ପ୍ରଜାପତି ଦେହରେ ଦେଖାଦେଲେ ମହାପ୍ରଭୁ ଶ୍ରୀଜଗନ୍ନାଥ

ପ୍ରଜାପତି ଦେହରେ କାଳିଆ ଠାକୁର । ଏ ଦୃଶ୍ୟ ଦେଖିବା ପରେ ଆପଣ ବି କ୍ଷଣିଏ ଅଟକି ଯିବେ । ଆଉ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରଜାପତି ଦେହରେ ସ୍ବୟଂ ଜଗତର ନାଥ ଜଗନ୍ନାଥ । ଥରେ ଭଲକରି ଲକ୍ଷ କରନ୍ତୁ ଏହି ଭିଡିଓକୁ କିପରି ପ୍ରଜାପତିରେ ଡେଣାରେ ବିରାଜମାନ ହୋଇଛନ୍ତି ମହାପ୍ରଭୁ । ଦୃଶ୍ୟ ଯେତିକି ଭାବିହ୍ବଳ କରିଛି ସେତିକି ମହାପ୍ରଭୁଙ୍କ ପ୍ରତି ବିଶ୍ବାସ ବଢାଇଛି । ସତରେ , କଥାରେ ଅଛି ମାନିଲେ ଠାକୁର, ନମାନିଲେ ପଥର । ଭଗବାନ କେତେବେଳେ କେଉଁ ରୂପରେ ମର୍ତ୍ତ୍ୟକୁ ଆସି ଲୀଳାଖେଳା କରନ୍ତି, ତାହା କାହାରିକୁ ଜଣା ନଥାଏ । କେଉଁ ରୂପରେ ଆସି କାହାର ରକ୍ଷା କରନ୍ତି, କେଉଁ ରୂପରେ କାହାର ଦର୍ଶନ ଦିଅନ୍ତି ତାହା ସମସ୍ତଙ୍କୁ ଅଛପା । ସେଥିପାଇଁ କୁହାଯାଏ, କାଳିଆର ଲୀଳା ଅପାର ।
ନିଜର ପ୍ରିୟ ଭକ୍ତଙ୍କୁ ଦର୍ଶନ ଦେବାପାଇଁ ସେ କେଉଁ ସ୍ଥାନରେ ବି ବିରାଜମାନ ହୋଇ ପାରନ୍ତି । ପୂର୍ବରୁ ପରଟାରେ ଜଗନ୍ନାଥଙ୍କର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଥିଲା । ଆଉ ଏବେ ପ୍ରଜାପତି ଦେହରେ ଶ୍ରୀ ଜଗନ୍ନାଥଙ୍କ ଛବି । ଏମିତି ଅଲୌକିକ ଘଟଣା ଦେଖିବାକୁ ମିଳିଛି ବନ୍ଦର ନଗରୀ ପାରାଦ୍ବୀପ ମଧୁବନ ମାର୍କେଟରେ । ମଧୁବନ ମାର୍କଟରେ ପଛପଟୁ ଉଡି ଆସି ବସିଛି ଏହି ପ୍ରଜାପତିଟି । ଆଉ ସେ ବି ପୁଣି ଶ୍ରୀଜଗନ୍ନାଥଙ୍କ ଫଟୋରେ । ସେଠି ଦୋକାନ କରିଥିବା ଜଣଙ୍କ ଦୋକାନରେଏପରି ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖିବା ପରେ ସ୍ଥାନୀୟ ଲୋକେ ଦର୍ଶନ କରିବାକୁ ଆସିଛନ୍ତି । ପ୍ରଜାପତିର ଦେହରେ ସ୍ବୟଂ ଶ୍ରୀଜଗନ୍ନାଥ ସ୍ପଷ୍ଟଭାବେ ଦୃଶ୍ୟମାନ ହେଉଛନ୍ତି ।