Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Lord Jagannath / ପୁଣି ଡ୍ରେସରେ ମହାପ୍ରଭୁଙ୍କ ପ୍ରତିଛବି

Rashmita Mishra
Browse all articles by Rashmita Mishra
·7 months ago·1 min read
 ପୁଣି ଡ୍ରେସରେ ମହାପ୍ରଭୁଙ୍କ ପ୍ରତିଛବି
Lord Jagannath

Key Points

ପୁଣି ମହାପ୍ରଭୁଙ୍କୁ ଅପମାନ...
ପୁଣି ଡ୍ରେସରେ ମହାପ୍ରଭୁଙ୍କ ପ୍ରତିଛବି ।
ପୁଣି ମହାପ୍ରଭୁଙ୍କୁ ଅପମାନ... ଡ୍ରେସରେ ମହାପ୍ରଭୁଙ୍କ ପ୍ରତିଛବି । ରାମକ୍ରିଷ୍ଣ ପଟ୍ଟନାୟକ ନାମକ ଜଣେ ବ୍ୟକ୍ତିଙ୍କ ଆଇଡିରୁ ଏଭଳି କିଛି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି। ବ୍ୟବସାୟିକ ଉଦ୍ଦେଶ୍ୟ ରଖି ମହାପ୍ରଭୁଙ୍କ ପ୍ରତିଛବି ଥିବା ଡ୍ରେସର ଚିତ୍ର ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବାରୁ ସବୁ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପୂର୍ବରୁ ମଧ୍ୟ ଅନେକଥର ମହାପ୍ରଭୁଙ୍କ ପ୍ରତିଛବି ଡ୍ରେସ୍, ଶାଢୀରେ ବ୍ୟବହାର ହେଉଥିବା ନଜିର୍ ରହିଛି ।

କିଛି ଦିନ ପୂର୍ବରୁ ମହାପ୍ରଭୁଙ୍କୁ ମଧ୍ୟ ଅପମାନ କରାଯାଇଥିଲା । ଶାଢ଼ି ଓ ବ୍ଲାଉଜରେ ତିନି ଠାକୁରଙ୍କ ଚିତ୍ର ଦେଖିବାକୁ ମିଳିଛି । ଶାଢ଼ି ଓ ବ୍ଲାଉଜରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତ୍ର ଥିବା ଦେଖିବାକୁ ମିଳିଛି । ଜଣେ ମହିଳା ଏହାକୁ ପରିଧାନ କରି ନିଜ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମରେ ଅପଲୋଡ଼ କରିଛନ୍ତି ।

ଯାହାକୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି । ସାୟନ୍ତୀ ଘୋଷ୍ ଡିଜାଇନର ଷ୍ଟୁଡିଓ ନାମକ ଏକ ଆଇଡିରେ ଏହା ଅପଲୋଡ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଫଟୋ ଚିତ୍ରକୁ ଜଣେ ମହିଳା ଶାଢ଼ିରେ ପରିଧାନ କରିବା ନେଇ ବିଜ୍ଞାପନ ରହିଛି । ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବାରୁ ସୋସିଆଲ ମିଡିଆରୁ ଏହାକୁ ହଟାଇବାକୁ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ଆଇନଜୀବୀ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lord Jagannath | Once Again, Lord Jagannath’s Image Appears on a Dress | Argus News