Videos
|
Odisha

୨୩ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

Banajyotshna Ray
Browse all articles by Banajyotshna Ray
·1 year ago·1 min read
୨୩ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

Key Points

୨୩ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେପି
ଦ୍ବିତୀୟ ପର୍ଯ୍ୟାୟରେ ୧୪ ଜିଲ୍ଲା ସଭାପତିଙ୍କ ନାଁ ହେବ ଘୋଷଣା
ଚର୍ଚ୍ଚିତ ଚେହେରାକୁ ଛାଡ଼ି ଯୁବ ନେତୃତ୍ବଙ୍କୁ ମିଳିଲା ଦାୟିତ୍ବ
ଦଳ ନୂଆ ନେତୃତ୍ବ ଆଡକୁ ଢଳୁଥିବାର ମିଳିଲା ବଡ଼ ସଙ୍କେତ

ଅର୍ଗସ ବ୍ୟୁରୋ:  ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ପରେ ବିଭିନ୍ନ ଜିଲ୍ଲା ବିଜେପି ଶିବିରରେ ଦେଖିବାକୁ ମିଳିଛି ଉତ୍ସାହ। ନୂଆ ସଭାପତିଙ୍କ ନାଁ ଘୋଷଣା ପରେ ଫୁଲ ତୋଡ଼ା ଦେଇ କରାଯାଇଛି ସ୍ବାଗତ। ସବୁ ଜିଲ୍ଲାରେ ସାଂଗଠନିକ ନିର୍ବାଚନ ପ୍ରଭାରୀଙ୍କ ଉପସ୍ଥିତିରେ ନୂଆ ସଭାପତଙ୍କୁ ଦିଆଯାଇଛି ଦାୟିତ୍ବ। ପ୍ରାୟ ସବୁ ସାଂଗଠନିକ ଜିଲ୍ଲାରେ ଦେଖିବାକୁ ମିଳିଛି ସମାନ ଦୃଶ୍ୟ। ପ୍ରଥମ ପର୍ଯ୍ୟାୟରେ ୨୩ ସାଂଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି। ବାକି 14ଟି ଜିଲ୍ଲା ସଭାପତିଙ୍କ ନାଁ ଦ୍ଵିତୀୟ ପର୍ଯ୍ୟାୟରେ ଘୋଷଣା କରାଯିବା ନେଇ ଦଳ ପକ୍ଷରୁ ସୂଚନା ମିଳିଛି।

ଅଧିକାଂଶ ଜିଲ୍ଲାରେ ପୁରୁଣା ତଥା ଚର୍ଚ୍ଚିତ ଚେହେରାଙ୍କୁ ବାଦ ଦେଇ ଯୁବ ଚେହେରା ଓ ସଂପୂର୍ଣ୍ଣ ନୂଆ ଚେହେରାକୁ ମିଳିଛି ଦାୟିତ୍ବ। ଅଧିକାଂଶ ପୁରୁଣା ଚେହେରା ସରକାରରେ ମନ୍ତ୍ରୀ, ବିଧାୟକ, ସାଂସଦ ଭାବେ ଦାୟିତ୍ବରେ ଥିବା ବେଳେ ଯେଉଁମାନେ ତୃଣମୂଳ ସ୍ତରରେ ଦୀର୍ଘଦିନରୁ ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ ସେମାନଙ୍କୁ ଜିଲ୍ଲା ସଭାପତି ଦାୟିତ୍ବ ଦେଇ ସାମ୍ନାକୁ ଆଣିଛି ଦଳ। ସମସ୍ତଙ୍କ ସହିତ ଚର୍ଚ୍ଚା ଆଲୋଚନା କରି ସହମତି ଭିତ୍ତିରେ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରାଯାଇଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି । ବିଜେପିର ମଣ୍ଡଳ ସ୍ତରୀୟ ସଭାପତି ଚୟନ ପରେ ଏବେ ଜିଲ୍ଲା ସଭାପତି ଚୟନ ଚାଲିଛି। ଏହାପରେ ରାଜ୍ୟ ସଭାପତି ଚୟନ ପାଇଁ ଆରମ୍ଭ ହେବ ପ୍ରକ୍ରିୟା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
List of BJP District Presidents announced update | Argus News