Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Fake Certificates / ଜୀବିତ ଶ୍ରମିକ ‘ମୃତ’! ସରକାରୀ ଟଙ୍କା ଲୁଟ୍‌ର ବଡ଼ ଖେଳ

Rashmita Mishra
Browse all articles by Rashmita Mishra
·5 months ago·2 min read
ଜୀବିତ ଶ୍ରମିକ ‘ମୃତ’! ସରକାରୀ ଟଙ୍କା ଲୁଟ୍‌ର ବଡ଼ ଖେଳ
Fake Certificates

Key Points

ଜୀଅନ୍ତା ମଣିଷ ହୋଇଛି ଭୂତ । 
ଜୀବିତ ଶ୍ରମିକ ‘ମୃତ’! ସରକାରୀ ଟଙ୍କା ଲୁଟ୍‌ର ବଡ଼ ଖେଳ । 

ସରକାରଙ୍କୁ ଚୂନ ଲଗାଇବା ପାଇଁ ଜାଲିଆତି... ସରକାରୀ ଅର୍ଥ ଆତ୍ମସାତ ପାଇଁ ଜୀବିତ ଶ୍ରମିକ ମାନଙ୍କୁ କାଗଜପତ୍ରରେ ମୃତ୍ୟୁ ଦର୍ଶାଇ "ମୃତ୍ୟୁ କାଳୀନ ସହାୟତା ରାଶି" ହଡପ । ଜିଲ୍ଲାରେ ଚାଲିଛି ବଡ଼ ଧରଣର ନକଲି ସାର୍ଟିଫିକେଟ ରାକେଟ । ଆଉ ଦଲାଲଙ୍କ ଜାଲରେ ପଡିଛି ଜିଲ୍ଲା ଶ୍ରମ ବିଭାଗ । ଆଉ ଏହାର ଦସ୍ତାବିତ ଲାଗିଛି ଅର୍ଗସ ହାତରେ ।

ସୂଚନାନୁଯାୟୀ ଜୀବିତ ଶ୍ରମିକଙ୍କୁ ମୃତ୍ୟୁ ଦର୍ଶାଇ ଟଙ୍କା ହଡପ କରାଯାଉଛି । ଦସ୍ତାବିଜ ଯାଞ୍ଚ ନକରି "ମୃତ୍ୟୁ କାଳୀନ ସହାୟତା ରାଶି" ଅନୁମୋଦନ କରି ଅଡୁଆରେ ଜିଲ୍ଲା ଶ୍ରମ ବିଭାଗ । ଦଲାଲ ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଦୁର୍ନୀତି ହୋଇଥିବାର ଆସିଲା ସଙ୍ଗୀନ ଅଭିଯୋଗ

ଏକ ମୃତ ପ୍ରମାଣପତ୍ର... ମୃତକ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ରାଜୋଡା ପଂଚାୟତ ଅନ୍ତର୍ଗତ ଠୂସିଗୁଡା ଗ୍ରାମର ପୁର୍ଣି ଭତରା । ସେହି ଦସ୍ତାବିଜ କହୁଛି ତାଙ୍କର ମୃତ୍ୟୁ ୧୦.୦୨.୨୦୨୩ ତାରିଖରେ ହୋଇଛି । ଯାହାର ଡେଥ୍ ସାଟିଫିକେଟ୍ ରେଜିଷ୍ଟ୍ରସନ ନମ୍ବର ହେଉଛି - ୪୬/୨୦୨୩ ସେଠାରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି ଯେ ପୂର୍ଣ୍ଣି ଭତରା ଆଉ ଦୁନିଆରେ ନାହାନ୍ତି । କିନ୍ତୁ ପୂର୍ଣ୍ଣି ଭତରା । ଯାହାର ମୃତ ପ୍ରମାଣପତ୍ର ହୋଇଥିଲା ।

ଅର୍ଥାତ ଜୀବିତ ବ୍ୟକ୍ତିଙ୍କର ନକଲି ମୃତ ପ୍ରମାଣପତ୍ର ତିଆରି କରାଯାଇଛି l କେବଳ ମୃତ ପ୍ରମାଣପତ୍ର ହିଁ ନୁହଁ, ତାଙ୍କ ସ୍ୱାମୀ ରବି ଭତରାଙ୍କ ନାମରେ ଉତ୍ତରାଧିକାରୀ ପ୍ରମାଣପତ୍ର ମଧ୍ୟ କୋଡୀଙ୍ଗା ତହସିଲ ବିଭାଗ ପକ୍ଷରୁ ମିଳିଛି । ଆଉ କିଏ ଓ କେମିତି ଏହି ପ୍ରମାଣ ପତ୍ର ଦେଲା ଏହାକୁ ନେଇ ଉଠିଛି ବଡ ପ୍ରଶ୍ନ ।

ସେହିଭଳି ଆଉ ଜଣେ ଟୁନୁ ଭତରା ଙ୍କ "ମୃତ ପ୍ରମାଣପତ୍ର" ଦସ୍ତାବିଜ କହୁଛି ଟୁନୁ ମୃତ... କିନ୍ତୁ, ବାସ୍ତବ ଚିତ୍ର ତାହାର ଠିକ ଓଲଟା । ଟୁନୁ ଭତରା ବର୍ତମାନ ସୁସ୍ଥ ଥିବା ବେଳେ ଘରର ସମସ୍ତ କାର୍ଯ୍ୟ ନିଜେ କରୁଛନ୍ତି ତାଙ୍କ ସ୍ତ୍ରୀ ନାମରେ ମଧ୍ୟ ଉତ୍ତରାଧିକାରୀ ସାର୍ଟିଫିକେଟ ତିଆରି କରାଯାଇଛି ।

ଏଭଳି ଜାଲିଆତି କେବଳ କୋଷଗୁମୁଡା ବ୍ଲକରେ ନୁହଁ । ପାପଡାହାଣ୍ଡି ବ୍ଲକ ରେ ମଧ୍ୟ କରାଯାଇଛି । ପାପଡାହାଣ୍ଡି ବ୍ଲକ ଡ଼ଙ୍ଗରା ପଂଚାୟତ ଅନ୍ତର୍ଗତ କୁମ୍ଭାରଗୁଡା ଗ୍ରାମର ପୁରୁଷତି ମାଝୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଛି । ଦଲାଲ ମାନେ ଶ୍ରମିକମାନଙ୍କୁ ଏକ ଲକ୍ଷ ଟଙ୍କାର ମାଗଣା ଋଣ କରାଇଦେବା ଆଶା ଦେଖାଇ ସେମାନଙ୍କ ଠାରୁ ଆଧାର କାର୍ଡ, ବ୍ୟାଙ୍କ ପାସବୁକ , ଲେବରକାର୍ଡ, ଫୋଟ ଆଦି ସଂଗ୍ରହ କରି ଅସାଧୁ ଉପାୟରେ ନକଲି "ମୃତ ପ୍ରମାଣପତ୍ର" ଓ ନକଲି "ଉତ୍ତୋରାଧିକାରୀ ପ୍ରମାଣ ପତ୍ର" ତିଆରି କରି ମୃତ୍ୟୁକାଳୀନ ସହାୟତା ରାଶି ପାଇଁ ଜିଲ୍ଲା ଶ୍ରମ ବିଭାଗ କୁ ଆବେଦନ କରିଥିବା ଜଣାପଡିଛି ।

ଏଠାରେ ପ୍ରଶ୍ନ ଉଠୁଛି ଯେ ଦଲାଲଙ୍କ ସହ ମିଶି ଏଭଳି ଆତ୍ମସାତ କରିବାରେ ଲିପ୍ତ ନାହାନ୍ତି ତ ଅଧିକାରୀ..? କାହିଁକି ବିନା ଯାଞ୍ଚ ରେ ଏତେ ଗୁଡ଼ାଏ ସରକାରୀ ଟଙ୍କା ମଞ୍ଜୁର କରିଦେଲେ ବିଭାଗୀୟ ଅଧିକାରୀ ? ତାହା ଏବେ ସନ୍ଦେହଘେରରେ । ଆଉ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fake Certificates | Living Workers Declared Dead to Loot Government Funds | Argus News