ଭଙ୍ଗା ଘରେ ରଙ୍ଗ ମାରି ଲୁଟିନେଲେ

ଦୁର୍ଗମରେ ମହାଦୁର୍ନୀତି, ୫ଟି ନାଁରେ ଭଙ୍ଗା ଘରେ ରଙ୍ଗ ମାରି ଲୁଟିନେଲେ ଲକ୍ଷାଧିକ ଟଙ୍କା। ରଙ୍ଗ ଛାଡ଼ିଗଲା , କାନ୍ଥ ଫାଟିଗଲା, ବର୍ଷା ପାଣି ଲହଡ଼ି ଖେଳୁଛି । ଫଟା କାନ୍ଥ ସାଙ୍ଗକୁ ଫଟା ଚଟାଣ, ଭଙ୍ଗା କବାଟ ଝରକା । ଖାଲି ସେତିକି ନୁହେଁ ଛାତରୁ ଅତଡା ଖସି ରଡ ଦେଖାଗଲାଣି। ଏପଟେ ଚଟାଣରେ ଘାସ ଚରିଲାଣି । ପୂର୍ବ ବିଜେଡ଼ି ସରକାରର ଯୁଗାନ୍ତ କାରି ୫ଟି ଯୋଜନାରେ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ମହବିଲା ପଞ୍ଚାୟତ ଜାମବାଦି ଉଚ୍ଚ ବିଦ୍ୟାଳୟର। ଚତୁର୍ଥ ପ୍ରଜାୟରେ ୫ଟି ଯୋଜନାରେ ବିଦ୍ୟାଳୟର ପାରିପାର୍ଶିକ ରୂପାନ୍ତକରଣ ବାବଦରେ ୩୭ଲକ୍ଷ୍ୟ ୩୫ହଜାର ୬୦୪ ଟଙ୍କା ବ୍ୟୟ ବରାଦ ହେଇଛି । ବିଦ୍ୟାଳୟ ପରିସର ଉପରେ ଯୁଆଡେ ଚାହିବେ ସବୁଆଡେ ଭଙ୍ଗା ଘରେ ରଙ୍ଗ ମାରି ଲକ୍ଷାଧିକ ଟଙ୍କା ଲୁଟ ହୋଇଛି।
ନିମ୍ନମାନର ବାଲି ମାଟି ବ୍ୟବହାର ହୋଇ ବିଦ୍ୟାଳୟ ପରିସର ମଧ୍ୟରେ ଫେବର୍ ଟାଇଲ ବିଛା ହେଇ ରାସ୍ତା ତିଆରି ହେଇଛି , ମଝିରେ ମଝିରେ ଫାଙ୍କ ଥିବାରୁ ଘାସ ଚରିଲାଣୀ। ବର୍ଷା ହେଲେ ବର୍ଷା ପାଣି ଓଫିସ୍ ଭିତରେ ପଶୁବା ସହିତ ବିଦ୍ୟାଳୟ ପରିସର ମଧ୍ୟରେ ଜମୁଛି। ଛାତ୍ର ଛାତ୍ରୀଙ୍କ ବ୍ୟବହାର ପାଇଁ ଆସିଥିବା କମ୍ପ୍ୟୁଟର ଲାଗିବା ଦିନରୁ ଅଚଳ। ଫଲ୍ସ ବିଲକରି ଲକ୍ଷାଧିକ ଟଙ୍କାର ଖରାପ କମ୍ପ୍ୟୁଟର ଲଗା ଯାଇଛି। ଡିଜିଟାଲ ବୋର୍ଡ ଲାଗିଛି ଓଫ ଲାଇନ୍ ବାର୍ଡ ନ ଥିବାର ବିଦ୍ୟୁତ ନଥିଲେ ଛାତ୍ର ଛାତ୍ରୀ ପାଠ ପଢାରୁ ବଞ୍ଚିତ ହେଉଛନ୍ତି । ସାଇନ୍ସ ଲେବରାଟାରୀ ଉପକରଣ ଲଗାଜାଇନାହି ତେଣୁ ବିଜ୍ଞାନ ଜ୍ଞାନରୁ ଛାତ୍ର ଛାତ୍ରୀ ବଞ୍ଚିତ ।
ଗେଟରେ ଭଙ୍ଗା ଗ୍ରିଲ ଲାଗିଛି ଯାହାକି ଛାତ୍ର ଛାତ୍ରୀ ଓ ଶିକ୍ଷକଙ୍କ ପାଇଁ କାଳ ସାଜିଛି ।କାର୍ଯ୍ୟ ସମ୍ପୂର୍ଣ୍ଣ ନହୋଇ ହେଇଛି ଅତ୍ୟଧିକ ବିଲ୍ । ଏହି ଚିତ୍ର ବୟାନ କରୁଛି ପୂର୍ବ ସରକାରରେ ଦୁର୍ନୀତି ର ଚେର ଲମ୍ବୀ ଲମ୍ବି ଯାଇଛି। ଏହାର ଉଚ୍ଚ ସ୍ଥରିୟ ତଦନ୍ତ ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି।
