Jai Jagannath / 'ବର୍ଷେ ହେଲା କୋମାରେ ଶୋଇଥିଲା ପୁଅ, କାଳିଆ ଉଠେଇଦେଲା ନିଦରୁ
·7 months ago·2 min read

Key Points
ନଭେମ୍ବର ୮ ତାରିଖରେ ସେ ଶ୍ରୀକ୍ଷେତ୍ର ଧାଇଁ ଆସିଥିଲେ ।
ହାତରେ ଥିଲା କୋମାରେ ଶୋଇଥିବା ପୁଅ ।
ହାତରେ ଥିଲା କୋମାରେ ଶୋଇଥିବା ପୁଅ ।
'ବର୍ଷେ ହେଲା କୋମାରେ ଶୋଇଥିଲା ପୁଅ । ନିଦରୁ ଉଠେଇଦେଲା କାଳିଆ । ସବୁ ଆଡ଼ୁ ବିଫଳ ହେବା ପରେ, ଡାକ୍ତର ହାତ ଟେକିଦେବା ପରେ ମୁଁ କାଳିଆକୁ ଡାକିଥିଲି । ଜଗତର ନାଥ ଜଗନ୍ନାଥଙ୍କୁ ଗୁହାରି କରିଥିଲି । ଜଗନ୍ନାଥଙ୍କ ଆଶୀର୍ବାଦରୁ ମୋ ପୁଅ ଆଜି ଭଲ ହେବାକୁ ଯାଉଛି । ଦିନେ ବଡ଼ ଦାଣ୍ଡରେ କାନ୍ଦି କାନ୍ଦି କାଳିଆକୁ ଗୁହାରି କରିଥିଲି । ମୋ ପିଲାକୁ ବଞ୍ଚେଇଦେ... କହିଥିଲି । କାନ୍ଦି କାନ୍ଦି କେତେ କ'ଣ ମୁଁ ସେଦିନ କହିଦେଇଥିଲି । ମୋର ସବୁ କଥା ସେଦିନ ଶୁଣିଥିଲା କାଳିଆ । ଶେଷରେ ମୋ ପିଲାକୁ ସେ ଭଲ କରିଦେଇଛି' । ଏମିତି କହି ଭାବ ବିହ୍ୱଳ ହୋଇପଡ଼ିଲେ ବାପା ।
ଆମେ କହୁଛୁ ସେଇ ବାପାର କଥା । ଯିଏ ଦିନେ କୋମାରେ ଶୋଇଥିବା ନିଜ ପିଲାକୁ କୋଳେଇ ଆଣି ବଡ଼ଦାଣ୍ଡରେ ପହଞ୍ଚିଥିଲା । ସିଂହଦ୍ୱାରରେ ପୁଅକୁ ଶୁଆଇଥିଲା । କାଳିଆ ପାଖରେ ଆଣ୍ଠୁ ମାଡ଼ି ଭୋ ଭୋ ହୋଇ କାନ୍ଦୁଥିଲା । ଯାହାର ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ସେ ବାପା ଜଣକ ହେଉଛନ୍ତି ରାଜସ୍ଥାନର ଜଣେ ଅଣଓଡ଼ିଆ ଭକ୍ତ ।
ଦେଖନ୍ତୁ ଏହି ଖବର: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ, ରତ୍ନଭଣ୍ଡାର ଗଣତିମଣତି ନେଇ ହେବ ବିସ୍ତୃତ ଆଲୋଚନା
ନଭେମ୍ବର ୮ ତାରିଖରେ ସେ ଶ୍ରୀକ୍ଷେତ୍ର ଧାଇଁ ଆସିଥିଲେ । ହାତରେ ଥିଲା କୋମାରେ ଶୋଇଥିବା ପୁଅ । ଆଜି ସେଇ ପୁଅକୁ ଧରି ସେ ପୁଣି ରାଜସ୍ଥାନରୁ ଧାଇଁ ଆସିଛନ୍ତି କାଳିଆ ପାଖକୁ । ପୁଅର ମଙ୍ଗଳ କାମନା କରି ଜଗା ଦର୍ଶନ ପାଇଁ ଆସିଛନ୍ତି । କାରଣ ତାଙ୍କ ପୁଅ ଏବେ ଧୀରେ ଧୀରେ ସୁସ୍ଥ ହେବାକୁ ଲାଗିଛି । ଯେଉଁଠି ଡାକ୍ତର ଫେଲ୍ ମାରିଲେ, ସେଇଠି କାଳିଆର ଆଶୀର୍ବାଦ ଆଉ ଭକ୍ତର ଭକ୍ତି ପାସ୍ କରିଗଲା । ଯେଉଁ ପୁଅ ବର୍ଷେ ହେବ କୋମାରୁ ଉଠୁନଥିଲା, ତାର ନିଦ ଭାଙ୍ଗୁନଥିଲା । ଏବେ ସେଇ ପିଲା, କାଳିଆକୁ ଡାକିବାର ମାତ୍ର ୨୦ ଦିନରେ ନିଦରୁ ଉଠୁଛି । ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି । ଡାକ୍ତର ବି ଦେଲେଣି ଆଶ୍ୱାସନା । କହିଲେଣି ପୁଅ ଭଲ ହୋଇଯିବ । ଏହା ହେଉଛି କାଳିଆର ମହିମା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories