Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

bada gopalji / ଘଟିଛି ପ୍ରତିକ୍ଷାର ଅନ୍ତ ୪୨ ବର୍ଷ ପରେ ଦେଉଳକୁ ଫେରିଲେ ବଡ଼ ଗୋପାଳଜୀ

Bikash Mohanty
Browse all articles by Bikash Mohanty
·5 months ago·2 min read
ଘଟିଛି ପ୍ରତିକ୍ଷାର ଅନ୍ତ ୪୨ ବର୍ଷ ପରେ ଦେଉଳକୁ ଫେରିଲେ ବଡ଼ ଗୋପାଳଜୀ
bada gopalji

Key Points

ଘଟିଛି ପ୍ରତୀକ୍ଷାର ଅନ୍ତ
୪୨ ବର୍ଷ ପରେ ଦେଉଳକୁ ଫେରିଲେ ବଡ଼ ଗୋପାଳଜୀ
ଦୁଲୁକୁଛି ସୁବର୍ଣ୍ଣପୁର ସହର

ଦୁଲୁକୁଛି ସୁବର୍ଣ୍ଣପୁର । ଘଟିଛି ୪୨ ବର୍ଷ ପ୍ରତୀକ୍ଷାର ଅନ୍ତ। ନିଜ ଦେଉଳକୁ ଫେରିଛନ୍ତି ମହାପ୍ରଭୁ । ଏବେ ମନ୍ଦିରରେ ପୁନଃ ପ୍ରତିଷ୍ଠା ପାଇଁ ଚାଲିଛି ମହା ସମାରୋହ । ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ। ଏବେ ଭକ୍ତ ଭଗବାନର ମିଳନ ନେଇ ଉତ୍ସାହିତ ମନ୍ଦିର ମାଳିନୀ ସୁବର୍ଣ୍ଣପୁର । 

ସହର ସାରା ଆଧ୍ୟାତ୍ମିକ ପରିବେଶ। ଦାଣ୍ଡ ମାନଙ୍କରେ ପୁର୍ଣ୍ଣ ଶୁଭ କଳସ ସହିତ ମୁରୁଜରେ ଝଟକୁଛି । ଚାଲିଛି ଘଣ୍ଟ ଘଣ୍ଟି ମୃଦଙ୍ଗ ତାଳିର ଶୋଭାଯାତ୍ରା । ଏକ ଭବ୍ୟ ଆଧ୍ୟାତ୍ମିକ ଶୋଭାଯାତ୍ରା ରେ ବାହାରିଛନ୍ତି ମହାପ୍ରଭୁ । ଭକ୍ତ ହେଉଛନ୍ତି ଭାବ ବିହ୍ୱଳ। ଏ ଦୃଶ୍ୟ ହେଉଛି ସୁବର୍ଣ୍ଣପୁର ସହରର । ଜିଲ୍ଲା କୋଷାଗାରରୁ ନିଜସ୍ଵ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ବଡ ଗୋପାଳଜୀ । ବଡ ଗୋପାଳଜୀ ଙ୍କ ସହ ଅନ୍ୟ ପାର୍ଶ୍ଵ ଦେବାଦେବୀଙ୍କ ମୂର୍ତ୍ତି ବାହାରିଛି ଶୋଭାଯାତ୍ରାରେ । ଏପଟେ ମନ୍ଦିରରେ ଚାଲିଛି ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ। ୪୨ ବର୍ଷ ପରେ ଭକ୍ତ ଭଗବାନଙ୍କୁ ପାଇଁ ଯେଉଁ ଖୁସି ହେଉଛି ତାହା ଭାଷାରେ ବର୍ଣ୍ଣନା କରି ପାରୁ ନାହିଁ । ଭାବ ଗଦ୍ ଗଦ ହୋଇ ଆମନ୍ତ୍ରଣ କରିଛି ମହାପ୍ରଭୁଙ୍କୁ ।

   ବଡ ଗୋପାଳଜୀ ହେଉଛନ୍ତି ସୋନପୁର ରାଜବାଟିର ଆରାଧ୍ୟ ଦେବତା । ୧୯୮୩ ମସିହା ରେ ତାଙ୍କ ମନ୍ଦିରରୁ ଗୋପାଳଜୀ ଙ୍କ ସହିତ ପାର୍ଶ୍ବ ଦେବଦେବୀଙ୍କ ୧୨ ଟି ଅଷ୍ଟ ଧାତୁ ମୂର୍ତ୍ତିକୁ ଚୋରି କରିନେଲେ ଦୃର୍ବୁତ୍ତ। ତେବେ ସେହି ମୂର୍ତ୍ତି ସବୁ ବିଦେଶକୁ ଚାଲାଣ ହେବାବେଳେ ଦିଲ୍ଲୀ ବିମାନ ବନ୍ଦରରେ ଧରା ପଡ଼ିଥିଲା ସିବିଆଇ ହାତରେ । ସେହି ଦିନଠାରୁ ମନ୍ଦିର ଶୂନ୍ୟ ହୋଇଥିବାବେଳେ ଚାଲିଥିଲା ନ୍ୟାୟିକ ଲଢେ଼ଇ । ଏବେ କିଛି ଦିନ ତଳେ ସୁବର୍ଣ୍ଣପୁର ଜିଲ୍ଲାପାଳ ନୃପରାଜ୍ ସାହୁ ଓ ଉପଜିଲ୍ଲାପାଳ
ସୌମ୍ୟାରୁପା ରଥଙ୍କ ପ୍ରଚେଷ୍ଟା ରେ ସିବିଆଇ ମାଲଖାନାରୁ ଉଦ୍ଧାର ହୋଇଥିଲା ମୂର୍ତ୍ତି ସବୁ । ଗତ ଡ଼ିସେମ୍ବର ୮ ତାରିଖରେ ମୂର୍ତ୍ତି ସବୁକୁ ଅଣାଯାଇ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ଜିଲ୍ଲା କୋଷାଗାରରେ ରଖା ଯାଇଥିଲା । ଏବେ ଶୁଭ ଲଗ୍ନ ସହ ଆନୁସାଙ୍ଗିକ ବ୍ୟବସ୍ଥା କରି ମନ୍ଦିରରେ ମୂର୍ତ୍ତିଙ୍କୁ ପୁନଃ ପ୍ରତିଷ୍ଠା ପାଇଁ ହୋଇଛି ଭବ୍ୟ ଆୟୋଜନ । ଏହି କାର୍ଯ୍ୟକ୍ରମରେ ସ୍ଵାସ୍ଥ୍ୟ ମନ୍ତ୍ରୀ ଯୋଗଦେଇ ସନାତନ ଧର୍ମର ବିଶ୍ୱାସ ହିଁ ଆଜି ଭକ୍ତ ଭଗବାନଙ୍କୁ ଏକତ୍ରିତ କରିଛି ବୋଲି କହିଥିବାବେଳେ ଏଥିରେ ଜିଲ୍ଲାବାସୀ ଓ ପ୍ରଶାସନିକ ସହଯୋଗ ରହିଥିବା ଉପଜିଲ୍ଲାପାଳ କହିଛନ୍ତି ।

୪୨ ବର୍ଷ ଅନ୍ତର ରେ ହୋଇଛି ଭକ୍ତ ଭଗବାନଙ୍କ ମହାମିଳନ । ଯାହାକୁ ନେଇ ବେଶ୍ ଉତ୍ସାହିତ ଜିଲ୍ଲାବାସୀ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
bada gopalji | After 42 Years, Lord Bada Gopalji Returns to His Temple in Sonepur | Argus News