Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Srimandir / ମାସେ ଯାଏଁ ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·1 min read
ମାସେ ଯାଏଁ ରାତି ୨ଟାରୁ ଖୋଲିବ ଶ୍ରୀମନ୍ଦିର
Srimandir

Key Points

ତିନି ପ୍ରଶାସନ ଓ ସ୍ୱେଛାସେବୀକୁ ନେଇ ସେବକ ମାନେ ଶୃଙ୍ଖଳିତ ଦର୍ଶନ ନେଇ ବିଚାର ବିମର୍ଶ କରିବେ ।

ଶ୍ରୀମନ୍ଦିର ଛତିଶା ନିଯୋଗ ଓ ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ପହିଲି ଭୋଗ ନୀତି ନିର୍ଘଣ୍ଟକୁ ଉଭୟ ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଅନୁମୋଦନ ମିଳିଛି। ୧୬ ଡିସେମ୍ବରରୁ ୧୩ ଜାନୁଆରୀ ପର୍ଯ୍ୟନ୍ତ ପହିଲି ଭୋଗ ନୀତି ପାଇଁ ରାତ୍ରୀ ୨ଟା ଠାରୁ ଦ୍ଵାରଫିଟା, ରାତ୍ର ୧୧ଟା ସୁଦ୍ଧା ହେବ ରାତ୍ର ପହୁଡ଼ । ଜାନୁଆରୀ ୩ ତାରିଖରେ ଦେବାଭିଷେକ ପୂର୍ଣ୍ଣିମା ସୁନାବେଶ ନୀତି ହେବ।

୧୪ ଜାନୁଆରୀ ୨୦୨୬ ମକର ସଂକ୍ରାନ୍ତି ନୀତି ମଧ୍ୟ ନିର୍ଘଣ୍ଟ ହୋଇଛି। ଜାନୁଆରୀ ୧ ଇଂରାଜୀ ନବବର୍ଷରେ ଜନ ଗହଳି ଦୃଷ୍ଟିରୁ ଡିସେମ୍ବର ୩୧ ତାରିଖରେ ରାତ୍ର ୧୧ ପୂର୍ବରୁ ପହୁଡ଼ ହେବ । ପୁଣି ରାତିରେ ଦ୍ଵାର ଫିଟା ହୋଇ ଦର୍ଶନ ବ୍ୟବସ୍ଥା କରାଯିବ । ଫଳରେ ବଡ ଦାଣ୍ଡରେ ଥିବା ଭକ୍ତ ମାନେ ଦର୍ଶନ କରିବେ । ଶୃଙ୍ଖଳିତ ଦର୍ଶନ ପାଇଁ ସେବାୟତ ମାନେ ଗଠନ କରିବେ ସବ୍ କମିଟି ।

ତିନି ପ୍ରଶାସନ ଓ ସ୍ୱେଛାସେବୀକୁ ନେଇ ସେବକ ମାନେ ଶୃଙ୍ଖଳିତ ଦର୍ଶନ ନେଇ ବିଚାର ବିମର୍ଶ କରିବେ । ଦିବ୍ୟାଙ୍ଗ ଦର୍ଶନ ପାଇଁ ପ୍ରସ୍ତୁତ ହୋଇଛି ଚିଠା । ନୀତି ସବ୍ କମିଟି ଓ ଛତିଶା ନିଯୋଗରେ ନୀତିଗତ ଭାବରେ ଗୃହୀତ ହୋଇଛି ଏହି ଚିଠା ମାର୍ଗଦର୍ଶିକା । ଉତ୍ତର ଦ୍ଵାର ଦେଇ ଦର୍ଶନ କରିବେ ସମସ୍ତ ଦିବ୍ୟାଙ୍ଗ । ପୁରୀ ବାସିଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ହୋଇଛି ଆଲୋଚନା । ଶ୍ରୀଗୁଣ୍ଡିଚା ମନ୍ଦିରରେ ଦର୍ଶନ ନେଇ ହୋଇଛି ଆଲୋଚନା । ବର୍ତ୍ତମାନ ଚାଲିଥିବା କାର୍ଯ୍ୟକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ସେବକ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଗର୍ଭଗୃହ ଦର୍ଶନ ମନା। ସଂପୂର୍ଣ୍ଣ ସଂରକ୍ଷଣ ପରେ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Srimandir | Lord Jagannath Temple to open from 2 am for a month | Argus News