Videos
|
Odisha

ପ୍ରେମ କରୁଥିଲେ ବୋଲି ବଳଦ ଭଳି ଖଟାଇଲେ ଗାଁ ଲୋକ

Smruti Parija
Browse all articles by Smruti Parija
·1 year ago·1 min read
ପ୍ରେମ କରୁଥିଲେ ବୋଲି ବଳଦ ଭଳି ଖଟାଇଲେ ଗାଁ ଲୋକ

Key Points

ପ୍ରେମ କରୁଥିଲେ ବୋଲି ମିଳିଲା ବଳଦ ଦଣ୍ଡ

ଏଠି ପ୍ରେମ ମହଙ୍ଗା

ଦୁଇ ଯୁବକ, ଯୁବତୀଙ୍କୁ ବଳଦ ଭଳି ଖଟାଉଛନ୍ତି

ଦୁହେଁ ଦୁହିଁଙ୍କୁ ପ୍ରେମ କରିଥିଲେ । ଭଲ ପାଇ ବାହା ହେଲେ । ଆଉ ଏବେ ଏମାନଙ୍କୁ ମିଳିଛି ବଳଦ ଦଣ୍ଡ । ପ୍ରେମ କରିବା ଯେ କେତେ ମହଙ୍ଗା ଆପଣ ଏହି ଦୃଶ୍ୟରୁ ଜାଣିପାରୁଥିବେ ।


ଏ ଦୃଶ୍ୟ ଆପଣଙ୍କୁ ବିଚଳିତ କରିପାରେ । ଭିଡିଓ ଦେଖିଲେ ଆପଣ ଜାଣିପାରୁଥିବେ କେମିତି ଦୁଇ ଯୁବକ, ଯୁବତୀଙ୍କୁ ବଳଦ ଭଳି ଖଟାଉଛନ୍ତି । ବେକରେ ଜୁଆଳି ପକାଇ ମୁଣ୍ଡକୁ ଜୁଆଳିରେ ବାନ୍ଧି ଲଙ୍ଗଳ ଧରି ହଳ କରୁଛନ୍ତି ଗାଁ ଲୋକେ । ପୁଣି ଯେମିତି ବଳଦକୁ ହଳ କରିବା ସମୟରେ ପିଠିକୁ ବାଡାନ୍ତି ଠିକ୍ ସେମିତି ଏମାନଙ୍କ ପିଠିକୁ ପିଟି ପିଟି ହଳ କରାଯାଉଛି । ତାହା ବି ସର୍ବ ସମ୍ମୁଖରେ ଘଟୁଛି । ପୁରା ଗାଁ ଏକାଠି ହୋଇଛନ୍ତି । ସମସ୍ତେ ଦେଖୁଛନ୍ତି, ହେଲେ ସମସ୍ତଙ୍କ ପାଟି ଚୁପ୍ । କେହି କହୁନାହାନ୍ତି ଯେ ଏ ସବୁ ବନ୍ଦ କର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ପ୍ରକୃତ କଥା ହେଉଛି ଯୁବକ ଜଣକ ସମ୍ପର୍କରେ ନିଜ ପିଉସୀଙ୍କୁ ବିବାହ କରିଛନ୍ତି । ଯାହାକୁ ତାଙ୍କ ସମାଜ ଆଦୌ ଗ୍ରହଣ କରେନି । ସେଥିପାଇଁ ପ୍ରଜା କୋର୍ଟରେ ନିଷ୍ପତ୍ତି ହେଲା ଯେ ଦୁହିଁଙ୍କୁ ବଳଦ ଦଣ୍ଡ ଦିଆଯିବ । ବାଉଁଶରେ ତିଆରି ହଳ ଲଙ୍ଗଳରେ ତାଙ୍କୁ ଦଣ୍ଡିତ କରାଗଲା । ପରେ ଗ୍ରାମ ଦେବତୀଙ୍କ ଆଗରେ ପୂଜା କରାଇ ଶୁଦ୍ଧି କରାଯାଇଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି । ତେବେ ଏହି ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ, ଆଜି ମଧ୍ୟ ବଞ୍ଚିଛି ପ୍ରଜା କୋର୍ଟ । AI, CHAT GPT ଯୁଗରେ ପହଞ୍ଚିଲାବେଳକୁ ଏ ଦୃଶ୍ୟ ଟିକେ ବିଚଳିତ କରୁଛି ।

love-birds-punished-like-oxen-in-village | Argus News