ଶ୍ରୀମନ୍ଦିର ଭିତରକାଠ ନିକଟରେ ବାନ୍ତି ପଡିବାରୁ ଶ୍ରୀଜୀଉଙ୍କ ବଡମହାସ୍ନାନ

Key Points
ଭିତରକାଠ ନିକଟରେ ବାନ୍ତି ପଡିବାରୁ ବଡମହାସ୍ନାନ। ଦର୍ଶନ ପ୍ରାୟ ଏକଘଣ୍ଟା ବନ୍ଦ ରହିବ। ଭିତରକାଠ ନିକଟରେ ଛୋଟପିଲା ଜଣକ ବାନ୍ତି କରିବାରୁ ମହାସ୍ନାନ କରାଯାଉଥିବା ସୂଚନା ମିଳିଛି । ଶ୍ରୀଜୀଉଙ୍କ ଅବକାଶ ପୂଜା ପରେ ବଡମହାସ୍ନାନ । ମହାସ୍ନାନ ନୀତି ପରେ ସ୍ୱଭାବିକ୍ ହେବ ଦର୍ଶନ ବ୍ୟବସ୍ଥା ।
ଶ୍ରୀମନ୍ଦିରରେ ବଡମହାସ୍ନାନ। ଭିତରକାଠ ନିକଟରେ ବାନ୍ତି ପଡିବାରୁ ବଡମହାସ୍ନାନ। ଦର୍ଶନ ପ୍ରାୟ ଏକଘଣ୍ଟା ବନ୍ଦ ରହିବ। ଭିତରକାଠ ନିକଟରେ ଛୋଟପିଲା ଜଣକ ବାନ୍ତି କରିବାରୁ ମହାସ୍ନାନ କରାଯାଉଥିବା ସୂଚନା ମିଳିଛି । ଶ୍ରୀଜୀଉଙ୍କ ଅବକାଶ ପୂଜା ପରେ ବଡମହାସ୍ନାନ । ମହାସ୍ନାନ ନୀତି ପରେ ସ୍ୱଭାବିକ୍ ହେବ ଦର୍ଶନ ବ୍ୟବସ୍ଥା ।
ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ, ମନ୍ଦିର ବେହରଣ ଦ୍ୱାର ଠାରୁ ରତ୍ନ ସିଂହାସନ ମଧ୍ୟରେ ଯଦି ରକ୍ତ ଛିଟା ପଡ଼େ, କିଏ ବାନ୍ତି କରିଦେଲେ କିମ୍ବା କେହି ମଳତ୍ୟାଗ କରିଥିଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରିଦିଆଯାଏ । ପରେ ଉକ୍ତ ସ୍ଥାନକୁ ଚୂନ ପାଣି ପକାଯାଇ ସୌଧ କରାଯାଏ । ପରେ ପୂଜାପଣ୍ଡା ସେବକମାନେ ମହାପ୍ରଭୁଙ୍କ ବଡ ମହାସ୍ନାନ ନୀତି କରିଥାଆନ୍ତି । ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ କରାଯାଏ । ବଡ ମହାସ୍ନାନ ନୀତି ଶେଷ ପରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବା ସହ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେଇଥାଏ । ତେବେ ଶ୍ରୀ ମନ୍ଦିରରେ ଦର୍ଶନ ପାଇଁ ଆସୁଥିବା ଭକ୍ତ ଅନେକ ସମୟରେ ପ୍ରବଳ ଗହଳି ଯୋଗୁ ତଳେ ପଡି ଆହତ ହେବାରୁ ରକ୍ତ ଛିଟା ପଡ଼ିଥାଏ । ସେହିପରି ଅନେକ ଭକ୍ତ ଭିଡ଼ରେ ବାନ୍ତି କରି ଦେଇଥାନ୍ତି । ଏଣୁ ଅନେକ ସମୟରେ ମହାପ୍ରଭୁ ଙ୍କ ବଡ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥାଏ ।