Kalahandi / ମହାଦେବଙ୍କ ନିଆରା ଭକ୍ତ , ଜଳଲାଗି ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଗଲେ ୧୦୦ କିଲୋମିଟର

Key Points
କଳାହାଣ୍ଡି ଡୋକରିଚଚରାରୁ ଘଣ୍ଟିଗୁଡା ଧବଳେଶ୍ୱର ଶିବ ମନ୍ଦିର ପର୍ଯ୍ୟନ୍ତ ୧୦୦ କିମି ଭୂଇଁରେ ଗୁରୁଣ୍ଡି ଗୁରୁଣ୍ଡି ଆସି ଜଳାଭିଷେକ କରିଛନ୍ତି l ଏହି ଯାତ୍ରା ପାଇଁ ସେ ଚଳିତ ମାସ ୧୦ ତାରିଖରୁ ବାହାରିଥିଲେ । ଆଜିକୁ ୧୯ ଦିନ ହେଲା ନାଗବମ କରି ଭୂଇଁରେ ଗୁରୁଣ୍ଡି ଗୁରୁଣ୍ଡି ଆସି ଗାଁ ଶିବ ମନ୍ଦିର ପହଞ୍ଚିଛନ୍ତି l
ମନରେ ପ୍ରାଣରେ ଶରୀରରେ ଶୁଭୁଛି କେବଳ ଶିବଙ୍କ ନାମ । ଗୋଟିଏ ଲକ୍ଷ୍ୟ , ଗୋଟିଏ ଆଶା, ତାହା ହେଉଛି ମହାଦେବଙ୍କ ପୀଠ । ନା ଖରାକୁ ଖାତିର ଅଛି, ନା ବର୍ଷାକୁ ନିଘା ଅଛି , ମହାଦେବଙ୍କ ନାମରେ ଶରୀରରେ ଯେପରି ଅଜସ୍ର ବଳ ମାଡିଆସୁଛି । ଗୁରୁଣ୍ଡି ଗୁରୁଣ୍ଡି ଗୋଟେ କି ଦୁଇ କିଲୋମିଟର ନୁହେଁ, ଗଡିଲେଣି ୧୦୦ କିଲୋମିଟର । ଦେଖୁନାହାନ୍ତି, କିପରି ଗୋଟେ ଲୟରେ ଗଡି ଚାଲିଛନ୍ତି, ମହାଦେବଙ୍କୁ ଜଳଲାଗି କରିବା ପାଇଁ । ପାଖରେ ଗାଁ ଗାଁରୁ ଅନ୍ୟ ଭକ୍ତମାନେ ମଧ୍ୟ ତାଙ୍କ ସହ ନାମଧ୍ୟାନ ସଂକୀର୍ତ୍ତନରେ ତାଙ୍କୁ ସ୍ଵାଗତ ଜଣାଇ ପାଛୋଟି ନେଇଛନ୍ତି ।
ଶ୍ରାବଣ ମାସ । ଧାଡି ଧାଡି ହୋଇ କାଉଡିଆମାନେ ଚାଲିଛନ୍ତି, ମହାଦେବଙ୍କୁ ଜଳଲାଗି କରିବା ପାଇଁ । ଆଉ ସେ ଭିତରେ ନଜର ଆସିଛନ୍ତି ମହାଦେବଙ୍କ ନିଆରା ଭକ୍ତ ସୋମନାଥ । ମହାଦେବଙ୍କ ନାଁ ରେ ନାମିତ ଏହି ଭକ୍ତଙ୍କର ଦେବାଧି ଦେବ ମହାଦେବଙ୍କ ପାଇଁ ଭକ୍ତି ନିଷ୍ଠାକୁ ଦେଖି ସମସ୍ତେ ତାଜୁବ ହୋଇ ଯାଇଛନ୍ତି ।
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଘଣ୍ଟିଗୁଡ଼ା ଗାଁର ନିଆରା ବୋଲବମ ଭକ୍ତ ସୋମନାଥ ବାଗ l କଳାହାଣ୍ଡି ଡୋକରିଚଚରାରୁ ଘଣ୍ଟିଗୁଡା ଧବଳେଶ୍ୱର ଶିବ ମନ୍ଦିର ପର୍ଯ୍ୟନ୍ତ ୧୦୦ କିମି ଭୂଇଁରେ ଗୁରୁଣ୍ଡି ଗୁରୁଣ୍ଡି ଆସି ଜଳାଭିଷେକ କରିଛନ୍ତି l ଏହି ଯାତ୍ରା ପାଇଁ ସେ ଚଳିତ ମାସ ୧୦ ତାରିଖରୁ ବାହାରିଥିଲେ । ଆଜିକୁ ୧୯ ଦିନ ହେଲା ନାଗବମ କରି ଭୂଇଁରେ ଗୁରୁଣ୍ଡି ଗୁରୁଣ୍ଡି ଆସି ଗାଁ ଶିବ ମନ୍ଦିର ପହଞ୍ଚିଛନ୍ତି l ଶ୍ରାବଣ ର ଆଜି ତୃତୀୟ ସୋମବାର ରେ ନିଆରା ବୋଲବମ ଯାତ୍ରା ଗାଁରେ ପହଞ୍ଚିଥିବା ରୁ ଗାଁ ଲୋକେ ଭବ୍ୟ ସ୍ୱାଗତ କରିବା ସହ ଘର ସମ୍ମୁଖରେ ଝୋଟି କଳସ ସ୍ଥାପନ କରି ବାବା ସୋମନାଥ ବାଗ କୁ ସ୍ୱାଗତ କରିଛନ୍ତି l
ଗତ ବର୍ଷରୁ ଏପରି ଯାତ୍ରା ଆରମ୍ଭ କରିଛନ୍ତି ସୋମନାଥ ବାବା । ୧୯ ଦିନ ମଧ୍ୟରେ ଯେଉଁ ଯେଉଁ ଗାଁ ଦେଇ ସେମାନେ ଆସିଛନ୍ତି , ସବୁ ଗାଁରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିବା ସେ କହିଛନ୍ତି । ବିଶ୍ଵ ଶାନ୍ତି ପାଇଁ ସେ ଏପରି ସଂକଳ୍ପ କରିଥିବା କହିଛନ୍ତି
📱 Get Argus News App
✨Related Topics
Explore more stories