Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରେମରେ ବିଫଳ ହେଲେ ବୋଲି...

Smruti Parija
Browse all articles by Smruti Parija
·2 years ago·1 min read
ପ୍ରେମରେ ବିଫଳ ହେଲେ ବୋଲି...

ଢେଙ୍କାନାଳ: ବିଫଳ ପ୍ରେମର କରୁଣ ପରିଣତି । ରାଜରାସ୍ତାରେ ଦୁଇ ପରିବାର ମଧ୍ୟରେ ହାତାହାତି । ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ପଞ୍ଚାୟତରେ । ଏହି ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ସେହି ପଞ୍ଚାୟତର ଜଣେ ଆଲବମ ଅଭିନେତ୍ରୀଙ୍କ ପରିବାର ମଧ୍ୟରେ ପୁଅ ଝିଅ ପ୍ରେମକୁ ନେଇ ଗତକାଲି ସନ୍ଧ୍ୟାରେ ମହୁଲପାଳ ରାସ୍ତାରେ ପାଟିତୁଣ୍ଡ ହେବା ସହ ହାତାହାତି ଘଟିଛି ।

ତେବେ ଉଭୟ ପରିବାର ପକ୍ଷରୁ ଭୁବନ ଥାନାରେ ଲିଖିତ ଏତଲାକୁ ନେଇ ମାମଲା ରୁଜୁ ହୋଇଛି । ଅପରପକ୍ଷେ ପ୍ରେମ ବ୍ୟାପାର ମଧ୍ୟରେ ଜଣେ ବରିଷ୍ଠ ନାଗରିକଙ୍କୁ ହୋଇଥିବା ଦୁର୍ବ୍ୟବହାରକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି ।

ସେପଟେ ଯୁବତୀଙ୍କ କହିବା କଥା ଯୁବକ ଜଣଙ୍କ ନିଶା ସେବନ କରୁଥିବାରୁ ସେ ତାଙ୍କୁ ବିବାହ କରିବାକୁ ମନା କରିଥିଲେ । ଯୁବତୀ ଜଣଙ୍କ କୋର୍ଟରେ କାମ କରୁଥିବାବେଳେ ନିଶାସକ୍ତ ଅବସ୍ଥାରେ କୋର୍ଟ ପରିସରରେ ପଶି ତାଙ୍କୁ ବାରମ୍ବାର ଦୂର୍ବ୍ୟବହାର କରିଛନ୍ତି । ଯୁବତୀଙ୍କ ଫଟୋ ଭାଇରାଲ୍ କରିବାକୁ ଧମକ ଦେଉଛନ୍ତି । ଶେଷରେ ଥାନାରେ ଏତଲା ଦେଇଛନ୍ତି ଯୁବତୀ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
love-failure-dispute-between-two-families-in-dhenkanal | Argus News