Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୁଗଳ ବେଶରେ ଦର୍ଶନ ଦେଉଛନ୍ତି ମହାଦେବ ଓ ମାତା ପାର୍ବତୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ଯୁଗଳ ବେଶରେ ଦର୍ଶନ ଦେଉଛନ୍ତି ମହାଦେବ ଓ ମାତା ପାର୍ବତୀ

Key Points

ଯୁଗଳ ବେଶରେ ଦର୍ଶନ ଦେଉଛନ୍ତି ମହାଦେବ ଓ ମାତା ପାର୍ବତୀ
ମଧ୍ୟରାତ୍ରିରେ ଯୁଗଳ ବେଶ ଧାରଣ କରି ନଗର ପରିକ୍ରମା କରିଥିଲେ ଦେବ ଦମ୍ପତି
ନଗର ପରିକ୍ରମାରେ ଅନେକ ସାଂସ୍କୃତିକ ଦଳ ସାମିଲ
ଦେବ ଦମ୍ପତିଙ୍କ ଯୁଗଳ ବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ଦୁଲୁକୁଛି ସମ୍ବଲପୁର ସହର । ଯୁଗଳ ବେଶରେ ସହର ପରିକ୍ରମା କରୁଛନ୍ତି ଦେବ ଦମ୍ପତି । ରାଜ୍ୟ ତଥା ରାଜ୍ୟ ବାହାର ଅନେକ ସାଂସ୍କୃତିକ ଦଳ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ହଜାର ହଜାର ଭକ୍ତଙ୍କ ଗହଣରେ ନଗର ଭ୍ରମଣ ଚାଲିଛି । ପ୍ରକୃତି ଓ ପୁରୁଷ ମିଳନର ମହାର୍ଘ ମହୋତ୍ସବ । ମର୍ତ୍ତ୍ୟରେ ଦେବ ବିବାହର ପରମ୍ପରା- ଶୀତଳଷଷ୍ଠୀ । ଶୈବପୀଠ ଗୁଡ଼ିକରେ ଦେଖିବାକୁ ମିଳେ ଉତ୍କଳୀୟ ଓ ଆରଣ୍ୟକ ପରମ୍ପରା ସଂଗମର ଅନନ୍ୟ ନିଦର୍ଶନ । ଦେବ ବିବାହ ଶେଷ ପରେ ଆରମ୍ଭ ହୋଇଛି ଦେବ ଦମ୍ପତିଙ୍କ ଯୁଗଳ ଦର୍ଶନ, ନଗର ପରିକ୍ରମା ।

ଯୁଗଳ ବେଶରେ ଦର୍ଶନ ଦେଉଛନ୍ତି ହର ହର ମହାଦେବ ଓ ମାତା ପାର୍ବତୀ । ମଧ୍ୟ ରାତ୍ରିରେ ଦେବ ଦମ୍ପତିଙ୍କ ମହା ଆଳତୀ ପରେ ଯୁଗଳ ବେଶ ଧାରଣ କରି ନଗର ପରିକ୍ରମା ଆରମ୍ଭ କରିଥିଲେ । ନଗର ପରିକ୍ରମାରେ ରାଜ୍ୟ ତଥା ରାଜ୍ୟ ବାହାର ଅନେକ ସାଂସ୍କୃତିକ ଦଳ ସାମିଲ ଅଛନ୍ତି । ହଜାର ହଜାର ଭକ୍ତଙ୍କ ଗହଣରେ ନଗର ଭ୍ରମଣ ଚାଲିଥିଲା । ଭୋର ସକାଳ ଯାଏ ନଗର ପରିକ୍ରମା ପରେ ଏବେ ସ୍ଥଗିତ ରହିଛି । ଆଉ କିଛି ସମୟ ପରେ ପୁଣି ନଗର ପରିକ୍ରମା ଆରମ୍ଭ ହେବ । ସକାଳୁ ସକାଳୁ ହଜାର ହଜାର ଭକ୍ତ ଦେବ ଦମ୍ପତିଙ୍କ ଯୁଗଳ ବେଶ ଦର୍ଶନ କରିବା ପାଇଁ ପହଚୁଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored