Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ନିର୍ଦ୍ଦେଶ ଦେଲେ କୋର୍ଟ ! ନବୀନ-ପାଣ୍ଡିଆନଙ୍କ ନାଁରେ ହେବ ମାମଲା

Odisha

ନିର୍ଦ୍ଦେଶ ଦେଲେ କୋର୍ଟ ! ନବୀନ-ପାଣ୍ଡିଆନଙ୍କ ନାଁରେ ହେବ ମାମଲା

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ନିର୍ଦ୍ଦେଶ ଦେଲେ କୋର୍ଟ ! ନବୀନ-ପାଣ୍ଡିଆନଙ୍କ ନାଁରେ ହେବ ମାମଲା

Key Points

  • ନବୀନ-ପାଣ୍ଡିଆନଙ୍କ ଅଡୁଆ ବଢିପାରେ
  • ଉଭୟଙ୍କ ନାଁରେ ରୁଜୁ ହେବ ଅପରାଧିକ ମାମଲା
  • ତାରିଖ ଦେଲେ ଭୁବନେଶ୍ଵର SDJM କୋର୍ଟ 

ଅର୍ଗସ ବ୍ୟୁରୋ: ନବୀନ-ପାଣ୍ଡିଆନଙ୍କର ବଢିପାରେ ଅଡୁଆ ? କାରଣ ଉଭୟଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ଭୁବନେଶ୍ଵର SDJM କୋର୍ଟ ତାରିଖ ଦେଇଛନ୍ତି । ଆଉ କୋର୍ଟ ତାରିଖ ଦେବା ପରେ ବିଜେଡିରେ ଏବେ ଛନକା ପଶିଛି । 

ଅଡୁଆରେ ପଡ଼ିପାରନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ  ଭି. କେ ପଣ୍ଡିଆନ । ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ ପାଇଁ ତାରିଖ ଦେଲେ ଭୁବନେଶ୍ଵର SDJM କୋର୍ଟ । ରାଜ୍ୟପାଳଙ୍କ ଅନୁମତି ମିଳିବା ପରେ ଉଭୟ ନବୀନ, ପଣ୍ଡିଆନଙ୍କ ନାଁରେ ରୁଜୁ ହେବ ଅପରାଧିକ ମାମଲା । ଶହ ଶହ କୋଟି ଟଙ୍କାର ଦୁର୍ନୀତି ମାମଲାକୁ ନେଇ କ୍ୟାପିଟାଲ ଥାନାରେ ଉଭୟଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରିବା ପାଇଁ  ଥାନାର ଦ୍ଵାରସ୍ଥ ହୋଇଥିଲେ ବରିଷ୍ଠ ଆଇନଜୀବୀ ସୁଧିର ମହାନ୍ତି । ଚାଟାର୍ଡ ଓ ହେଲିକପ୍ଟରରେ ବୁଲି ବୁଲି ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିବା ପଛରେ କିଏ ଦେଇଥିଲା ଅନୁମତି ଓ କାହିଁକି ପଣ୍ଡିଆନ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏହା ବିରୋଧରେ ଥାନାରେ ମାମଲା ରୁଜୁ ନ ହେବା ଫଳରେ SDJM କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆଇନଜୀବୀ ସୁଧିର ମହାନ୍ତି । ଏନେଇ ସେ ରାଜ୍ୟପାଳଙ୍କୁ ଘଟଣା ସମ୍ପର୍କରେ ଚିଠି ଲେଖି ଜଣାଇଛନ୍ତି । ସେପଟେ ଅପରାଧିକ ମାମଲା ରୁଜୁ କରି ସରକାର ତଦନ୍ତ ଆରମ୍ଭ କରନ୍ତୁ ବୋଲି କହିଛନ୍ତି ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ ।

ନିର୍ବାଚନର ଅନେକ ଦିନ ପୂର୍ବରୁ ପୁରା ରାଇଜକୁ ହେଲିକପ୍ଟରରେ ଚକ୍କର କାଟିଥିଲେ ପାଣ୍ଡିଆନ । ଏଥିଲାଗି କୋଟି କୋଟି ଟଙ୍କା ରାଜସ୍ଵ ଖର୍ଚ୍ଚ ବି ହୋଇଥିଲା । ଫାଇଭ-ଟି ବିଭାଗ ଅଗଣତାନ୍ତ୍ରିକ ହେବା ପରେ ବି ନବୀନ କିଛି ଶୁଣିନଥିଲେ । ହେଲେ ଏବେ ଯେଉଁପରି ଭାବରେ ମାମଲା ଥାନାରେ ପହଞ୍ଚିଛି ତାହାକୁ ନେଇ ଚର୍ଚ୍ଚା ଜୋର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Lop Naveen Patnaik | Argus News