Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତୁଟୁନି ସେବାୟତଙ୍କ ବିବାଦ, ୩ ଦିନ ଖାଡା ଉପାସରେ ଶ୍ରୀଲିଙ୍ଗରାଜ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ତୁଟୁନି ସେବାୟତଙ୍କ ବିବାଦ, ୩ ଦିନ ଖାଡା ଉପାସରେ ଶ୍ରୀଲିଙ୍ଗରାଜ

ଭୁବନେଶ୍ବର : ଜିଦ୍‌ରେ ଅଟଳ ସେବାୟତ । ମକର ସଂକ୍ରାନ୍ତିରେ ନୀତି ବିଭ୍ରାଟ ହେତୁ । ଶ୍ରୀଲିଙ୍ଗରାଜ ଖାଡ଼ା ଉପବାସ ରହିଛନ୍ତି । ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ଅପୂଜା ରହିଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । କ୍ଷୀର ଆଉଟା ନୀତିକୁ ନେଇ ଦୁଇ ସେବାୟତ ଗୋଷ୍ଠୀଙ୍କ କଳିରେ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିବା ସହ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଖାଡା ଉପବାସ ରହିଛନ୍ତି । ବିବାଦ ତୁଟାଇ ସେବାୟତଙ୍କୁ ମନାଇବାରେ ପ୍ରଶାସନ ବିଫଳ ହେବା କାରଣରୁ ମକର ସଂକ୍ରାନ୍ତିରେ ନୀତି ବିଭ୍ରାଟ ହୋଇଛି।


ସେବାୟତ ଗୋଷ୍ଠୀ ଜିଦ୍‌ରେ ଅଟଳ ରହିବାରୁ ଗତକାଲି ରାତିରୁ ଠାକୁର ନବାଙ୍କ ବେଢ଼ାରେ ଅପୂଜା ବସି ରହିଛନ୍ତି। ନୀତି ସରି ପାରି ନଥିବାରୁ ଅନ୍ୟାନ୍ୟ ନୀତି ଆଗକୁ ବଢ଼ି ପାରି ନଥିଲା । ତେବେ ଖୁବ୍‌ଶୀଘ୍ର ସମାଧାନର ବାଟ ବାହାରିବ ବୋଲି କହିଛନ୍ତି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ । ସବୁ ନିଯୋଗ ସହ ପୁଣି ହେବ ବୈଠକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lord lingaraj in fasting since 3 days | Argus News