Lord Lingaraj / ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

Key Points
ସକାଳ ମଙ୍ଗଳ ଆଳତି ପରେ ହେଲା ଧାଡ଼ି ଦର୍ଶନ
ଗତକାଲି ମକର ସଂକ୍ରାନ୍ତିରେ ଉପାସରେ ରହିଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ
ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ସକାଳ ମଙ୍ଗଳ ଆଳତି ପରେ ହେଲା ଧାଡ଼ି ଦର୍ଶନ। ଗତକାଲି ମକର ସଂକ୍ରାନ୍ତିରେ ଉପାସରେ ରହିଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ । ବନ୍ଦ ରହିଥିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ।
ପ୍ରଭୁ ଲିଙ୍ଗରାଜଙ୍କ ନିତିକାନ୍ତି ବନ୍ଦ ଘଟଣାରେ ବ୍ରାହ୍ମଣ ନିଯୋଗକୁ ଦୋଷ ଦେଲା ଦେବୋତ୍ତର ବିଭାଗ। ଗତ ୨୪ ବର୍ଷ ଯାଏଁ କ୍ଷୀର ଆଉଟା ନିତୀ କରି ଆସୁଥିଲା ବ୍ରାହ୍ମଣ ନିଯୋଗ । ୨୦୨୫ ରେ ବିରୋଧ କଲା ବଡୁ ନିଯୋଗ । ଯାହାର ପ୍ରଭାବ ପଡ଼ିଲା ୨୦୨୬ ରେ ବୋଲି କହିଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି। ତେବେ ସେବା ଅଧିକାର ପାଇଁ ବଡୁ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ଲାଗିଲା , ହେଲେ ମଧ୍ୟସ୍ଥି ହୋଇ ସମାଧାନ ପାଇଁ କେହି ନାହାନ୍ତି । ରାତା ରାତି ଚିଠି କଲେ ହେବନି ଜିଏ ନିତୀ ଜାଣିଚି ତାଙ୍କୁ ଦାୟୀତ୍ବ ଦେଲେ ସମାଧାନ ହେବ । ଲିଙ୍ଗରାଜ ଉପବାସ ରହିବା ପାଇଁ ଦାୟୀ ହେଉଛି ଦେବୋତ୍ତର ବିଭାଗ ବୋଲି କହିଛି ବ୍ରାହ୍ମଣ ନିଯୋଗ । ଯେପର୍ଯ୍ୟନ୍ତ ପ୍ରଭୁ ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ଆଇନ ନ ଆସିଛି ସେ ପର୍ଯ୍ୟନ୍ତ ଏଭଳି ସମସ୍ୟା ଲାଗି ରହିଥିବ ବୋଲି କହିଛି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ।
ବ୍ରାହ୍ମଣ ଓ ବଡୁ ନିଯୋଗ ମଧ୍ୟରେ ଲାଗି ରହିଛି ବିବାଦ। ବିବାଦର ସମାଧାନ ହୋଇ ପାରି ନଥିବାରୁ ଦୁଇ ଦିନ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ ରହିଥିଲା। । ଫଳରେ ମହାପ୍ରଭୁ ପ୍ରାୟ 48 ଘଣ୍ଟା ଉପବାସରେ ରହିଥିଲେ। ମକର ସଂକ୍ରାନ୍ତି ଭଳି ପବିତ୍ର ଦିନରେ ବି ମହାଦେବଙ୍କ ନୀତିରେ ବିଭ୍ରାଟ କରିଥିଲେ ବ୍ରାହ୍ମଣ ଓ ବଡୁ ନିଯୋଗ। ଏମାନଙ୍କ ମଧ୍ୟରେ ବିବାଦ ଯୋଗୁଁ ବନ୍ଦ ରହିଥିଲା ନୀତିକାନ୍ତି। ପୁଣି ବଡୁ ଓ ସୁଆର ନିଯୋଗ ଭିତରେ ତେଜିଛି ବିବାଦ। କ୍ଷୀର ଆଉଟା ନୀତିକୁ ନେଇ ହୋଇଥିଲା ବିବାଦ। ବିବାଦ ହେତୁ ମଙ୍ଗଳବାର ସନ୍ଧ୍ୟାଧୂପ ପରଠାରୁ ଆଉ ହୋଇନଥିଲା ନୀତିକାନ୍ତି। ଫଳରେ ମକର ସଂକ୍ରାନ୍ତିରେ ବି ମହାଦେବ ଦିନ ତମାମ ଓପାସରେ ରହିଲେ। ବନ୍ଦ ରହିଲା ମହାପ୍ରଭୂଙ୍କ ନୀତିକାନ୍ତି । ବ୍ରାହ୍ମଣ ଓ ବଡୁ ନିଯୋଗ ଦୋଷ ଲଦାଲଦି ହେଉଥିବା ବେଳେ ପ୍ରଶ୍ନ ହେଲା କାହିଁକି ଚୁପ୍ ରହିଛି ପ୍ରଶାସନ ? ଲିଙ୍ଗରାଜଙ୍କୁ ଉପବାସରେ ରଖୁଥିବା ସେବାୟତଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ? ଆଉ କେତେଦିନ ଭକ୍ତଙ୍କ ଭାବାବେଗ ସହ ଚାଲିବ ଖେଳ ?
ନୀତିକାନ୍ତି ବନ୍ଦ କରିଥିବା ସେବାୟତ ଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। କଡ଼ା ଚେତାବନୀ ଦେଲେ ଏକାମ୍ର ବିଧାୟକ ବାବପୁ ସିଂ। । ଆପଣ ଠାକୁରଙ୍କ ଠାରୁ ବଡ଼ ନୂହେଁ। ଆମ ପରିଚୟ ଶ୍ରୀ ଲିଙ୍ଗରାଜ। ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୂହେଁ।ନୀତିକାନ୍ତି ବନ୍ଦ ଅତ୍ୟନ୍ତ ଦୁର୍ଭାଗ୍ଯଜନକ ବୋ ଲି କହିଛନ୍ତି ବାବୁ ସିଂ।
📱 Get Argus News App
✨Related Topics
Explore more stories