Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗାଁରେ ଯାତ୍ରା ଦେଖିବାକୁ ଯାଇଥିବାବେଳେ ଘରେ କଳାକନା ବୁଲାଇଲେ ଚୋର

Banajyotshna Ray
Browse all articles by Banajyotshna Ray
·1 year ago
ଗାଁରେ ଯାତ୍ରା ଦେଖିବାକୁ ଯାଇଥିବାବେଳେ ଘରେ କଳାକନା ବୁଲାଇଲେ ଚୋର

କଟକ:  ଗାଁରେ ଯାତ୍ରା ଦେଖିବାକୁ ଯାଇଥିବାବେଳେ ଘରେ କଳାକନା ବୁଲାଇଲେ ଚୋର ଗ୍ୟାଙ୍ଗ । ୫ ଜଣଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଲେ ଲୁଟି । ବାଙ୍କୀ ବ୍ଲକ୍ ବୈଦେଶ୍ୱର ଥାନା ପୁଇଁଚା ଗାଁରେ ଘଟିଛି ଏଭଳି ସିରିଜ୍ ଚୋରି ଘଟଣା । ଗାଁ ମନ୍ଦିର ପଡିଆରେ ଜାଗର ଯାତ୍ରା ସହ ଗାଁର ଯୁବକ ମାନଙ୍କ ଦ୍ଵାରା ନାଟକ ପରିବେଷଣ ହେଉଥିଲା । ସମସ୍ତେ ଘରେ ତାଲା ପକାଇ ଯାତ୍ରା ଦେଖୁଥିବାବେଳେ ଗାଁରେ ପଶିଥିଲେ ଚୋର ଗ୍ୟାଙ୍ଗ । ରାତି ପ୍ରାୟ ସାଢେ ୧୨ଟାରୁ ସାଢ଼େ ଗୋଟେ ମଧ୍ୟରେ ଚୋର ଗ୍ୟାଙ୍ଗ ପଶି ଗୋଟିଏ ପରେ ଗୋଟିଏ ଘରେ ବୁଲାଇଛନ୍ତି କଳାକନା । ବୈଦେଶ୍ୱର ପୋଲିସ୍ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
loot in cuttack | Argus News