧ୍ୟାରେ ସେବାୟତ ମାନଙ୍କ ଭିତରେ ଗଣ୍ଡଗୋଳ ସ୍ଥିତି ଯୋଗୁଁ ନୀତି ବନ୍ଦ ଥିବା ସୂଚନା ମିଳିଛି । ଆଜି ସକାଳୁ ଯଦିଓ ସାଧାରଣରେ ଦର୍ଶନ ହେଉଛି କିନ୍ତୁ ଠିକ୍ ଭାବେ ନୀତି କାନ୍ତି ହୋଇନଥିବା ଜଣାପଡ଼ିଛି ।
ମକର ସଂକ୍ରାନ୍ତିରେ ବନ୍ଦ ରହିଲା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ ନେଇ ବ୍ରାହ୍ମଣ ଓ ବଡୁ ନିଯୋଗ ଦୋଷ ଲଦାଲଦି । ଉପାସରେ ପ୍ରଭୁ ଶ୍ରୀ ଲିଙ୍ଗରାଜ । ଆଜି ବି ବନ୍ଦ ରହିଛି ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ଯେହେତୁ ଗତକାଲି କ୍ଷୀର ଆଉଟା ନୀତିକୁ ନେଇ ବିବାଦ ଉପୁଜିଥିଲା ଏବଂ ନୀତି ବନ୍ଦ ରହିଥିଲା । ଠାକୁରଙ୍କ ଘୃତକମ୍ବଳ ନୀତି ହୋଇପାରିନି । ଫଳରେ ଆଜି ମଧ୍ୟ ମକର ସଂକ୍ରାନ୍ତିରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିବ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ । ଯେପର୍ଯ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ଆଇନ ନ ଆସିଛି ସେ ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିଥିବ ବୋଲି କହିଛି ବ୍ରାହ୍ମଣ ନିଯୋଗ ସମ୍ପାଦକ ।
୨୦୨୪ ଯାଏଁ ବଡୁ ସେବାୟତ ଘୃତକମ୍ବଳ ନୀତି କରୁଥିଲେ । ହଠାତ ୨୦୨୫ରେ କାହିଁକି ଏଥିରେ ପରିବର୍ତ୍ତନ ହେଲା ବୋଲି ବଡୁ ନିଯୋଗ ପ୍ରଶ୍ନ କରିଛି । ଏନେଇ କୋର୍ଟରେ ମାମଲା ବି ରହିଛି । ୨୦୨୬ ଫେବ୍ରୁଆରୀରେ ପରବର୍ତ୍ତୀ ଶୁଣାଣି ହେବ । ଏନେଇ ଦେବୋତ୍ତର କମିଶନ ନିକଟରେ ଅଭିଯୋଗ ହୋଇଥିଲା । ମନ୍ଦିର ପ୍ରଶାସନ ଏଥିରେ ହସ୍ତକ୍ଷେପ କରିଥିଲେ କ୍ଷୀର ଆଉଟା ନୀତିକୁ ବାଦ ଦେଇ ଅନ୍ୟ ସମସ୍ତ ନୀତି ହୋଇପାରିଥାନ୍ତା । କିନ୍ତୁ ଗତକାଲି ଠାରୁ ଏବେ ଯାଏଁ ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଇ ନଥିବାରୁ ନୀତିକାନ୍ତି ବନ୍ଦ ରହିଛି। ଆଜି ଆଉ କୌଣସି ପ୍ରକାର ନୀତି ହୋଇପାରିବନି ।
ସୂଚନାନୁଯାୟୀ ମଙ୍ଗଳବାର ସନ୍ଧ୍ୟାଧୂପ କରିବାକୁ ଅମୁଣିଆ ବ୍ୟଞ୍ଜନ ବ୍ୟତିତ ପତ୍ରୀ ସବୁ ପୂଜା ସାମଗ୍ରୀ ଠା କରି ଦେଇଥିଲେ । କିନ୍ତୁ ନିୟମ ମୁତାବକ ଏହି ସମୟରେ ମେଘଡମ୍ବରୁ ଓ ଘଣ୍ଟ ନେଇ ସାମନ୍ତରା ଘରୁ କ୍ଷୀର ଆଉଟାଇବା ପାଇଁ କ୍ଷୀର ଆସିଲା ବେଳେ ସଂନ୍ଧ୍ୟାଧୂପ ବଢିବା କଥା । କିନ୍ତୁ ବଡୁ ସେବାୟତ ମକର ଯାତ୍ରା ଅଦାଲତରେ ବିଚାରଧୀନ ଅଛି କହି ଥିବାରୁ ଖୀର ଆଣିବା ପ୍ରକ୍ରିୟା ଅଟକି ଗଲା ଓ ହାଣ୍ଡି ମନ୍ଦିର ପ୍ରଶାସନକୁ ଫେରାଇ ଦିଆଯାଇଛି । ହେଲେ ଠାକୁରଙ୍କ ଦୈନନ୍ଦିନ ନୀତି କରାଇବା ଲାଗି ପ୍ରଶାସନ ଚେଷ୍ଟା ନ କରିବା କଥା ଏବେ ସବୁଠି ଆଲୋଚନା ହେଉଛି । ଏହା ମନ୍ଦିର ପ୍ରଶାସନର ଖାମଖିଆଲି ମନୋଭାବ ବୋଲି ଅନେକ ସେବାୟତ ଓ ଶ୍ରଦ୍ଧାଳୁ କହୁଛନ୍ତି ।
📱 Get Argus News App
✨Related Topics
Explore more stories