Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଘରେ ପଶି ସର୍ବସ୍ୱ ଲୁଟି ନେଉଛନ୍ତି ଲୁଟେରା, କିଛି କରିପାରୁନି ପୋଲିସ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ଘରେ ପଶି ସର୍ବସ୍ୱ ଲୁଟି ନେଉଛନ୍ତି ଲୁଟେରା, କିଛି କରିପାରୁନି ପୋଲିସ !

Key Points

ଗୋଟିଏ କି ଦୁଇଟି ନୁହେଁ ୧୦ ଘରେ ହୋଇଛି ଚୋରି ।
ତଦନ୍ତ ଆଳରେ ୨ ଦିନ ପର୍ଯ୍ୟନ୍ତ ଘର ବାହାରେ ଶୋଇଲେ ପୁରା ପରିବାର ।

ଢେଙ୍କାନାଳ ସହରରେ ମାତିଛନ୍ତି ଲୁଟେରା । ୧୦ ଦିନରେ ୧୦ ଜଣଙ୍କ ଘରେ ବୁଲାଇଲେଣି କଳାକନା । ଲୋକ ନଥିବା ଘରକୁ କରୁଛନ୍ତି ଟାର୍ଗେଟ । ଲୁଟି ନେଉଛନ୍ତି ଟଙ୍କା ପଇସା ସାଙ୍ଗକୁ ଅଳଙ୍କାର । ଲୁଟେରାଙ୍କ ଲୁଟପାଟ୍ ପରେ ବି ପୋଲିସ ହାତ ଖାଲି ।

ଢେଙ୍କାନାଳ ଜିଲ୍ଲା ମହିଶାପାଟ ସ୍ଥିତ ଅନନ୍ତନଗର ନିବାସୀ ଲୀଳାବତୀ ପଡ଼ିହାରୀଙ୍କ ଘରେ ହୋଇଛି ଚୋରି । ଏବେ ସେ ସର୍ବସ୍ବାନ୍ତ ହୋଇପଡ଼ିଛନ୍ତି । ତାଙ୍କ ଘରେ କଳାକାନା ବୁଲାଇ ଦେଇଛନ୍ତି ଦୁର୍ବୃତ୍ତ । ୨ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ରୂପା ଅଳଙ୍କାର ଲୁଟି ନେଇଛନ୍ତି ଲୁଟେରା । ପାଖାପାଖି ୧୫ରୁ ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି । ମାତ୍ର ଲୁଟ୍‌ ଠାରୁ ଅଧିକ ବଳି ଯାଇଛି ପୋଲିସର ଯନ୍ତ୍ରଣା । ତଦନ୍ତ ପାଇଁ ୨ ଦିନ ଘର ବାହାରେ ଶୋଇଛନ୍ତି ପୁରା ପରିବାର ।

ମହିସାପାଟ ଅଞ୍ଚଳର ପ୍ରାଣବନ୍ଧୁ ରାଉତଙ୍କ ଘରୁ ମଧ୍ୟ ସାମନା ଷ୍ଟାଇଲରେ ହୋଇଛି ଲୁଟ୍‌ପାଟ୍ । ତିନି ତିନିଟା ଲୁହା ଗେଟ୍‌ ଭାଙ୍ଗି ଘରେ କେହି ନଥିବା ବେଳେ ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ସ୍କୁଟି ସାଙ୍ଗକୁ ନଗଦ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଘଟଣାକୁ ୫ ଦିନ ବିତିଥିଲେ ବି କେବଳ ସ୍କୁଟି ଉଦ୍ଧାର କରି ଚୁପ୍ ବସିଛି ପୋଲିସ ।

କେବଳ ମହିସାପାଟ ନୁହେଁ ସହରର ବିଭିନ୍ନ ସ୍ଥାନରେ ମାତିଛନ୍ତି ଲୁଟେରା । ଢିଲା ପୋଲିସ ପାଟ୍ରୋଲିଂ କାରଣରୁ ଏଭଳି ଲୁଟ୍ ବୃଦ୍ଧି ପାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Looters are looting everything, the police can't do anything! | Argus News