Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭିଜିଲାନ୍ସ ଉପସ୍ଥିତିରେ ଖୋଲାଯାଇଛି ଲକର, ନଗଦ ୨ ଲକ୍ଷ ଜବତ

Odisha

ଭିଜିଲାନ୍ସ ଉପସ୍ଥିତିରେ ଖୋଲାଯାଇଛି ଲକର, ନଗଦ ୨ ଲକ୍ଷ ଜବତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭିଜିଲାନ୍ସ ଉପସ୍ଥିତିରେ ଖୋଲାଯାଇଛି ଲକର, ନଗଦ ୨ ଲକ୍ଷ ଜବତ

ଅର୍ଗସ ବ୍ୟୁରୋ:  ଶାନ୍ତନୁ ମହାପାତ୍ରଙ୍କର କପିଳପ୍ରସାଦ SBI ବ୍ୟାଙ୍କରେ ଥିବା ଲକର ଖୋଲାଯାଇଛି। ଭିଜିଲାନ୍ସ ଉପସ୍ଥିତିରେ ଖୋଲାଯାଇଛି ଲକର। ଏଥିରୁ ଦୁଇଲକ୍ଷ ଟଙ୍କା, ହରିଦାସପୁର ଅଞ୍ଚଳର ଏକ ପ୍ଲଟର କାଗଜପତ୍ର ମଧ୍ୟ ମିଳିଛି। ମାଲକାନଗିରି ଜଳ ଛାୟା ଉପନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଲାଞ୍ଚ କାରବାରର ଖୋଲୁଛି ପେଡି ।
ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଢାଲ କରି ଅନଲାଇନ ଜରିଆରେ ନେଉଥିଲେ ଲାଞ୍ଚ ।


କଣ୍ଟ୍ରାକ୍ଟର ଏବଂ ଅନ୍ୟ ଲୋକଙ୍କ ଠାରୁ 2019ରୁ 2024ମଧ୍ୟରେ 1କୋଟି ଟଙ୍କା ଲାଞ୍ଚ ଆଣିଥିବା ତଥ୍ୟ ପାଇଛି ଭିଜିଲାନ୍ସ। ଗଞ୍ଜାମ ଜଗନ୍ନାଥ ପ୍ରସାଦର ଜନସେବା କେନ୍ଦ୍ରର କର୍ମଚାରୀ ଅଲେଖ ଚନ୍ଦ୍ର ପ୍ରଧାନଙ୍କୁ ପଚରା ଉଚରା କରୁଛି ଭିଜିଲାନ୍ସ । ସେହିଭଳି ଲେବରଙ୍କୁ ଟଙ୍କା ପେମେଣ୍ଟ ଦର୍ଶାଇ ସରକାରୀ ଟଙ୍କାକୁ ଏକାଧିକ ଆକାଉଣ୍ଟକୁ ଆଣି ଆତ୍ମସାତ କରିଛନ୍ତି ଶାନ୍ତନୁ ମହାପାତ୍ର । ତାଙ୍କୁ ଏଥିରେ ସହଯୋଗ କରୁଥିଲେ DEO ବିଶ୍ୱଜିତ ମଣ୍ଡଳ ଏବଂ କଣ୍ଟ୍ରାଚୁଆଲ ଷ୍ଟାପ ଅମୀୟକାନ୍ତ ସାହୁ । ଉଭୟଙ୍କ ଘରୁ ମିଳିଛି ଶତାଧିକ ବ୍ୟାଙ୍କ ପାସବୁକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଭାଗର ବିଭିନ୍ନ କାର୍ଯ୍ୟ କରି ଟଙ୍କା ଲୁଟ ପାଇଁ ଏହି ଆକାଉଣ୍ଟ ସବୁକୁ ବ୍ୟବହାର କରାଯାଉଥାଇପାରେ ବୋଲି ସନ୍ଦେହ କରୁଛି ଭିଜିଲାନ୍ସ । ସମସ୍ତ ଆକାଉଣ୍ଟ କିଛି ଶ୍ରମିକ ମାନଙ୍କର ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଦୁଇ କର୍ମଚାରୀଙ୍କ ପାଖରେ ଏତେ ଆକାଉଣ୍ଟ କେଉଁଠାରୁ ଆସିଲା ତାକୁ ନେଇ ସ୍ୱତନ୍ତ୍ର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ବିଭାଗ ।

Raja Festival
Sponsored
Locker opened in presence of vigilance, Rs 2 lakh cash seized | Argus News