Lingaraj Temple / ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

Key Points
ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
ସକାଳୁ ମଙ୍ଗଳ ଆଳତୀ ଅବକାଶ ସରିଛି
କିଛି ସମୟ ଭିତରେ ଆରମ୍ଭ ହେବ କୋଠ ଭୋଗ ପ୍ରକ୍ରିୟା
ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ସକାଳୁ ମଙ୍ଗଳ ଆଳତୀ ଅବକାଶ ସରିଛି । କିଛି ସମୟ ଭିତରେ ଆରମ୍ଭ ହେବ କୋଠ ଭୋଗ ପ୍ରକ୍ରିୟା । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା । ନିଅଂଶ ପାଳି ପଡୁଥିବାରୁ ମନ୍ଦିର ପ୍ରଶାସନ ବିବାଦରେ ହସ୍ତକ୍ଷେପ କରି ସମାଧାନ କରିନଥିବାରୁ ନୀତିକାନ୍ତି ବନ୍ଦ ରଖିଥିଲା ସମର୍ଥା ନିଯୋଗ ସେବାୟତ । ସକାଳୁ ସାହାଣ ମେଲା, ସୂର୍ଯ୍ୟ ପୂଜା ପରେ ଦ୍ଵାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ ରହିଥିଲା । କାର୍ତ୍ତିକ ମାସରେ ଖଡା ଉପବାସରେ ଥିଲେ ଲିଙ୍ଗରାଜ ମହାପ୍ରଭୁ । ଯାହାଦ୍ଵାରା ହଜାର ହଜାର ହବିଷ୍ୟାଳୀ ମହାପ୍ରଭୁଙ୍କ ମହାପ୍ରସାଦ ପାଇବାରୁ ବଞ୍ଚିତ ଥିଲେ ।
ଶ୍ରୀଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ପ୍ରତ୍ୟେକ ଦିନ ସମର୍ଥା ସେବାୟତ ପାଳି କରି ମହାପ୍ରଭୁଙ୍କ କୋଠ ଭୋଗ ପାଇଁ ବିରି ବଟା କିମ୍ବା ବିରି ଚୂନା ସହ ଚାଉଳ ଚୂନା ଯୋଗାଇଥାନ୍ତି। ଆଜି ମନ୍ଦିର ଖୋଲିବା ପରେ ପ୍ରଥମେ ମଙ୍ଗଳ ଆଳତି ଓ ଅବକାଶ ନୀତି ହୋଇଥିଲା।
ଏହାପରେ ସାହାଣମେଲା ଆରମ୍ଭ ହୋଇଥିଲା। ବିଧି ଅନୁସାରେ ଏହା ଭିତରେ ରୋଷ ହୋମ ବେଳେ ସମର୍ଥା ସେବାୟତମାନେ ବିରି ଚୂନା ଓ ଚାଉଳ ଚୂନା ଯୋଗାଇବା କଥା। ଆଜି ନିଅଂଶ ସେବା ପାଳି ଥିଲା। ସେହି ପାଳି ସମ୍ଭାଳିଥିବା ସେବାୟତ କାମରେ ସାମିଲ ହେଲେ ନାହିଁ। ତେଣୁ ରୋଷ ହୋମ ବିଧି ହୋଇପାରିଲାନାହିଁ। ଫଳରେ ଆଜି ସକାଳୁ ଆଉ କୌଣସି ନୀତି ହୋଇପାରିନଥିଲା। ସାହାଣମେଲା ଦର୍ଶନ ପାଇଁ ମନ୍ଦିର ଖୋଲା ରହିଲା ସିନା କୌଣସି ନୀତି ହୋଇପାରିନଥିଲା।
ନିଅଂଶ ପାଳିରେ ସେବା କରିବା ପ୍ରସଙ୍ଗ ସମର୍ଥା ନିଯୋଗକୁ ନ ଜଣାଇ କରାଯାଉଥିଲା। ମନ୍ଦିର ପ୍ରଶାସନ ମନ୍ଦିର ଭିତରେ ସମର୍ଥା ସେବାୟତଙ୍କୁ ଯେଉଁ ଦୋକାନ କରିବାକୁ ଅନୁମତି ଦେଇଥିଲା, ଏହା ବଦଳରେ ନିଅଂଶ ପାଳିରେ ସେବା କରିବାକୁ କୁହାଯାଇଥିଲା। ଏ ନେଇ ସମର୍ଥା ନିଯୋଗ ସହିତ ଆଲୋଚନା କରାଯାଇନଥିଲା। ତେଣୁ ପ୍ରଶାସନ ଯାହା ସହିତ ଆଲୋଚନା କରି ନିଅଂଶ ପାଳି ସେବା ବ୍ୟବସ୍ଥା କରାଇଥିଲେ । ସମର୍ଥା ସେବାୟତଙ୍କ ଅନେକ ଦାବି ପୂରଣ ହୋଇନି । ମନ୍ଦିର ସମ୍ମୁଖରେ ଉଠାଦୋକାନକୁ ନେଇ କେଁ ରହିଛି ବୋଲି କୁହାଯାଇଛି ।
ଆଜିର ସମସ୍ୟାକୁ ନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ଶ୍ରୀ ପତିଙ୍କ କହିବା କଥା ହେଲା, ଉଠାଦୋକାନ ବ୍ୟବସାୟକୁ ଢାଲ କରି ସମର୍ଥା ସେବାୟତମାନେ ନୀତି ବନ୍ଦ କରିଛନ୍ତି। ପ୍ରଶାସନ ଠିକଣା ସମୟରେ ପଦକ୍ଷେପ ନେଇଥିଲେ ଏଭଳି ଅଭାବନୀୟ ସ୍ଥିତି ହୋଇନଥାନ୍ତା। କାର୍ତ୍ତିକ ମାସରେ ମହାପ୍ରଭୁ ଉପାସ ରହିବା ବଡ଼ ଦୁର୍ଭାଗ୍ୟଜନକ କଥା। ଏ ନେଇ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତି କହିଛନ୍ତି ଯେ ଏହି ନିଅଂଶ ପାଳି କରିବାକୁ ମନ୍ଦିର ଭିତରେ ସମର୍ଥା ସେବାୟତ ଦୋକାନ କରିଛନ୍ତି। ବାହାର ଉଠାଦୋକାନ ଭାଙ୍ଗିବା ସହିତ ଏହାର କିଛି ସମ୍ପର୍କ ନାହିଁ। ଏ ନେଇ ଟ୍ରଷ୍ଟ ବୋର୍ଡରେ ଆଲୋଚନା କରାଯିବ ଏବଂ ନୀତି ବନ୍ଦ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories