ପାଳିଆ ସେବକ ଛୁଇଁ ଦେବାରୁ ହେଲା ମହାସ୍ନାନ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ମଙ୍ଗଳ ଆଳତୀ ପରେ ମଇଲମ ଚାଲିଥିବା ଅବସ୍ଥାରେ ପାଳିଆ ସେବକ ଛୁଇଁ ଦେବାରୁ ହେଲା ମହାସ୍ନାନ । ମହାସ୍ନାନ ନୀତି ପାଇଁ ସର୍ବସାଧାରଣଙ୍କ ଦର୍ଶନ ଓ ନୀତି ବନ୍ଦ। ପାଣି ପଡି ଧୁଆଧୋଇ ହେବାପରେ ମହାପ୍ରଭୁଙ୍କ ପରବର୍ତ୍ତୀ ନୀତି ଓ ଦର୍ଶନ ବ୍ୟବସ୍ଥା ସ୍ୱଭାବିକ୍ ହେବ। ଏହାପୂର୍ବରୁ ମଧ୍ୟ ଗତ ଦୁଇ ତିନି ଦିନ ପୂର୍ବରୁ ହୋଇଥିଲା ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ରକ୍ତ ଛିଟା ପଡ଼ିବାରୁ ହୋଇଥିଲା ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ପାଣିଆ ଆପଟ ସେବକ ପଡ଼ିଯିବାରୁ ପଡ଼ିଥିଲା ରକ୍ତ ଛିଟା । ଭିତରକାଠରେ ରକ୍ତ ଛିଟା ପଡ଼ିଥିବାରୁ ହୋଇଛି ମହାସ୍ନାନ । ଯାହାଫଳରେ କିଛି ସମୟ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।
ସୂଚନା ଅନୁସାରେ, ପାଣି ନେବା ସମୟରେ ଅଚନକ ପଡିଯାଇଥିଲେ ପାଣିଆ ଆପଟ ସେବକ । ଫଳରେ ତାଙ୍କ ହାତରେ ଗଭୀର ଆଘାତ ଲାଗି ରକ୍ତସ୍ରାବ ହୋଇଥିଲା । ତେବେ ମନ୍ଦିର ଭିତରକାଠ ରକ୍ତର ଛିଟା ପଡିଥିବାରୁ ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ହୋଇଛି । ଏଣୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ମହାସ୍ନାନ ନୀତି ଚାଲିଛି । ମହାସ୍ନାନ ନୀତି ସମ୍ପର୍ଣ୍ଣ ହେବା ପରେ ଅନ୍ୟାନ୍ୟ ନୀତି ଆଗକୁ ବଢିବ। ସେପଟେ ଆହତ ହୋଇଥିବା ପାଣିଆପଟ ସେବକ ମେଡିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।