Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଧାବାଟରେ ତିନି ରଥ, ବାଟରେ ଅଟକିଥିବା ରଥକୁ ଟାଣିନେବେ ଭକ୍ତ

Smruti Parija
Browse all articles by Smruti Parija
·2 years ago·1 min read
ଅଧାବାଟରେ ତିନି ରଥ, ବାଟରେ ଅଟକିଥିବା ରଥକୁ ଟାଣିନେବେ ଭକ୍ତ

ପୁରୀ:  ଆଜି ପୁଣି ଗଡ଼ିବ ତିନିରଥ ।  ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ଟାଣିବେ ଶ୍ରଦ୍ଧାଳୁ । ରଥ ଉପରେ ମହାପ୍ରଭୁଙ୍କୁ ଦେଖିବାକୁ ଆଜି ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ରାଜନଅର ସମ୍ମୁଖରେ ଅଟକିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ସେହିପରି ମରିଚିକୋଟ ଛକରେ ଅଟକିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ସେହିପରି ସିଂହଦ୍ୱାରରୁ ଦୁଇ ପାଦ ଆଗରେ ଅଟକିଛି ନନ୍ଦିଘୋଷ ରଥ । 

ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି 9 ଦିନିଆ ଯାତ୍ରାରେ କାଳିଆ ସାଆନ୍ତ ।  ଭଜନ, ସଂକୀର୍ତନ, ଘଣ୍ଟନାଦ, ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଛି ପୁରା ପରିବେଶ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା । 

ଏଥର ୫୩ ବର୍ଷ ପରେ ଦୁଇଦିନିଆ ରଥଟଣାର ବିରଳ ସଂଯୋଗ । ୧୯୭୧ ମସିହା ଭଳି ଗୋଟିଏ ଦିନରେ ନବଯୌବନ, ନେତ୍ରୋତ୍ସବ ସହ ଘୋଷଯାତ୍ରା ପଡ଼ୁଥିବାରୁ ଏଥର ସଅଳ ନୀତିକାନ୍ତିକୁ ଗୁରୁତ୍ବ ଦିଆଯାଇଥିଲା । ନବଯୌବନ, ନେତ୍ରୋତ୍ସବ ବିଧି ସାରି ସକାଳ ଧୂପରେ ବେଇଗି ବେଇଗି ଖେଚୁଡ଼ି ଭୋଗ ଖାଇ ତିନି ଠାକୁର ବଡ଼ଦାଣ୍ଡକୁ ଆସିବାକୁ ପ୍ରସ୍ତୁତ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ଏତିକି ବେଳେ ରଥ ପ୍ରତିଷ୍ଠା ପରେ ପରେ ଘଣ୍ଟ ଘଣ୍ଟା କାହାଳୀରେ କଂପି ଉଠିଲା ଶ୍ରୀମନ୍ଦିର। ନିର୍ଦ୍ଧାରିତ ସମୟ ପ୍ରାୟ ୨ ଘଣ୍ଟ ଆଗରୁ ଆରମ୍ଭ ହୋଇଯାଇଥିଲା ପହଣ୍ଡି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର । ପଛେ ପଛେ ମା ସୁଭଦ୍ରା...ଆଉ ଶେଷରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେଜଗନ୍ନାଥ । 

Sponsored
lord-jagannarth-car-festival-ratha-jatra-2024 | Argus News