|
logo
Live

Argus News - ବଜାରରେ ବୁଲିଲାଣି ବିଜେଡି ଏକ୍ସପାଏରୀ ସ୍କାନର !

Odisha

ବଜାରରେ ବୁଲିଲାଣି ବିଜେଡି ଏକ୍ସପାଏରୀ ସ୍କାନର !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବଜାରରେ ବୁଲିଲାଣି ବିଜେଡି ଏକ୍ସପାଏରୀ ସ୍କାନର !

Key Points

  • ବଜାରରେ ବୁଲିଲାଣି ବିଜେଡି ଏକ୍ସପାଏରୀ ସ୍କାନର
  • ଜନତା କହୁଛନ୍ତି ଦୁଇ ଶଙ୍ଖ ବହୁତ ଦୁଃଖ

ଅର୍ଗସ ବ୍ୟୁରୋ : ବିରୋଧୀ ଦଳର ନେତା ତଥା ସମ୍ବଲପୁର ବିଜେପିର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ନିଜ ଫେସବୁକ୍‌ ପେଜରେ ଏମିତି କିଛି ଲେଖିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର । ଗତକାଲି ନିର୍ବାଚନୀ ସଭାରେ ମୋଦି କହିଥିଲେ ଜୁନ୍‌-୪ରେ ବିଜେଡିର ଏକ୍ସପାଏରୀ ହେବ, ଆଉ ଏବେ ଜୟନାରାୟଣ ବି ସମାନ କଥା ଲେଖିଛନ୍ତି । ଜୁନ୍-୪ରେ ବିଜେଡିର ଖେଳ ଖତମ୍‌ । ଖାଲି ଏତିକି ନୁହେଁ ବରଂ ରେଜିଷ୍ଟ୍ରେସନ୍‌ ତାରିଖ, ମାନ୍ୟୁଫାକଚରିଂ ଡେଟ୍‌ ସହ ଏକ୍ସପାଏରୀ ଲେଖାଥିବା ଏକ ବାରକୋଟ୍‌ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ରାଜ୍ୟରେ କ୍ରମାଗତ ଭାବରେ ବିଜେଡିର ଲୋକପ୍ରିୟତା କମୁଥିବା ବେଳେ ବିଜେପିର ଲୋକପ୍ରିୟତା ବଢୁଛି । ପ୍ରଧାନମନ୍ତ୍ରୀଙ୍କ ଭିଜନ, କାର୍ଯ୍ୟଶୈଳୀକୁ ବେଶ ପସନ୍ଦ କରୁଛନ୍ତି ଜନତା ।  ଯାହା ଗତକାଲିର ଦୃଶ୍ୟ ହିଁ ସ୍ପଷ୍ଟ କରିଥିଲା । ହେଲେ ମୋଦିଙ୍କ ଭାଷଣ ଶୁଣିବା ପରେ ଏବେ ପୂରା ସୋସିଆଲ ମିଡିଆରେ ବିଜେଡିର ଏକ୍ସପାଏରୀ ଡେଟ୍‌ର ସ୍କାନର ଭାଇରାଲ ହେଉଛି । ଯାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି ।  କାରଣ ୨୪ ବର୍ଷର ସ୍ଥିର ସରକାର, ସ୍ଥିର ମୁଖ୍ୟମନ୍ତ୍ରୀ ଥିବା ପରେ ବି ରାଜ୍ୟର ବିକାଶ ଯେମିତି ହେବା କଥା ସେମିତି ହୋଇନି । ତେଣୁ ଏ ସରକାରକୁ ବଦଳାଇବାକୁ ମନ ବଳାଇଲେଣି ଭୋଟ୍‌ର । କେମିତି ଭୋଟ୍ ବ୍ୟାଙ୍କ ବଢିବ ସେନେଇ ପୁଳାପୁଳା ରଣନୀତି କରୁଛନ୍ତି ନବୀନ- ପାଣ୍ଡିଆନ । କିନ୍ତୁ ସେ ଯୋଜନା କିଛି କାମ ଦେବନି, କି ବିଜେଡି ଭୋଟ ପାଇବନି ବୋଲି କହିଲେଣି ଜନତା । 

ପୂରା ଦମ୍‌ରେ ଏଥର ଲଢେଇ କରିବାକୁ ପ୍ରସ୍ତୁତ ହୋଇଛି ବିଜେପି । ଗ୍ରାଉଣ୍ଡରେ କାମ କରୁଛି, କେମିତି ରାଜ୍ୟ ଓ ଦେଶର ବିକାଶ ହେବ ସେନେଇ ରଣନୀତି ବି କରୁଛି । କେନ୍ଦ୍ରୀୟ ନେତାଙ୍କ ଫୋକସ୍‌ରେ ଓଡ଼ିଶା ରହିଛି । ଆଉ ଏମିତି ପ୍ରସ୍ତୁତି ଦେଖି ଡରି ଛାନିଆ ହେଲାଣି ବିଜେଡି । ଯାହା ତ ଟେନ୍‌ସନ୍‌ ଥିଲାଥିଲା ଏବେ ଯେମିତି ଭାବରେ ମୋଦି ବିଜେଡିକୁ ଏକ୍ସପାଏରୀ ଡେଟ୍ କହିଦେଲେ ତାହା ଶଙ୍ଖ ଦଳର ଚିନ୍ତା ଆହୁରି ବଢାଇଦେଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବଜାରରେ ବୁଲିଲାଣି ବିଜେଡି ଏକ୍ସପାଏରୀ ସ୍କାନର ! | Argus News