Videos
|
Odisha

ସ୍କୁଲରେ ଝୁଲୁଛି ତାଲା, ବାହାରେ ପିଲା

Banajyotshna Ray
Browse all articles by Banajyotshna Ray
·11 months ago·1 min read
ସ୍କୁଲରେ ଝୁଲୁଛି ତାଲା, ବାହାରେ ପିଲା

Key Points

ସ୍କୁଲରେ ଝୁଲୁଛି ତାଲା, ବାହାରେ ପିଲା
ସୀମାନ୍ତରେ ମୁର୍ଖ ହେବେ ଛାତ୍ରଛାତ୍ରୀ
ଭୂତକୋଠି ପାଲଟିଛି ମଣିଷ ତିଆରି କାରଖାନା
ନୂଆପଡ଼ାର ଶହେରୁ ଅଧିକ ସ୍କୁଲରେ ଝୁଲୁଛି ତାଲା

କୁନି କୁନି ପିଲାଙ୍କ ଆଖିରେ ଅସୁମାରି ସ୍ଵପ୍ନ । ବିଦ୍ୟାଳୟ ଖୋଲିବ ଏବଂ ସେ ପାଠ ପଢିବେ । ହେଲେ ବନ୍ଦ ପଡିଥିବା ବିଦ୍ୟାଳୟ ପାଇଁ ମଣିଷ ହେବାର ସ୍ଵପ୍ନ ଭାଙ୍ଗି ଯାଇଛି । ଇଏ ହେଉଛି ନୂଆପଡ଼ା ଜିଲ୍ଲାର ଆଦିବାସୀ ବହୁଳ ସେଠ୍ ଜାମପାଣି ଗାରେ ଥିବା ପ୍ରାଥମିକ ସ୍କୁଲ୍‌ର ଦୃଶ୍ୟ । ଗାଁରେ ପଚାଶ ଛାତ୍ରଛାତ୍ରୀ ଥିବା ବେଳେ ସ୍କୁଲ ବନ୍ଦ ଯୋଗୁଁ ପାଠପଢାରୁ ବଞ୍ଚିତ ହେଉଛନ୍ତି ପିଲା ।


ନୂଆପଡ଼ା ଜିଲ୍ଲାର 166ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ଥିବାବେଳେ ନୂଆପଡ଼ା ବ୍ଲକରେ 48, କୋମନା ବ୍ଲକରେ 57, ଖଡ଼ିଆଳ ବ୍ଲକରେ 22 , ବୋଡ଼େନ ବ୍ଲକରେ 10 ଓ ସିନାପାଲି ବ୍ଲକରେ 22 ଗୋଟି ସ୍କୁଲ୍ ବନ୍ଦ ହୋଇ ପଡିଛି । ଦିନେ ଛାତ୍ରଛାତ୍ରୀଙ୍କ କୋଳାହଳରେ ଫାଟି ପଡୁଥିବା ବିଦ୍ୟାଳୟ ଏବେ ଭୂତ କୋଠି ପାଲଟିଛି । ବର୍ଷ ବର୍ଷ ଧରି ମଣିଷ ତିଆରି କାରଖାନା ବନ୍ଦ ପଡିବା ଯୋଗୁଁ ପିଲା ମାନେ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି । ଅନେକ ଥର ଗୁହାରି କଲେ ମଧ୍ୟ କେହି ଶୁଣୁନଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ ଓ ନୂଆପଡା ବ୍ଲକ ଉପାଧ୍ୟକ୍ଷ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଏ ସମ୍ପର୍କରେ ପଚାରିବାରୁ ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି କହିଛନ୍ତି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ । ଆଦିବାସୀ ଅଧିୁଷିତ ନୂଆପଡ଼ା ଜିଲ୍ଲାରେ ବନ୍ଦ ପଡିଛି ୧୦୦ରୁ ଅଧିକ ସ୍କୁଲ । ଫଳରେ ବହୁ ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋର ବନ୍ଧା ହୋଇ ପଡିଛି।

Lock hanging in school, children outside-Argus News | Argus News