|
logo
Live

Argus News - ମାନବବୋଧ ତାର ମୂଲ୍ୟ ବୋଧକୁ ନେଇ ଜୀବନ ଧର୍ମି ସାହିତ୍ୟ ସୃଷ୍ଟିହେବା ଉଚିତ

Odisha

ମାନବବୋଧ ତାର ମୂଲ୍ୟ ବୋଧକୁ ନେଇ ଜୀବନ ଧର୍ମି ସାହିତ୍ୟ ସୃଷ୍ଟିହେବା ଉଚିତ

Ritu Das
Browse all articles by Ritu Das
·1 year ago·3 min read
ମାନବବୋଧ ତାର ମୂଲ୍ୟ ବୋଧକୁ ନେଇ ଜୀବନ ଧର୍ମି ସାହିତ୍ୟ ସୃଷ୍ଟିହେବା ଉଚିତ

ମାନବବୋଧତାର ମୂଲ୍ୟ ବୋଧକୁ ନେଇ ଜୀବନଧର୍ମି ସାହିତ୍ୟ ସୃଷ୍ଟି ହେବା ଉଚିତ୍ ବୋଲି ଓଡ଼ିଶାର ବରିଷ୍ଠ ସାହିତ୍ୟିକ ସାମ୍ବାଦିକ ଓ ଓଡ଼ିଶା ସାମ୍ବାଦିକ ସଂଘର ସଭାପତି ପ୍ରସନ୍ନ ମହାନ୍ତି ଚଲାପଥର ୫୧ତମ ହୀରକ ଜୟନ୍ତୀ ପ୍ରାରମ୍ଭ ସାହିତ୍ୟୋତ୍ସବକୁ ଉଦ୍ଘାଟନ କରି ମତବ୍ୟକ୍ତ କରିଥିଲେ । ଚଲାପଥ ଏକ ଅର୍ଦ୍ଧଶତାବ୍ଦୀର ସାମାଜିକ, ସାହିତ୍ୟ ଓ ସଂସ୍କୃତି ଇତିହାସର ପୃଷ୍ଠାକୁ ସମୃଦ୍ଧ କରିଆସିଛି । ଚଲାପଥର ଚିନ୍ତା ଓ ଚେତନା ଦର୍ପଣ ପରି ସ୍ୱଚ୍ଛ ଓ ନିର୍ମଳ, ଚଲାପଥ ପ୍ରତିଟି ସାରସ୍ୱତ ବ୍ୟକ୍ତିଙ୍କ ଜୀବନର ସୃଜନ ପାହାଚ ପାଲଟିଛି । ଚଲାପଥର ସଭାପତି ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଚଲାପଥର ପ୍ରତିଷ୍ଠାତା ସମ୍ପାଦକ ହଳଧର ଧୀର ଚଲାପଥ ଅର୍ଦ୍ଧ ଶତାବ୍ଦୀର ଇତିହାସ ବର୍ଣ୍ଣନା କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ପ୍ରଶାସକ, କଳିଙ୍ଗ ନଗରର ପ୍ରାକ୍ତନ ଅତିରିକ୍ତ ଜିଲ୍ଲାପାଳ, ସାହିତ୍ୟିକ ବରିଷ୍ଠ ଅଭିନେତା ସନ୍ତୋଷ କୁମାର ମିଶ୍ର କହିଲେ ଯେ ସାଂପ୍ରତିକ ସାହିତ୍ୟର ଗତି ଓ ପ୍ରଗତି ଗୋଟିଏ ସୁସ୍ଥ ଓ ନିର୍ମଳ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ଉପରେ ନିର୍ଭର କରେ। ଅର୍ଦ୍ଧଶତାବ୍ଦୀର ଚଲାପଥରେ ବହୁ ସାରସ୍ୱତ ମନିଷୀମାନେ ପାଦ ଥାପି ନିଜକୁ ଗୌରବାନ୍ୱିତ ମନେ କରିଛନ୍ତି ।


ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ମାନବ ଅଧିକାର ଆୟୋଗ ନୂଆଦିଲ୍ଲୀ କୋର ଗ୍ରୁପ ସଦସ୍ୟ ମନୋଜ କୁମାର ଜେନା, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ କବୀର କୁମାର ଜେନା, ସୂଚନା ଓ ଲୋକସମ୍ପର୍କର ଅଧିକାରୀ, ବିଶିଷ୍ଠ ସାହିତ୍ୟିକ ସରୋଜ କୁମାର ଶତପଥି, ବାଙ୍ଗାଲୋର ନ୍ୟୁଜ ସେଭେନ ଓଡ଼ିଆ ଚ୍ୟାନେଲର ଦକ୍ଷିଣ ଭାରତ ମୁଖ୍ୟ, ସାହିତ୍ୟିକ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ, ସଂସ୍କୃତି, ସାମାଜିକ ସଙ୍ଗଠନର ପ୍ରତିଷ୍ଠାତା ରଂଜନ କୁମାର ଆଚାର୍ଯ୍ୟ, ପ୍ରଫେସର ଡକ୍ଟର ନୃସିଂହ ଚରଣ ସାହୁ, ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟାପିକା ତଥା ବରିଷ୍ଠ କବି ଡକ୍ଟର ଗୀତାଶ୍ରୀ ପ୍ରିୟମ୍ବଦା, ସ୍ମୃତିଲିପିର ସମ୍ପାଦକ ତଥା ଚଲାପଥର ଉପସଭାପତି ଭୁବନ ମୋହନ ମହାନ୍ତି ପ୍ରମୁଖ ଯୋଗ ଦେଇ ସମାଜର ବାସ୍ତବ ଚିତ୍ରକୁ ନେଇ ସାହିତ୍ୟ ସୃଷ୍ଟି ହେବା ଉଚିତ । ଗୋଟିଏ ପ୍ରତିଷ୍ଠିତ ସାହିତ୍ୟ ଅନୁଷ୍ଠାନ ସାହିତ୍ୟିକ ମାନଙ୍କର ଜୀବନର ଲକ୍ଷ୍ୟକୁ ପୂରଣ କରିଥାଏ । ଚଲାପଥ ବହୁ ସାହିତ୍ୟିକ ମାନଙ୍କ ଜୀବନର ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହୋଇ ପାରିଛି
ନିଷ୍ଠା ଓ ସାଧନା ଦ୍ୱାରା ମଣିଷ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ହାସଲ କରିଥାଏ । ଥରେ ଚଲାପଥରେ ଯେ ପାଦଥାପିଛି ସେ ପଛକୁ କେବେ ଫେରି ଚାହିଁ ନାହିଁ । ସାହିତ୍ୟିକ ମାନେ ଅହଂ, ଗର୍ବ ଓ ଇର୍ଷାର ଊର୍ଦ୍ଧ୍ବରେ ରହି ପରସ୍ପର ମଧ୍ୟରେ ସ୍ନେହ ଓ ଶ୍ରଦ୍ଧାର ଅମୃତ ଉତ୍ସକୁ ବିତରଣ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟଅତିଥି ଓ ଅତିଥିମାନଙ୍କ ଦ୍ୱାରା ବିଜୟଲକ୍ଷ୍ମୀ ମହାନ୍ତିପଟ୍ଟନାୟକଙ୍କ ଆଧ୍ୟାତ୍ମିକ ପୁସ୍ତକ ଇଶ୍ୱର ଆରାଧ୍ୟ ଠାକୁର ଶ୍ରୀଜଗନ୍ନାଥ ଉନ୍ମୋଚିତ ହୋଇଥିଲା । ଅତିଥି କବି ବୀଣାପାଣୀ ଚୌଧୁରୀ ଓ କବି ମଧୁସ୍ମିତା ଶାଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଶତାଧିକ କବି ଏଥିରେ ସେମାନଙ୍କର କବିତା ପାଠ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ସାରସ୍ୱତ ମହୋତ୍ସବରେ ଧରିତ୍ରୀର ବରିଷ୍ଠ ସହ ସମ୍ପାଦକ ସଂଘମିତ୍ରା ମହାନ୍ତି, ଧରିତ୍ରୀର ବରିଷ୍ଠ ସାମ୍ବାଦିକ ଅନିଲ କୁମାର ଦାସଙ୍କୁ ଚଲାପଥ ସମ୍ମାନ ୨୦୨୪ ପ୍ରଦାନ କରାଯାଇଥିବା ବେଳେ, ଓଡ଼ିଶାର ବରିଷ୍ଠ ଅସ୍ଥିଶଲ୍ୟ ଚିକିତ୍ସକ ଡାକ୍ତର ଶରତ ଚନ୍ଦ୍ର ମିଶ୍ର, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ କବୀର କୁମାର ଜେନା, ଗବେଷକ ତଥା ସାହିତ୍ୟିକ ଡକ୍ଟର ମିହିର କୁମାର ପଟ୍ଟନାୟକ, ସେବା, କଳା, ସାହିତ୍ୟ, ସଂସ୍କୃତିର ପୂଜାରୀ ଦେବାଶିଷ ପାଢ଼ୀ, ବରିଷ୍ଠ ଆଇନଜୀବି ତଥା ସମାଜସେବୀ ଓ ବ୍ୟଙ୍ଗ କବି ଅଖିଳ ମୋହନ ଦାଶ, ବରିଷ୍ଠ ସାମ୍ବାଦିକ ତଥା ସାମଜସେବୀ ଆଦିତ୍ୟ କୁମାର ମେକାପ, ବରିଷ୍ଠ ଆଇନଜୀବି ତଥା ସମାଜସେବୀ ସାହିତ୍ୟିକ ବିଶ୍ୱମ୍ବର ସାମଲ, ବିଶିଷ୍ଠ ସମାଜସେବୀ ଲିଳିତ କୁମାର ବଳିୟାରସିଂହ, ସାମ୍ବାଦିକ ତଥା ସାହିତ୍ୟିକ ପବିତ୍ର ମୋହନ ରାଉତରାୟ, ସାମ୍ବାଦିକ, ସମ୍ପାଦିକା ତଥା ସାହିତ୍ୟିକା ସୁଜାତା ସିଂହ ପ୍ରମୁଖଙ୍କୁ ଚଲାପଥ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Sponsored
ମାନବବୋଧ ତାର ମୂଲ୍ୟ ବୋଧକୁ ନେଇ ଜୀବନ ଧର୍ମି ସାହିତ୍ୟ ସୃଷ୍ଟିହେବା ଉଚିତ | Argus News