ମାଫିଆ-ତହସିଲଦାରଙ୍କ ମିଲି ଭଗତରେ ଚାଲିଛି ଲୁଟ

Key Points
ବାଲେଶ୍ବରରେ ଲଘୁ ଖଣିଜ ଲୁଟର ବଡ଼ ଷଡଯନ୍ତ୍ରର ପର୍ଦ୍ଦାଫାଶ
ମାଫିଆ-ତହସିଲଦାରଙ୍କ ମିଲି ଭଗତରେ ଚାଲିଛି ଲୁଟ
ଶୁଣିବାକୁ କେହି ନାହିଁ, କହିବାକୁ କେହି ନାହିଁ
ଆମେ ଆପଣଙ୍କୁ କିଛି ଏପରି ତଥ୍ୟ ଦେଖାଇବାକୁ ଯାହା ଆପଣଙ୍କୁ ଥରେ ଭାବିବାକୁ ବାଧ୍ୟ କରିବ ଏହି ଲଘୁ ଖଣିଜ ଲୁଟର ବଡ଼ ଷଡଯନ୍ତ୍ର କେମିତି ହୋଇଛି। ଫେବ୍ରୁଆରୀ 21ରେ ୧୬ନମ୍ବର ଜାତୀୟ ରାଜପଥ ଆମ୍ବିଳି ଅଠା ନିକଟରେ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ୯୧ଟି ବାଲି ଡମ୍ଫର୍ କୁ ଜଳେଶ୍ବର ତହସିଲଦାର ଜବତ କରିଥିଲେ। ଉପଜିଲ୍ଲାପାଳ ଓ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏହି ଗାଡ଼ି ଗୁଡ଼ିକ ଉପରେ ଫାଇନ୍ କରାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଆଞ୍ଚଳିକ ପରିବହନ ବିଭାଗ ମାତ୍ର ୩୪ଟି ଗାଡ଼ିକୁ ଫାଇନ୍ କରିଛି । ବାକି ୫୪ଟି ବାଲି ଡମ୍ଫର କୁଆଡ଼େ ଗଲା ତାର ଖୋଜଖବର ନାହିଁ । ବଡ଼ କଥା ହେଲା ତହସିଲଦାର୍ ଜବତ୍ କରିଥିବା ଗାଡ଼ି ମଧ୍ୟରୁ OD01M0078 ଏହି ନମ୍ୱର୍ ଟି ହେଉଛି ଏକ ସ୍କୁଟରର । ପ୍ରଶ୍ନ ଉଠୁଛି ବାଲି ମାଫିଆଙ୍କୁ ଖସେଇବା ପାଇଁ ହୋଇଥିଲା କି ଷଡ଼ଯନ୍ତ୍ର।
ବାଲେଶ୍ବର ରେମୁଣା ଦହପଡ଼ା ଅଞ୍ଚଳରୁ ରାଜା ଇଟା ଭାଟି ନାମକ ଏକ ସଂସ୍ଥା ପ୍ରତ୍ୟେକ ଦିନ ବୁଢ଼ାବଳଙ୍ଗ ନଦୀରୁ ବାଲି ଏବଂ ମାଟି ଉଠାଉଥିବା ଅଭିଯୋଗ ହୋଇଥିଲା । ଏପରିକି ଶହ ଶହ ଏକର ସରକାରୀ ଜାଗାକୁ ବେଆଇନ୍ ଭାବେ କବଜା କରି ରଖିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଶେଷରେ ଗାଁ ଲୋକେ ଜେଶିବି ମେସିନ୍ ଓ ଟ୍ରାକ୍ଟର ବାଲି ଲୁଟ୍ କରୁଥିବା ବେଳେ ଅଟକ ରଖିଥିଲେ । ଥାନାରେ ଜିମା ଦେଇଥିଲେ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ବାଲେଶ୍ଵର ବାଗୁଡ଼ି ପଥର ଖାଦାନରେ କଳା ପଥର ଲୁଟ ହେଉ ଅବା ଖଇରା ନାଲି ମାଙ୍କଡା ପଥର ଲୁଟ, ସବୁଠି ଚାଲିଛି ଖଣି ମାଫିଆଙ୍କ ରାଜ। ନିଳଗିରି ସୋନ ନଦୀ, ସୁବର୍ଣ୍ଣରେଖାରେ ଚାଲିଛି ଲୁଟ। ସାଂସଦ କରିଛନ୍ତି ଅସାଧୁ ଅଫିସର ଓ ମାଫିଆଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ।