କଣ୍ଟାବାଞ୍ଜି ଅବକାରୀ ବିଭାଗର ଚଢ଼ାଉ; ମଦ ଜବତ , ୨ ଗିରଫ
·2 years ago

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ୩୪ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଥିବାବେଳେ ୨ ଜଣ ଗିରଫ ହୋଇଛନ୍ତି । ୨ ଅଭିଯୁକ୍ତମାନେ ହେଲେ ତୁରେକେଲା ଥାନା କୁଶପାଲି ଗାଁ ର ସଯମନି ମାଝୀ ଓ ମକୁନ୍ଦ ମାଝୀ । ଏକ ମାମଲା ରୁଜୁ କରି ମଦ ଜବତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରୁଛି ଅବକାରୀ ବିଭାଗ ।
ତେବେ ମଦ ଜବତ କରିବା ସହ ସମ୍ପୃକ୍ତ ଥିବା ଦୁଇ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ଦୁଇ ଜଣଙ୍କୁ ପଠାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: