Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜାଗର ପାଇଁ ସଜେଇ ହେଲାଣି ଲୋକନାଥ ପୀଠ, ଉଜାଗର ରହି ଦୀପ ଜାଳିବେ ଶ୍ରଦ୍ଧାଳୁ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଜାଗର ପାଇଁ ସଜେଇ ହେଲାଣି ଲୋକନାଥ ପୀଠ, ଉଜାଗର ରହି ଦୀପ ଜାଳିବେ ଶ୍ରଦ୍ଧାଳୁ

ପୁରୀ:  ପବିତ୍ର ପଙ୍କଉଦ୍ଧାର ଏକାଦଶୀ ସରିଛି । ପଙ୍କଉଦ୍ଧାର ଏକାଦଶୀ ଉପଲକ୍ଷେ ଶ୍ରୀ ଲୋକନାଥ ଦେବଙ୍କ ପୀଠରେ ପ୍ରଜ୍ୱଳିତ ହୋଇଛି ବୃହତ୍ ଜଗତ ମଙ୍ଗଳ ଜାଗର ଦ୍ଵୀପ। ଆସନ୍ତାକାଲି ମହା ଶିବରାତ୍ରି । ଚଳଚଞ୍ଚଳ ବିଭିନ୍ନ ଶୈବ ପୀଠ। ଜାଗର ପାଇଁ ସଜେଇ ହେଲାଣି ଶ୍ରୀଲୋକନାଥ ମନ୍ଦିର। ଦୂରଦୂରାନ୍ତରରୁ ଭକ୍ତଙ୍କ ସମାଗମ ହେବ ଆସନ୍ତାକାଲି। ବିଶ୍ୱାସ ରହିଛି ଲୋକନାଥଙ୍କ ନିକଟରେ ଜାଗରରେ ଉଜାଗର ରହି ଦୀପ ଜାଳିଲେ ସବୁ ମାନସିକ ପୂରଣ ହୁଏ । କିମ୍ବଦନ୍ତୀ ଅନୁଯାୟୀ ଶ୍ରୀରାମଙ୍କ ସମୟରୁ ପୁରୀରେ ସ୍ଥାପିତ ହୋଇଛନ୍ତି ବାବା ଲୋକନାଥ । ଏଣୁ ବାବା ଲୋକନାଥଙ୍କ ପୀଠରେ ମହାଶିବରାତ୍ରି ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଜାଗର ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେନେଇ ପୋଲିସ୍, ପ୍ରଶାସନ, ଶ୍ରୀଲୋକନାଥ ଦେବ ଟ୍ରଷ୍ଠ ବୋର୍ଡ ପକ୍ଷରୁ କରାଯାଇଛି ବିଶେଷ ବ୍ୟବସ୍ଥା କରାଯାଇଛି ।


ଶ୍ରୀଲୋକନାଥ ଦେବଙ୍କ ପବିତ୍ର ପୀଠରେ ପଙ୍କଉଦ୍ଧାର ଏକାଦଶୀ ସନ୍ଧ୍ୟାରେ ପ୍ରଜ୍ୱଳିତ ହୋଇଛି ପଞ୍ଚଦଶ ତମ ବୃହତ୍ ଜଗତ ମଙ୍ଗଳ ଜାଗର ଦ୍ଵୀପ। ସନ୍ଧ୍ୟାରେ ଶ୍ରୀଲୋକନାଥଙ୍କ ଗମ୍ଭିରାରୁ ଦ୍ଵୀପ ଆସି ଏହି ବୃହତ୍ ଦ୍ଵୀପ ପ୍ରଜ୍ୱଳିତ କରାଯାଇଥିଲା। ପୂର୍ବରୁ ଏହି ବୃହତ୍ ଦ୍ଵୀପ ମାଟିରେ ପ୍ରସ୍ତୁତ କରାଯାଉଥିବା ବେଳେ ଗତବର୍ଷ ଠାରୁ ଅଷ୍ଟଧାତୁରେ ନିର୍ମିତ ହୋଇଛି। ପ୍ରାୟ ୬ଫୁଟ ଲମ୍ବ,୪ଫୁଟ ଓସାର ଏବଂ ୩ଫୁଟ ଗଭୀର ଏହି ଦ୍ଵୀପରେ ଏକାଥରେ ଦେଢ଼ କୁଇଣ୍ଟ।ଲ ଭଲ ଘିଅ ଜଳା ଯିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପଙ୍କୋଦ୍ଧାର ଏକାଦଶୀ ସନ୍ଧ୍ୟାରୁ ମହାଶିବରାତ୍ରି ଜାଗର ଦିନ ଶ୍ରୀ ଲୋକନାଥଙ୍କ ମହାଦୀପ ଉଠିବା ପର୍ଯ୍ୟନ୍ତ ଏହା ପ୍ରଜ୍ବଳିତ ହେବ। ୬ଇଞ୍ଚ ଚଉଡ଼ା ଏବଂ ୧୦ମିଟର ଲମ୍ବ ବଳିତା ଏହି ଦ୍ଵୀପରେ ବ୍ୟବହାର କରାଯିବ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଭାବେ ପରିଚିତ ଶ୍ରୀ ଲୋକନାଥ ମହାପ୍ରଭୁ । ଶ୍ରୀଲୋକନାଥ ଦେବଙ୍କ ପୀଠର ବିଶେଷ ମହତ୍ତ୍ବ ରହିଛି । ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ବିଳମ୍ବିତ ରାତି ୧ଟା୧୫ ଟାରେ ଦ୍ୱାରଫିଟା ହେବାପରେ ସକାଳ ଧୂପ ଓ ଦ୍ବିପ୍ରହର ଧୂପ ପରେ ମନ୍ଦିର ଗମ୍ଭିରାରେ ବର୍ଷ ତମାମ ଭକ୍ତ ମାନଙ୍କ ଦ୍ୱାରା ଅର୍ପଣ କରାଯାଇଥିବା ବେଲପତ୍ର,ପୁଷ୍ପ ,ଫଳ, ସୁନା,ରୂପା ଓ ନୈବେଦ୍ୟକୁ କଢ଼ାଯିବ । ପରେ ମହାସ୍ନାନ କରାଯିବା ପରେ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ ।


ଭକ୍ତମାନେ ବ୍ୟାରିକେଡ଼ରେ ଧାଡିରେ ଯାଇ ଠାକୁରଙ୍କ ପ୍ରତ୍ୟେକ୍ଷ ଦର୍ଶନ କରି ଆଶିଷ ଲାଭ କରିବେ । ପ୍ରଭୁ ଶ୍ରୀଲୋକନାଥ ଦେବଙ୍କ ପ୍ରତିଷ୍ଠା ପ୍ରଭୁ ରାମଚନ୍ଦ୍ର କରିଥିବାର କିମ୍ବଦନ୍ତୀରୁ ଜଣାଯାଏ । ଲକ୍ଷେ ଶିବଲିଙ୍ଗ ପୂଜାକଲେ ଯେଉଁ ଫଳ ପ୍ରାପ୍ତି ମିଳିଥାଏ, ଏହି ଦିନରେ ଶ୍ରୀ ଲୋକନାଥଙ୍କୁ ଦର୍ଶନ ସହିତ ପୂଜାର୍ଚ୍ଚନା କଲେ ସମପରିମାଣର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Loknath Peeth is all prepare for Jagar | Argus News