Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁରୀ ବେଳଭୂମିରେ ଖୋଲିବନି ମଦ ଦୋକାନ : ପୌରାଞ୍ଚଳରେ ବି କ୍ୟାବିନ୍‌ ବ୍ୟାନ୍‌

Odisha

ପୁରୀ ବେଳଭୂମିରେ ଖୋଲିବନି ମଦ ଦୋକାନ : ପୌରାଞ୍ଚଳରେ ବି କ୍ୟାବିନ୍‌ ବ୍ୟାନ୍‌

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ପୁରୀ ବେଳଭୂମିରେ ଖୋଲିବନି ମଦ ଦୋକାନ : ପୌରାଞ୍ଚଳରେ ବି କ୍ୟାବିନ୍‌ ବ୍ୟାନ୍‌

Key Points

  • ପୁରୀ ବେଳଭୂମିରେ ଖୋଲିବନି ମଦ ଦୋକାନ
  • ପୌରାଞ୍ଚଳରେ ବି କ୍ୟାବିନ୍‌ ବ୍ୟାନ୍‌
  • ଓଡ଼ିଶା ଅବକାରୀ ନୀତିରେ ବଡ଼ ପରିବର୍ତ୍ତନ ଆଣିଛନ୍ତି ମୋହନ ସରକାର

ଅର୍ଗସ ବ୍ୟୁରୋ : ଅବକାରୀ ନୀତିରେ ବଡ଼ ପରିବର୍ତ୍ତନ ଆସିବା ପରେ ପୁରା ରାଜ୍ୟରେ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ଯେଉଁପରି ଭାବରେ ବେଆଇନ ମଦ ଦୋକାନ ଖୋଲୁଥିଲା, ନିଶାରେ ରାଜ୍ୟ ଝୁମୁଥିଲା ସେଥିରେ ଲାଗିଛି ବ୍ୟାନ୍‌ । ଖାସ କରି ଚୋରାମଦ କାରବାର ରୋକିବାରେ ବିଜେପି ସରକାର ଯେଉଁ ପଦକ୍ଷେପ ନେଉଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । 

ପୁରୀରେ ପର୍ଯ୍ୟଟକ ବିକାଶ ପାଇଁ ପୂର୍ବରୁ ବେଳଭୂମିରେ ମଦ କୁଡ଼ିଆ ଖୋଲିବାକୁ ନିଷ୍ପତ୍ତି ହେଲା । ହେଲେ ଏହାକୁ କିଛି ଲୋକ ବିରୋଧ କରିବା ସହିତ ସମୁଦ୍ର କୂଳରେ ମଦ ଦୋକାନ ଖୋଲିବା ଅନୁଚିତ ବୋଲି କହିଲେ । ଯାହାକୁ ବିଚାରକୁ ନେଇ ନିଷ୍ପତ୍ତି ବଦଳାଇବା ସହିତ କୌଣସି ଧାର୍ମିକ ଅନୁଷ୍ଠାନର ୫ କି.ମି ପରିଧି ଭିତରେ ମଦ ଦୋକାନ ଖୋଲିବ ନାହିଁ ବୋଲି ବିଧିବଦ୍ଧ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଯାହାକୁ ବୁଦ୍ଧିଜୀବୀ ମହଲରେ ସ୍ଵାଗତ କରାଯାଇଛି ।

ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛନ୍ତି- ପୁରୀରେ ପର୍ଯ୍ୟଟନ ବିକାଶ ପାଇଁ ପୂର୍ବରୁ ବେଳାଭୂମୀରେ ମଦ କୁଡ଼ିଆ ଖୋଲିବାକୁ ନିଷ୍ପତ୍ତି ହୋଇଥିଲା। ଇକୋ- ରିଟ୍ରିଟ୍ ସ୍ଥଳରେ ଏହାକୁ ଗୁରୁତ୍ୱ ଦିଆଯାଉଥିଲା। ହେଲେ ଏବେ ସେ ନିଷ୍ପତ୍ତି ବଦଳିଛି । ବେଳାଭୂମିରୁ ପୁରୀ ସହର, ମଦ କୁଡ଼ିଆ ବନ୍ଦ ଲାଗି ସରକାରଙ୍କ ନିଷ୍ପତ୍ତିକୁ ସାଧୁବାଦ ଜଣାଇଛନ୍ତି ବିଭିନ୍ନ ନିଶାମୁକ୍ତି ଅଭିଯାନ ସଂଗଠନ, ବୁଦ୍ଧୀଜୀବୀ ଓ ମଠ ମହନ୍ତ । ପୂର୍ବରୁ ଗତ ୨ ତାରିଖରେ ଅବକାରୀ କମିଶନର ବିଭାଗୀୟ ପ୍ରମୁଖ ସଚିବଙ୍କୁ ଚିଠି ଲେଖି ପୁରୀରେ ମଦ କ୍ୟାବିନ୍ ନଖୋଲିବାକୁ ଏ ନେଇ ଆବଶ୍ୟକୀୟ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ସେପ୍ଟମ୍ବର ପହିଲାରୁ ଅବକାରୀ ନୀତିରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଏବେ ନୂଆ ମଦ ଦୋକାନ ଖୋଲିବ ନାହିଁ କି ବାର୍‌ରେ ନାଚଗୀତ ହେବନାହିଁ । ଏହାରି ଭିତିରେ ପୁରୀ ବେଳଭୂମୀ ସହ ଧାର୍ମିକ ଅନୁଷ୍ଠାନରେ ମଦ ଦୋକାନ ଖୋଲିବ ନାହିଁ ନିଷ୍ପତ୍ତି ନିଶ୍ଚୟ ପ୍ରଶଂସା ଯୋଗ୍ୟ ।
 

 

Argus Whatsapp Channel Mobile Top
Sponsored
Puri Sea Beach | Argus News