|
logo
Live

Argus News - ଭୂତ କାମ କରି କୋଟି କୋଟି ଟଙ୍କା ହେଉଥିଲା ବାଟମାରଣା

Odisha

ଭୂତ କାମ କରି କୋଟି କୋଟି ଟଙ୍କା ହେଉଥିଲା ବାଟମାରଣା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଭୂତ କାମ କରି କୋଟି କୋଟି ଟଙ୍କା ହେଉଥିଲା ବାଟମାରଣା

ନବୀନଙ୍କୁ ମୋହନ ଙ୍କ ଟାର୍ଗେଟ । ଲକ୍ଷେ କୋଟି କୁଆଡ଼େ ଗଲା ବୋଲି ସିଧାସଳଖ କଲେ ପ୍ରଶ୍ନ । ନବୀନଙ୍କ ଜଳ ସେଚନ ସ୍ୱପ୍ନ କାହିଁକି ପୂରଣ ହୋଇ ପାରିଲାନି ତାହାର ଖୋଲି ଦେଲେ ଗୁମର । କହିଲେ ପୂର୍ବ ସରକାର ସମୟରେ ଜଳ ସେଚନ ବିଭାଗ ଦୁର୍ନୀତିର ଗନ୍ତା ଘର ପାଲଟି ଥିଲା । ବିନା ପ୍ଲାନିଂ ରେ ଯୋଜନା କରୁଥିଲେ । କାମ ହେଲା କେତେ ନ ହେଲା କେତେ ତଥାପି ବିଲ ହେଉଥିଲା । ଜଳ ସେଚନ ପାଇଁ ଲକ୍ଷେ ଦୁଇ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । କିନ୍ତୁ କାହିଁକି ଗ୍ରାଉଣ୍ଡ ରେ ଜଳ ସେଚନ ପହଁଚି ପାରିଲାନି । ସେଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହୁରି କହିଛନ୍ତି ଲକ୍ଷେ କୋଟି ଟଙ୍କା ଗଲା କୁଆଡ଼େ । ୫୦ ପ୍ରତିଶତ ଜଳ ସେଚନ ହୋଇ ପାରିଥାନ୍ତା କିନ୍ତୁ ୩୪ ପ୍ରତିଶତ ରେ କାହିଁକି ରହିଗଲା । ନିମ୍ନ ମାନର କାମ, ପରିଚାଳନା ଠିକ ହେଲା ନାହିଁ ଯେଉଁଥି ପାଇଁ ଜଳ ସେଚନ ଯେତିକି ହେବା କଥା ସେତିକି ହୋଇ ପାରିଲା ନାହିଁ । ଯାହାକୁ ଦୃଷ୍ଟିରେ ରଖି ନୂତନ ରାଜ୍ୟ ଜଳ ନୀତି ଆଣିବେ ସରକାର ।

ମୁଖ୍ୟମନ୍ତ୍ରୀ ଗୃହରେ ପ୍ରତିଶ୍ରୁତି ଦେଇ କହିଛନ୍ତି ମହାନଦୀ କୁ ଖଣି ଓ କମ୍ପାନୀ ଙ୍କ ଗୋଲାମୀ କରିବାକୁ କି କେଉଁ ଅଣ ଓଡିଆଙ୍କ ତୁଷ୍ଟି କରଣ କରିବାକୁ ଦିଆଯିବନି । ମହାନଦୀ କୁ ମାଆ ନଦୀ ଭାବେ ପରିଣତ କରିବାକୁ ଆମେ ଦୃଢ଼ ରୁ ଦୃଢ଼ ପ୍ରତିଶ୍ରୁତି ବଦ୍ଧ । ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ସମସ୍ୟାର ର ସମାଧାନ ପାଇଁ ଆମ ସରକାର ଆଗେଇ ଆସିଛନ୍ତି । ଏହା ଭିତରେ ରାଜସ୍ଥାନରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ, ସଚିବ ଓ ଛତିଶଗଡ଼ ର ଜଳ ସମ୍ପଦ ମନ୍ତ୍ରୀଙ୍କ ସହ ଦ ଦୁଇ ତିନିଟି ପର୍ଯ୍ୟାୟ ରେ ଆଲୋଚନା ହୋଇଛି । ମହାନଦୀ ପାଇଁ ଉଚିତ ପଦକ୍ଷେପ ନେବେ ରାଜ୍ୟ ସରକାର । କିନ୍ତୁ ସରକାରଙ୍କ ଆଭିମୁଖ୍ୟ ଉପରେ ବିଜେଡି ପ୍ରଶ୍ନ ଉଠାଇଥିବା ବେଳେ ଜବାବ ରଖିଛି ବିଜେପି ।

୨୦୦୬ ରେ ୩୫ ପ୍ରତିଶତ ଜଳ ସେଚନ ପ୍ରତି ବ୍ଲକ ରେ କରିବାକୁ ବିଧାନସଭା କହିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୦୮ ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ କହିଥିଲେ ବ୍ଲକ ନୁହେଁ ଆମେ ପ୍ରତି ଗାଁ କୁ ୩୫ ପ୍ରତିଶତ ଜଳ ସେଚନ କରିବୁ । କିନ୍ତୁ ୨୪ ବର୍ଷ ପରେ ଆଜି ସ୍ଥିତି ହେଉଛି ୩୪ ପ୍ରତିଶତ ରେ ସୀମିତ ଜଳ ସେଚନର ବାସ୍ତବତା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଭୂତ କାମ କରି କୋଟି କୋଟି ଟଙ୍କା ହେଉଥିଲା ବାଟମାରଣା | Argus News