Murder Case / ପ୍ରେମ-ପ୍ରତାରଣା-ମର୍ଡର ଗେମରେ କିଏ ସେ ରିଂ ମାଷ୍ଟର ?

Key Points
କୁଆଡେ ଗଲେ ଡେଡଲି ପ୍ରେମିକା ?
ପ୍ରେମ-ପ୍ରତାରଣା-ମର୍ଡର ଗେମରେ କିଏ ସେ ରିଂ ମାଷ୍ଟର ?
ଯୁବତୀ ଜଣଙ୍କ ଏକୁଟିଆ ଥିଲେ ନା ଆଉ କାହା ଇସାରାରେ ହୋଇଥିଲା ମର୍ଡର ପ୍ଲାନ?
କଟକ ନରାଜରେ ଘଟିଥିବା ଏହି ଘଟଣା ଏବେ ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶ୍ୱାସଘାତକ ପ୍ରେମିକାଙ୍କ ବିଷ ମାୟାଜାଲରେ ଘାଇଲା ହୋଇଥିବା ପ୍ରେମିକ ଅର୍ଗସ ସାମନାରେ ବଖାଣି ଥିବା ସେ କାଳ ରାତିର କରୁଣ କାହାଣୀ ପରେ ଏବେ ଉଠିଛି ଏଭଳି ଅନେକ ପ୍ରଶ୍ନ। ବିଶ୍ୱାସଘାତକ ପ୍ରେମିକାଙ୍କ ବିଷ ମାୟାଜାଲରେ ଘାଇଲା ହୋଇଥିବା ପ୍ରେମିକ ଅର୍ଗସ ସାମ୍ନାରେ ବଖାଣି ଥିବା ସେ କାଳ ରାତିର କରୁଣ କାହାଣୀ ପରେ ଏବେ ଉଠିଛି ଏଭଳି ଅନେକ ପ୍ରଶ୍ନ। ଦୀର୍ଘ ୧୫ ବର୍ଷର ପ୍ରେମ ସମ୍ପର୍କକୁ କାହିଁକି ୧୫ ମିନିଟରେ ସଫା କରିବା ପାଇଁ ଯୋଜନା କରିଥିଲେ ପ୍ରେମିକା ?
କିଏ ସେ ଯୁବକ ଯିଏ ସ୍ନେହଲତାଙ୍କୁ ନରାଜ ବ୍ୟାରେଜ ନିକଟରେ ଛାଡ଼ିଲା ଆଉ ଘଟଣା ପରେ ପୁଣି ନେଇଗଲା ? ଫେରାର ଥିବା ପ୍ରେମିକା ସ୍ନେହଲତାଙ୍କୁ ଧରିବା ପାଇଁ କମିସନରେଟ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଖୁବଶୀଘ୍ର ଏହି ଘଟଣା ଉପରୁ ପରଦା ଉଠିବ ବୋଲି କହିଛନ୍ତି କଟକ ଡିସିପି। କଟକ ନରାଜରେ ଘଟିଥିବା ଏହି ଘଟଣା ଏବେ ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ସେପଟେ ନିଜ ପ୍ରେମିକାର ଡେଡଲି ଗେମରେ ଶିକାର ହୋଇ ପୁନର୍ଜନ୍ମ ପାଇଥିବା ପ୍ରେମିକ ଏବେ ନ୍ୟାୟ ପାଇଁ ଭିକ୍ଷା ମାଗୁଛି। ପ୍ରେମିକା ସ୍ନେହଲତା ମଲ୍ଲିକ ଗିରଫ ହେବା ପରେ ଏହି ଘଟଣା ନେଇ ଆହୁରି କିଛି ନୂଆ Twist ସାମନାକୁ ଆସିବ।
ଏଥିସହ ପଢ଼ନ୍ତୁ: ୧୮ ଲକ୍ଷ ଖର୍ଚ୍ଚ ପରେ ଧୋକା; ଦେଖା କରିବାକୁ ଡାକି ମୁହଁକୁ ଛେଚି ବ୍ୟାରେଜ୍ ତଳେ ଫିଙ୍ଗିଦେଲା
📱 Get Argus News App
✨୧୫ ବର୍ଷର ପ୍ରେମ, ୧୮ ଲକ୍ଷ ଖର୍ଚ୍ଚ। ଆଉ ନରାଜରେ ନାଟକର ଅନ୍ତ । ଫିଲ୍ମ କାହାଣୀ ଭଳି ଏଥିରେ ଅଛି ଭଲ ପାଇବା, ହିଂସା । କିନ୍ତୁ ଏଠି ନିର୍ଯାତିତ ଓ ପୀଡ଼ିତ ପ୍ରେମିକ, ପ୍ରେମିକା ସାଜିଛି ଭିଲିଆନ୍ । ବର୍ଷ ବର୍ଷ ଧରି ଜୀବନଠୁ ଅଧିକ ଯାହାକୁ ସେ ଭଲ ପାଉଥିଲେ, ସେ ଯେ ତାଙ୍କର ଏଭଳି ଅବସ୍ଥା କରିବ ସେ ସ୍ଵପ୍ନରେ ବି ଭାବି ନଥିଲେ । କିନ୍ତୁ ସ୍ନେହଲତାଙ୍କ ସ୍ନେହ ବୋଳା କଥାରେ ଯେ ଖାଲି ବିଷ ଭରି ରହିଥିଲା ତାହା ଜାଣିବା ବେଳକୁ ବେଶ ବିଳମ୍ବ ହୋଇ ସାରିଥିଲା । ବେଉରିଆଙ୍କ ୧୫ ବର୍ଷର ପ୍ରେମରେ ବିଶ୍ଵାସ ଘାତ କରି ବାନ୍ଧବୀ ଜୀବନରୁ ହଟେଇ ଦେବାକୁ କରିଥିଲେ ସୁଚିନ୍ତିତ ଷଡ଼ଯନ୍ତ୍ର । ଆଉ ମୃତ୍ୟୁ ମୁଖରୁ ବହୁ ସଂଘର୍ଷ ପରେ କାଲାଚାନ୍ଦ ପାଇଛନ୍ତି ପୁନର୍ଜନ୍ମ ।
ଏବେ ବିଶ୍ଵାସଘାତର ଶିକାର ହେବା ପରେ ଅର୍ଗସ୍ ନ୍ୟୁଜ୍ କ୍ୟାମେରାରେ କାଲାଚାନ୍ଦ ବଖାଣିଛନ୍ତି ସବୁ କାହାଣୀ । ସେ କହିଛନ୍ତି, "ଗତ ୩ ତାରିଖରେ ଉଭୟ କଟକ ନରାଜରେ ଦେଖା କରିଥିଲେ । ରାତି ପ୍ରାୟ ୮ଟାରେ ଦୁହେଁ ଦେଖା ହୋଇଥିବା ବେଳେ ସ୍ନେହଲତା ତାଙ୍କୁ କିଛି ନିଶା ମିଶ୍ରିତ ଖାଦ୍ୟ ସହ ପାନୀୟ ଦେଇଥିଲେ । ଆଉ ସେ ସବୁ ଖାଇ ମୁଁ ଅଚେତ୍ ହୋଇ ପଡ଼ିଥିଲି ।"ଆଉ ଚେତା ଆସିବା ବେଳକୁ କାଲାଚାନ୍ଦ ନିଜରୁ ନରାଜର ବ୍ରିଜ୍ ତଳେ ପାଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଦେହ, ମୁହଁ ସାରା ରକ୍ତାକ୍ତ ଅବସ୍ଥାରେ ସେ ରାସ୍ତାକୁ ଆସି ସାହାଯ୍ୟ ମାଗିଥିଲେ । ଏଘଟଣା ରାଜ୍ୟବାସୀଙ୍କୁ ଭୟଭୀତ କରିଛି। ଦିନକୁ ଦିନ ଏଭଳି ଘଟଣା ଘଟୁଛି, ଏହାକୁ ଦୃଷ୍ଟିରେ ରଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: