Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅତିଥି ବେଶରେ ଆସି ବ୍ରତଘର ମଣ୍ଡପରୁ ଲୁଟିନେଲେ

Smruti Parija
Browse all articles by Smruti Parija
·1 year ago·1 min read
ଅତିଥି ବେଶରେ ଆସି ବ୍ରତଘର ମଣ୍ଡପରୁ ଲୁଟିନେଲେ

ପୁରୀ: ଚୋରଙ୍କ ଟାର୍ଗେଟରେ ବିବାହ ଓ ବ୍ରତ ଘର ଉତ୍ସବ ମଣ୍ଡପ । ପୁରୀରେ ପୁଣି ବ୍ରତଘର ମଣ୍ଡପରୁ ଚୋରୀ ହୋଇଛି । ଭିଡ଼ର ସୁଯୋଗ ନେଇ ଗିଫ୍ଟ ଟଙ୍କା ଓ ଅଳଙ୍କାର ନେଇ ଚମ୍ପଟ ମାରିଛି ଚୋର । ପୁରୀ ପୌରସଂସ୍ଥା କଲ୍ୟାଣ ମଣ୍ଡପରୁ ଏକ ବ୍ରତଘର ଉତ୍ସବ ଚାଲିଥିବା ବେଳେ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ସମେତ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।


ଆଇନଜୀବୀଙ୍କ ପୁଅର ବ୍ରତ ଘର ଚାଲିଥିଲା । ଆଉ ଏତିକିବେଳେ ଭିଡର ସୁଯୋଗ ନେଇଛି ଚୋର । ସିସିଟିଭି ଫୁଟେଜରେ କୟଦ ହୋଇଛି ସମସ୍ତ ଚିତ୍ର । ଫୋଟୋ ଓ ସେ ଚଳପ୍ରଚଳ କରୁଥିବା ଭିଡିଓ ଫୁଟେଜ ପୋଲିସକୁ ପରିବାର ପକ୍ଷରୁ ହସ୍ତାନ୍ତର କରାଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ସପ୍ତାହରେ ସମାନ ଢଙ୍ଗରେ ଏକ ବିବାହ ଉତ୍ସବରେ ଭିଡର ସୁଯୋଗ ନେଇ ହୋଇଥିଲା ଚୋରି । ବରଯାତ୍ରୀ ବେଶରେ ଯାଇ ଲୁଟ୍ କରିଥିଲା ଚୋର । ଉପସ୍ଥିତ ସୁରକ୍ଷା କର୍ମୀ ତାକୁ ଧରି ପୋଲିସ ଜିମା ଦେଇଥିଲେ । ଭୁବନେଶ୍ବରର ଏକ ମଣ୍ଡପରୁ ଉକ୍ତ ଚୋର ଚୋରି କରିଥିବା ଜଣାପଡିଥିଲା ।


ପୂର୍ବରୁ ମଧ୍ୟ ଏମିତି ଘଟଣା ବାରମ୍ବାର ଦେଖିବାକୁ ମିଳିଛି । ବାହାଘର ଭିଡରେ ଚୋର ବର ପକ୍ଷ କିମ୍ବା ଝିଅ ପକ୍ଷର କହି ଭୋଜିରେ ସାମିଲ ହୁଅନ୍ତି । ଆଉ ଏହି ଭିଡର ଫାଇଦା ଉଠାନ୍ତି ଚୋର ।

Sponsored
loot-from-a-family-function | Argus News